ଅଲ୍‍ ଇଣ୍ଡିଆ ରେଡିଓର ପୂର୍ବତନ ନିଦେ୍ର୍ଧଶକ ବିଜେଡିରେ ଯୋଗଦେଲେ

NAVEEN NIWAS (6)ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ
ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅଲ୍‍ ଇଣ୍ଡିଆ ରେଡିଓ ତଥା ଡିଏଭିପିର ପୂର୍ବତନ ମହା-ନିଦେ୍ର୍ଧଶକ
ଗିରିଧାରୀ ମହାନ୍ତି ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି
ଦଳରେ ଯୋଗଦେଇଥିବାରୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରିବା ସହ କହିଥିଲେ
ଯେ ସେ କେନ୍ଦ୍ର ସରକାରଙ୍କ ବହୁତ ବଡ଼ ବଡ଼ ପଦବୀରେ ଥିଲେ । ସେ ଆମ ଦଳ ପାଇଁ ସଂପଦ ହେବେ ଏବଂ
ଏଥିଲାଗି ମୁଁ ବହୁତ ଖସି ।
ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜନୀତିରେ ଯୋଗଦେଲେ ସେବା କରିବା ପାଇଁ ବହୁତ
ସୁଯୋଗ ମିଳିବ । ବିଜୁ ଜନତା ଦଳ ଭଳି ରାଜନୈତିକ ଦଳ ଯେଉଁଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ପଟ୍ଟନାୟକଙ୍କ ନେତୃତ୍ୱ ରହିଛି, ସେଠାରେ ଯୋଗ ଦେଇଥିବାରୁ ମୁଁ କୃତଜ୍ଞ । ଏହି ଯୋଗଦାନ କାର୍ଯ୍ୟକ୍ରମରେ
ସାଂସଦ ପ୍ରତାପ କେଶରୀ ଦେବଙ୍କ ସମେତ ଦଳର ସମସ୍ତ ମୁଖପାତ୍ର ଓ ପ୍ୟାନେଲିଷ୍ଟମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME