ବିଜେପିର ବିଧାୟକ ପ୍ରାର୍ଥୀ ବିଜେଡିରେ ଯୋଗଦେଲେ

NAVEEN NIWAS (2) ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ
ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୧୪ ସାଧାରଣ
ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ନୀଳମଣି ସାମଲ ଆଜି ତାଙ୍କ ସମର୍ଥକଙ୍କ ସହ
ଆସି ବିଧାୟକ ଦେବାଶିଷ ନାୟକଙ୍କ ନେତୃତ୍ୱରେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆନୁÂାନିକ
ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ନୀଳମଣି ସାମଲଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ
ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀ ସାମଲ ଆଜି ତାଙ୍କର ଶତାଧିକ କର୍ମୀଙ୍କ ସହ ବିଜୁ ଜନତା
ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ତାଙ୍କ ଯୋଗଦାନ ଫଳରେ ବରୀ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି
ମଜଭୁତ ହୋଇପାରିବ ।
ଅନ୍ୟପକ୍ଷରେ ଶ୍ରୀ ସାମଲ କହିଥିଲେ ଯେ ମହାନଦୀ ଭଳି ଏକ ସମ୍ବେଦନଶୀଳ ପ୍ରସଂଗ ଉପରେ କେନ୍ଦ୍ର ଯେପରି
ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି, ଏହାଦ୍ୱାରା ଜନମାନସରେ ବିଜେପିର କ୍ଷତି ହେଉଛି ।
ସେଭଳି ଦଳରେ ରହି ମୋର କାମ କରିବା କଷ୍ଟକର ହୋଇପଡିଥିଲା । ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ
ଲୋକାଭିମୁଖି କାର୍ଯ୍ୟକ୍ରମ ଓ ବରୀର ଉନ୍ନତି ପାଇଁ ମୁଁ ଦଳରେ ଯୋଗ ଦେଇଛି ବୋଲି ଶ୍ରୀ ସାମଲ କହିଥିଲେ । ଏହି
ଯୋଗଦାନ କାର୍ଯ୍ୟକ୍ରମରେ ବିଧାୟକ ଦେବାଶିଷ ନାୟକଙ୍କ ସମେତ ବ୍ଲକ ସଭାପତି ଏବଂ ବହୁ ଦଳୀୟ କର୍ମୀ
ଉପସ୍ଥିତ ଥିଲେ ।

Share in top social networks!
Powered By Indic IME