ପଞ୍ଚାୟତିରାଜ ଦିବସକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ

ଏପ୍ରିଲ ୨୯ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଥିଲା ।
ଏହାକୁ ନେଇ ରାଜ୍ୟ ବିଜେପି ଅଯଥା ରାଜନୀତି କରୁଛି ବୋଲି ରାଜ୍ୟ ବିଜେଡି ସଂପାଦକ ବିଜୟ ନାୟକ
କହିଛନ୍ତି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିକୁ, ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣରେ ତାଙ୍କର ଅବଦାନକୁ
ସ୍ମରଣ କରି ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାହୋଇ ଆସୁଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ,
ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ଷମତା ଅର୍ପଣ ଆଦି କ୍ଷେତ୍ରରେ ତାଙ୍କର ପଦକ୍ଷେପ ପରବର୍ତ୍ତୀ ସମୟରେ ସାରା
ଦେଶ ଗ୍ରହଣ କରିଛି । କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣରେ
ବିଜୁବାବୁଙ୍କ ଭୂମିକା ସମ୍ମାନର ସହ ସ୍ୱୀକାର କରାଯାଉଛି । ରାଜ୍ୟ ସରକାର ଏହି ଦିବସକୁ ଯଥୋଚିତ ଢଙ୍ଗରେ
ପାଳନ କରିଆସୁଛନ୍ତି ।
କେନ୍ଦ୍ରରେ ଏନ୍‍ଡିଏ ସରକାର ଆସିବା ପରେ ପଞ୍ଚାୟତିରାଜ ଅନୁÂାନମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା
ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି ଅଥବା ଅନୁଦାନ ହ୍ରାସ କରିଛନ୍ତି । ରାଜ୍ୟ ସରକାର ନିଜସ୍ୱ
ପାଣ୍ଠିରେ କେତେକ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହୋଇଛନ୍ତି । ଏଥିରୁ କେନ୍ଦ୍ର ଏନ୍‍ଡିଏ ସରକାରଙ୍କ ଗ୍ରାମାଞ୍ଚଳର
ବିକାଶ ପାଇଁ ଆନ୍ତରିକତା କେତେ ଜଣାପଡେ । କେବଳ ପଞ୍ଚାୟତିରାଜ ଦିବସ ନୁହେଁ, ଅନେକ ଜାତୀୟ ଦିବସକୁ
କେନ୍ଦ୍ର ସରକାର ଦଳୀୟ ପ୍ରଚାର ଉଦେ୍ଧଶ୍ୟରେ ଉପଯୋଗ କରୁଛନ୍ତି । ବିଜେପିର ରାଜ୍ୟ ନେତାମାନେ ଦିବସ
ପାଳନ ଔପଚାରିକତାକୁ ଗୁରୁତ୍ୱ ନଦେଇ ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କିପରି ବଢ଼ିବ
ସେଥିପ୍ରତି ଉଦ୍ୟମ କରିବାକୁ ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!
Powered By Indic IME