ପାରଳା ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ଫଟୋଚିତ୍ର ପ୍ରଦର୍ଶନୀ

ନବ ଉତ୍କଳର ନିର୍ମାତା, ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର କର୍ଣ୍ଣଧାର, ସାହିତ୍ୟାନୁରାଗୀ, ସୁଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଜୟଦେବ ଭବନ ପରିସରରେ ଏକ ବିରଳ ଫଟୋ ସମ୍ବଳିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛିା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ଉଦ୍ଘାଟନ କରିଥ#ଲୋ
ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ନିଜସ୍ୱ ଉଦ୍ୟମରେ ପାରଳାଖେମୁଣ୍ଡିରୁ ସଂଗୃହୀତ ମହାରାଜାଙ୍କ ଜୀବନୀ, କୃତି ଓ କୀର୍ତ୍ତି ସଂପର୍କିତ ବହୁ ବିରଳ ଫଟୋ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛିା ଓଡ଼ିଶା ପ୍ରଦେଶ ଗଠନ କରିବାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଏହି ଫଟୋ ପ୍ରଦର୍ଶନୀରୁ ବେଶ୍ ବାରି ହୋଇପଡ଼ୁଛିା ଏହି ଫଟୋଚିତ୍ରରେ ବି୍ରଟିଶ ଶାସକମାନଙ୍କ ସହ ବିଭିନ୍ନ ଅଞ୍ଚଳକୁ ଏକତ୍ରୀକରଣ ସଂପର୍କରେ ଆଲୋଚନା, ଜନଶୁଣାଣି, ରେଳପଥ ନିର୍ମାଣ କାର୍ଯ୍ୟର ତଦାରଖ, ଶିକ୍ଷାର ଉନ୍ନତି ପାଇଁ ବିଦ୍ୟାଳୟ ପ୍ରତିଷ୍ଠା, ନାରୀ ଶିକ୍ଷାର ପ୍ରସାର ପାଇଁ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା ସହ ରାଜବାଟି, ପାରଳାର ଜଗନ୍ନାଥ ମନ୍ଦିର, ନୌକା ଯାତ୍ରା, ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ପ୍ରଭୃତିର ବହୁ ବିରଳ ଚିତ୍ର ଏଥ#ରେ ସ୍ଥାନିତ ହୋଇଛିା ପ୍ରଥମ ଥର ପାଇଁ ଅନୁଷ୍ଠିତ ଏପରି ଫଟୋ ପ୍ରଦର୍ଶନୀକୁ ଜନସାଧାରଣ ଆଗ୍ରହର ସହ ବୁଲି ଦେଖ#ଥ#ଲୋ
ଉଦ୍ଘାଟନ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧ#କାରୀ ଶ୍ରୀ ରବିନ୍ଦ୍ର କୁମାର ନାୟକ, ବରିଷ୍ଠ ସୂଚନା ଅଧ#କାରୀ ଶ୍ରୀ ସୂର୍ଯ୍ୟ ମିଶ୍ର, ପ୍ରଦର୍ଶନୀ ସଂଗଠକ ଶ୍ରୀ ରବିନାରାୟଣ ବେହେରା, ଜୟଦେବ ଭବନ ମ୍ୟାନେଜର ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଉତ୍କଳ ସମ୍ମିଳନୀର ବହୁ କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME