ଅଘୋଷିତ ଆର୍ଥôକ ଜରୁରୀକାଳୀନ ପରିସ୍ଥିତି: ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

DSC_1169 କେନ୍ଦ୍ର ସରକାରଙ୍କ ଏକାଧିକ ଅପରିଣାମଦର୍ଶୀ ନିଷ୍ପତ୍ତି ଓ ଦୂରଦୃଷ୍ଟିହୀନ ପଦକ୍ଷେପ ଦେଶକୁ
ଆର୍ଥôକ ବିଶୃଙ୍ଖଳା ଓ ଅରାଜକତା ଆଡକୁ ଟାଣି ନେଉଛି । ଏବେ ଭାରତବର୍ଷରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ।
୨୦୧୬ ମସିହାର ବିମୁଦ୍ରୀକରଣର ଦୁଃଖଦ ଅନୁଭୂତି ଓ ଉପଲବ୍ଧି ପୁଣି ଲୋକମାନେ ଭୋଗୁଛନ୍ତି । ସାରା ଦେଶରେ ଏଟିଏମ୍‍ ଖାଲି ପଡୁଛି
ଓ ଝୁଲା ଯାଇଥିବା ‘ନୋ କ୍ୟାସ୍‍’ ନୋଟିସ୍‍, ଲୋକମାନଙ୍କ ପ୍ରତି ଉପହାସ ସଦୃଶ ହୋଇଛି । ନଗଦ ପାଇଁ ଲୋକମାନଙ୍କର ଧାଁ ଧପଡ଼
ଓ ନାହିଁନଥିବା ଦୁର୍ଦ୍ଧଶା ସବୁଠି ଦେଖିବାକୁ ମିଳୁଛି । ଦେଶ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ବ୍ୟାଙ୍କ ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଲାଣି ।
ଲୋକମାନେ ବ୍ୟାଙ୍କରେ ଟଙ୍କା ରଖିବାକୁ ନିରାପଦ ମନେ କରୁନାହାନ୍ତି । ଏହା ସାମଗ୍ରିକ ଭାବରେ ଆର୍ଥôକ ସ୍ଥିତିକୁ ପ୍ରଭାବିତ କରୁଛି ।
ଗୋଟେ ପଟେ ବ୍ୟାଙ୍କଗୁଡିକ ଠାରୁ କୋଟି କୋଟି ଟଙ୍କା ଲୁଟ୍‍ କରି ନୀରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ଠକମାନେ ବିଦେଶକୁ
ଫେରାର ହୋଇଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ନିରବତା ଓ ନିଷ୍କ୍ରିୟତା ସାଧାରଣରେ ସନେ୍ଦହ ସୃଷ୍ଟି କରୁଛି ।
କେନ୍ଦ୍ର ସରକାର କ୍ରମାଗତ ଭାବରେ ବ୍ୟାଙ୍କ ବ୍ୟବସ୍ଥାକୁ ଉଜାଡ଼ିବାରେ ଲାଗିଛନ୍ତି । ୨୦୧୮ ଡିସେମ୍ବର ସୁଦ୍ଧା ବ୍ୟାଙ୍କଗୁଡିକର ଏନ୍‍ପିଏ
ପାଖାପାଖି ୮.୪୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚôବ । ଏକ ବୃହତ୍‍ ଆର୍ଥôକ ସମ୍ବଳ ଅକାମୀ ହୋଇ ପଡିଥିଲା ବେଳେ ସେମାନେ ମୁଦ୍ରାରାଶି
ଯଥେଷ୍ଟ ପରିମାଣରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି, ଯାହାକି ଦେଶର ପ୍ରଗତି ପ୍ରକ୍ରିୟାକୁ ବିଶେଷ ଭାବରେ କ୍ଷତି
ପହଞ୍ଚାଇଛି । ଏହି ସମୟରେ ବିବାହ, ବ୍ରତ ଓ ପୂଜାପର୍ବାଣୀର ଆୟୋଜନ ହୋଇଥାଏ ଏବଂ ତତ୍‍ସଙ୍ଗେ ପିଲାଙ୍କ ଶିକ୍ଷା ଅନୁÂାନମାନଙ୍କରେ
ନାମଲେଖା ପାଇଁ ମଧ୍ୟ ଅଭିଭାବକମାନଙ୍କ ଟଙ୍କାର ପ୍ରୟୋଜନ ଥାଏ । ଉଭୟ କ୍ଷେତ୍ରରେ ଏହି ଆର୍ଥିକ ଅଚଳାବସ୍ଥା ଜନଜୀବନକୁ ବହୁଳ
ଭାବରେ ପ୍ରଭାବିତ କରିଛି । ଏସ୍‍ବିଆଇ ରିସର୍ଚ୍ଚ ତାଙ୍କର ଗବେଷଣା କରି ଜଣାଇଛନ୍ତି ଯେ, ଭାରତବର୍ଷରେ ଜନସାଧାରଣଙ୍କ ପାଖରେ
ଆଜି ୭୦ହଜାର କୋଟି ଟଙ୍କା କମ୍‍ ଅଛି । ଏହା କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆର କାର୍ଯ୍ୟକଳାପ ଉପରେ ଏକ ପ୍ରଶ୍ନବାଚୀ
ସୃଷ୍ଟି କରିଛି । ଭାରତବର୍ଷର ବିକାଶ ହାର (ଜିଡିପି) ବିଗତ ଦୁଇବର୍ଷରେ ୧୦.୮ ଓ ୯.୮ ପାଖାପାଖି ଅନୁମାନ କରାଯାଉଥିଲା ବେଳେ
ସେହି ଗତିରେ ଟଙ୍କାର ପ୍ରଚଳନ ବୃଦ୍ଧି ପାଇନାହିଁ । ଜିଡିପି ହାର ସହିତ ତୁଳନା କଲେ ମାର୍ଚ୍ଚ ୨୦୧୮ ସୁଧା ଭାରତବର୍ଷରେ ୧୯.୪ ଲକ୍ଷ
କୋଟି ଟଙ୍କାର ଚଳନ୍ତି ବ୍ୟବହାର କରାଯିବାର ଆବଶ୍ୟକତା ରହିଛି । କିନ୍ତୁ କେବଳ ୧୭.୫ ଲକ୍ଷ କୋଟି ଟଙ୍କା ଆଜି ନଗଦ କାରବାରରେ
ଥିବା ଅନୁମାନ କରାଯାଉଛି । ପାଖାପାଖି ୧.୯ ଲକ୍ଷ କୋଟି ଟଙ୍କା କମ ବ୍ୟବହାର ହେଉଛି ବୋଲି ଏସ୍‍ବିଆଇ ରିସର୍ଚ୍ଚ ଆକଳନ କରିଛି ।
ଏଥିମଧ୍ୟରୁ ୧.୨ ଲକ୍ଷ କୋଟି ଟଙ୍କା ଡିଜିଟାଲ୍‍ ବ୍ୟୟ ହେଉଥିଲେ ହେଁ ପାଖାପାଖି ୭୦ ହଜାର କୋଟି ଟଙ୍କାର ଏକ ଶୂନ୍ୟତା ଭାରତର
ଅର୍ଥନୀତିରେ ଦେଖାଦେଇଛି । ଏହା ଏସ୍‍ବିଆଇ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ଶ୍ରୀ ସୌମ୍ୟକାନ୍ତି ଘୋଷ ସ୍ପଷ୍ଟ କରିଛନ୍ତି ।
କେନ୍ଦ୍ର ସରକାର ଦେଶର ବ୍ୟାଙ୍କ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିସାରିଛନ୍ତି । ଭାରତବର୍ଷର ବ୍ୟାଙ୍କଗୁଡିକର ଏନ୍‍ପିଏ (ନନ୍‍
ପରଫର୍‍ମାନ୍ସ ଆସେଟ୍ସ) ଡିସେମ୍ବର ୨୦୧୮ ସୁଦ୍ଧା ପାଖାପାଖି ୮.୪୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚôବ । ଏଥିରୁ ଆକଳନ କରାଯାଇପାରେ,
ଯେ ବ୍ୟାଙ୍କଗୁଡିକର ଏକ ବୃହତ ଆର୍ଥôକ ସମ୍ବଳ ଅକାମୀ ହୋଇଯାଇଥିଲା ବେଳେ ସେମାନେ ଯଥେଷ୍ଟ ପରିମାଣର ମୁଦ୍ରାରାଶି ଜନସାଧାରଣଙ୍କ
ପାଖରେ ପହଞ୍ଚାଇ ପାରୁନାହାନ୍ତି ବୋଲି ଯେଉଁ ସନେ୍ଦହ କରାଯାଉଥିଲା ଆଜି ତାହା ସତ୍ୟରେ ପ୍ରମାଣିତ ହୋଇଛି । ୨୦୧୬ରେ କେନ୍ଦ୍ର
ସରକାର ବିମୁଦ୍ରାକରଣ କଲା ପରେ ଏଟିଏମ୍‍ଗୁଡିକୁ ପୁନଃ ସଂସ୍କରଣର ଆବଶ୍ୟକତା ଥିଲା । କିନ୍ତୁ ଦେଢ଼ ବର୍ଷ ପରେ ମଧ୍ୟ ଅନେକ
ଏଟିଏମ୍‍ ଅକାମୀ ହୋଇପଡ଼ିଛି ଏବଂ ଜନସାଧାରଣ ତା’ର ଲାଭ ଆଜି ପର୍ଯ୍ୟନ୍ତ ପାଇପାରୁ ନାହାନ୍ତି । କେନ୍ଦ୍ର ସରକାର ଏଥିପ୍ରତି କୌଣସି
ଦୃଷ୍ଟି ଦେଇନାହାନ୍ତି । ବିମୁଦ୍ରାକରଣ ଯୋଗୁ ହଜାରେ ଟଙ୍କିଆ ନୋଟ୍‍ ବନ୍ଦ କରିଦିଆଯାଇଥିଲା ଏବଂ ତା’ପରେ ଦୁଇ ହଜାର ଟଙ୍କିଆ ନୋଟ୍‍
ବଜାରକୁ ଛଡ଼ାଯାଇଥିଲା । ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା ଯେ ହଜାରେ ଟଙ୍କିଆ ନୋଟ୍‍ ଯୋଗୁ କଳାଧନ ବଢ଼ୁଛି ଏବଂ ଗଚ୍ଛିତ କରି
ରଖୁଛନ୍ତି । କିନ୍ତୁ ଏବେ ଦେଖାଯାଇଛି, ୨ ହଜାର ଟଙ୍କିଆ ନୋଟ୍‍ ପ୍ରଚଳନ ପରେ କଳାଧନ ଆହୁରି ଦ୍ରୁତଗତିରେ ବୃଦ୍ଧି ପାଇଛି ଏବଂ
ବିମୁଦ୍ରାକରଣର ମୂଳ ଲକ୍ଷ୍ୟ ଯାହାକି କଳାଧନ ରୋକିବାରେ ଥିଲା, ସେଥିରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଈଓଔଟ ଔଇଘଇଞଇ ଊଇଖ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ଚଷ : ୦୬୭୪- ୨୩୯୩୪୬୪
୨୩୯୫୯୭୯
ଏଫ୍‍ଆର୍‍ଡିଆଇ (ୠସଦ୍ଭବଦ୍ଭମସବକ୍ଷ ଜରଗ୍ଦକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ବଦ୍ଭୟ ଊରକ୍ଟ୍ରକ୍ଟଗ୍ଦସଗ୍ଧ ଓଦ୍ଭଗ୍ଦଙ୍କrବଦ୍ଭମର)ବିଲ୍‍ ଜନସାଧାରଣଙ୍କ ଭିତରେ ଏକ
କୋକୁଆ ଭୟ ସୃଷ୍ଟି କଲାଣି । ଏହି ବିଲ୍‍ ଅନୁଯାୟୀ ଯଦି କୌଣସି ଆର୍ଥôକ ସଂସ୍ଥାର ସ୍ଥିତି ଦୁର୍ବଳ ହୋଇପଡେ଼, ତେବେ ତା’ର ଏହି କ୍ଷତିରେ
ଜମାକାରୀମାନେ ମଧ୍ୟ ସମାନ ଭାବରେ କ୍ଷତି ସହିବେ । ଏହା ଜମାକାରୀମାନଙ୍କ ମଧ୍ୟରେ ଭୟ ସଂଚାର କଲାଣି । ଏହି ଜଟିଳ ପରିସ୍ଥିତିକୁ
ଏହା ଆଗକୁ ଆହୁରି ଭୟାଭୟ କରିବ । ଦେଶର ଜନସାଧାରଣଙ୍କ ଆର୍ଥôକ ସ୍ଥିତି ଆଜି ଖାଲି ଏଟିଏମ୍‍କୁ ଦେଖି ସ୍ପଷ୍ଟ ବାରି ହୋଇପଡୁଛି ।
କେନ୍ଦ୍ର ସରକାରଙ୍କ କାରବାର ଓ ଆର୍ଥôକ ପରିଚାଳନା ସାଧାରଣ ଜନତାଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି କରିଛି । ଦେଶରେ ଏବେ ଅଘୋଷିତ
ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଲାଗି କେନ୍ଦ୍ର ସରକାର ଦାୟୀ । ଜନସାଧାରଣ ନିଜର ଉପାର୍ଜିତ ଟଙ୍କାକୁ ଠିକ୍‍ ସମୟରେ ନପାଇବା ଏକ
ଗୁରୁତର ଅପରାଧ । ବିମୁଦ୍ରାକରଣ ସମୟରେ ଯାହା ଘଟିଥିଲା ଏବେ ତାହାର ପୁନରାବୃତ୍ତି ହୋଇଛି । କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ
ନିଷ୍ପତ୍ତି ଓ ଦୂରଦୃଷ୍ଟି ବିହୀନ ପଦକ୍ଷେପ ନେବାରୁ ଆର୍ଥିକ ବିଶୃଙ୍ଖଳା ଓ ଅରାଜକତାକୁ ଆଡ଼କୁ ଦେଶ ଟାଣି ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ସକାଳ ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ
କରି ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜୁ ଯୁବ, ଛାତ୍ର,
ମହିଳା, ଶ୍ରମିକ, କୃଷକ ଓ ସମବାୟ ସାମ୍ମୁଖ୍ୟ ତରଫରୁ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇ ଦେଶରେ ଉପୁଜୁଥିବା ପରିସ୍ଥିତି ଯୋଗୁ
ସାଧାରଣ ଜନତା ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି ସେ ସଂପର୍କରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି
ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହା
ଦ୍ୱିତୀୟବାର ଅଘୋଷିତ ଆର୍ଥôକ ଜରୁରୀ ପରିସ୍ଥିତି । ସେଥିଯୋଗୁ ଦେଶର ଏଟିଏମ୍‍ଗୁଡିକରେ ଟଙ୍କା ନାହିଁ । ନୋଟ୍‍ବନ୍ଦୀ ବେଳରେ
ଉପୁଜିଥିବା ଅବସ୍ଥାର ପୁନରାବୃତ୍ତି ହୋଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆର୍ଥôକ ପରିଚାଳନା ତ୍ରୁଟିପୂର୍ଣ୍ଣ
ହୋଇଥିବାରୁ ଏଟିଏମ୍‍ ଫାଙ୍କା ପଡିଛି । ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଭୁଲ ଯୋଗୁ
ଆର୍ଥôକ ବ୍ୟବସ୍ଥା ରସାତଳଗାମୀ ହେଉଛି । ପ୍ରଥମେ ନୋଟ୍‍ବନ୍ଦୀ, ପରେ ଏଟିଏମ୍‍ଗୁଡିକରୁ ଟଙ୍କା ଉଭାନ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ ।
ବିଜେଡି ଏହାର ପ୍ରତିବାଦ ଜଣାଇଛି ।
ଭୁବନେଶ୍ୱରର ୭ଟି ପ୍ରମୁଖ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଦିଆଯାଇଥିଲା । ଆଜିର ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ରିଜର୍ଭ ବ୍ୟାଙ୍କ
ସାମ୍ନାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଦେବାଶିଷ ନାୟକ, ପ୍ରଣବ କୁମାର
ବଳବନ୍ତରାୟ, ବ୍ୟୋମକେଶ ରାୟ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସାଧାରଣ ସଂପାଦକ
ଦୁର୍ଗା ସାମନ୍ତରାୟ, ଏଲିନା ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ଏସ୍‍ବିଆଇ ଆଞ୍ଚଳିକ
ମୁଖ୍ୟାଳୟ ସାମ୍ନାରେ ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଯୁବ ବିଜେଡି ଉପଦେଷ୍ଟା ଅମରେଶ
ଜେନା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କ୍ରାଉନ୍‍ ହୋଟେଲସ୍ଥିତ ଆହ୍ଲାବାଦ୍‍ ବ୍ୟାଙ୍କ, ୟୁନିୟନ୍‍ ବ୍ୟାଙ୍କ, ବ୍ୟାଙ୍କ ଅଫ୍‍ ଇଣ୍ଡିଆ ସାମ୍ନାରେ
ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମହିଳା ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, ମାନସୀ ସୁନ୍ଦରାୟ, ୟୁକୋ ବ୍ୟାଙ୍କ ଏବଂ ପିଏନ୍‍ବି ବ୍ୟାଙ୍କ
ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‍ ସେନାପତି, ରଞ୍ଜିତ ମହାପାତ୍ର, ମହର୍ଷି କଲେଜ୍‍ ସ୍ଥିତ ଆଇଡିବିଆଇ
ବ୍ୟାଙ୍କ ସମ୍ମୁଖରେ ଉମା ମିଶ୍ରଙ୍କ ସମେତ ବହୁ କର୍ପୋରେଟର୍‍, ବରମୁଣ୍ଡାସ୍ଥିତ ଆନ୍ଧ୍ରାବ୍ୟାଙ୍କ ସମ୍ମୁଖରେ ସୁଜିତ ସ୍ୱାଇଁ, ପ୍ରତାପ ସାହୁ ଏବଂ
କଟକ ରୋଡସ୍ଥିତ ଏସ୍‍ବିଆଇ ସମ୍ମୁଖରେ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ପୋରେଟର୍‍ ସାମିଲ ହୋଇଥିଲେ ।

Share in top social networks!
Powered By Indic IME