କେନ୍ଦୁଝର : ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗାଡ଼ି ଚାଳକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

IMG-20180426-WA0039 ଚଳିତ ଅପ୍ରେଲ ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ନଗରଭବନଠାରେ ଗାଡ଼ି ଚାଳକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁÂିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଶୋଭନ କୁମାର ସାହୁ, ଏମ୍ଭିଆଇ ଜେ.କେ. ଭୋଇ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକ୍ ପ୍ରମୁଖ ଉଦ୍ବୋଧନ ଦେଇ ସଡ଼କ ସୁରକ୍ଷା ଅଭିଯାନରେ ଗାଡ଼ି ଚାଳକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସଚେତନତା କାର୍ଯ୍ୟକ୍ରମ ସତ୍ୱେ ସଡ଼କ ଦୁର୍ଘଟଣା ନ କମିବା ଉଦ୍ବେଗଜନକ ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରି ପ୍ରତ୍ୟେକ ବ୍ୟକ୍ତି ନିଜେ ଜାଗ୍ରତ ଓ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇଲେ ସଡ଼କ ଦୁର୍ଘଟଣା କମିବ ବୋଲି କହିଥିଲେ । କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍ପି ଜୟନାରାୟଣ ପଙ୍କଜଙ୍କ ଆଭିମୁଖ୍ୟ ସମ୍ପର୍କରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେବା ସହ ଏ ଦିଗରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିିଥିଲେ । ଦୁର୍ଘଟଣାରେ କିପରି ଧନଜୀବନ କ୍ଷୟ ହେବା ସହିତ ପରିବାରର ଦୁରାବସ୍ଥା ଏବଂ ଆର୍ଥିକ ଦୁର୍ଦ୍ଧଶା ହୁଏ ସେ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଏଣୁ ସଡ଼କ ଦୁର୍ଘଟଣା ଏଡ଼ାଇବାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଏ ଦିଗରେ ସମସ୍ତେ ସକରାତ୍ମକ ମନୋଭାବ ନେଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ନିବେଦନ କରିଥିଲେ । ଏହି କର୍ମଶାଳାରେ ବିଶେଷଜ୍ଞ ଏ.ଆର.ଖାନ୍ଙ୍କ ଦ୍ୱାରା ଗାଡ଼ି ଚାଳକମାନଙ୍କୁ ଯୋଗ ଶିକ୍ଷା, ନିଶା ସେବନ ନକରି ଗାଡ଼ି ଚଳାଇବା, ଗାଡ଼ିର ଅତ୍ୟାଧୁନିକ ଯନ୍ତ୍ରପାତି ପରିଚାଳନା, ଗାଡ଼ି ପାର୍କିଂ କରିବା, ଆଶୁ ଚିକିତ୍ସା ତଥା ଦୁର୍ଘଟଣା ହେଲେ ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ଚିକିତ୍ସା, ଟ୍ରାଫିକ ନିୟମର ପରିଚାଳନା, ରାସ୍ତା ବ୍ୟବହାରକାରୀଙ୍କ କର୍ତବ୍ୟ, ଦୁର୍ଘଟଣାଜନିତ ବୀମା ଇତ୍ୟାଦି ପ୍ରସଙ୍ଗ ଉପରେ ଗାଡ଼ି ଚାଳକମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଜିଲ୍ଲାରେ ସଡ଼କ ସୁରକ୍ଷା ଦିଗରେ ବିଭିନ୍ନ ବର୍ଗରୁ ମତାମତ ଗ୍ରହଣ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦୁଝର, ଆନନ୍ଦପୁର,ଘଟଗାଁ, ଶୁଆକାଟି ଅଂଚଳର ବସ୍, ଟ୍ରକ୍, ଟ୍ରିପର୍, ଅଟୋ ଏବଂ ଅନ୍ୟାନ୍ୟ ଲଘୁଯାନ ସଂଘର ଗାଡ଼ି ଚାଳକ, ସରକାରୀ ମୋଟର କର୍ମଚାରୀ ସଂଘର ଗାଡ଼ି ଚାଳକ ଏବଂ ବେସରକାରୀ ମୋଟର ଯାନର ଗାଡ଼ି ଚାଳକମାନେ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟଯେ, ଅପ୍ରେଲ ୨୭ ତାରିଖରେ ବଡ଼ବିଲଠାରେ ମଧ୍ୟ ଗାଡ଼ି ଚାଳକମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ବୋଲି ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ସୂଚନା ଦିଆଯାଇଛି ।

Share in top social networks!
Powered By Indic IME