ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ଯୋଗଦେଲେ

DSC_0294ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକଙ୍କୁ ଆଜି ଅପରାହ୍ଣ ୫ଟା ସମୟରେ ପୂର୍ବତନ ପୋଲିସ କମିଶନର (ମହାରାଷ୍ଟ୍ର କ୍ୟାଡର୍‍) ଅରୂପ
ପଟ୍ଟନାୟକ ନବୀନ ନିବାସରେ ସାକ୍ଷାତ କରି ଆନୁÂାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଅରୂପ
ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ତାଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ । ଆଗାମୀ ଦିନରେ
ଅରୂପ ଆମ ଦଳ ପାଇଁ ଅମୂଲ୍ୟ ସଂପଦ ହେବେ । ଏଥିଲାଗି ମୁଁ ବହୁତ ଖସି ।
ଏହି ଅବସରରେ ଅରୂପ ପଟ୍ଟନାୟକ କହିଥିଲେ ଯେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥ ଶୁଭ ଅନୁକୂଳ ଓ ଅକ୍ଷୟ
ତୃତୀୟା ଭଳି ଶୁଭ ଦିବସରେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଓଡ଼ିଆଙ୍କ ହୃଦୟର ସମ୍ରାଟ ବିଜୁ ପଟ୍ଟନାୟକଙ୍କ
ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ମୁଁ ଯୋଗ ଦେଇଛି । ବିଜୁ ପଟ୍ଟନାୟକଙ୍କ ଉପଯୁକ୍ତ
ଦାୟାଦ ତଥା ସ୍ୱଚ୍ଛ ଓ ବଳିÂ ନେତୃତ୍ୱ ଦେଇଆସୁଥିବା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ମୋତେ ଓଡ଼ିଶାର ସେବା କରିବା ପାଇଁ ଏ ଯେଉଁ ସୁଯୋଗ ଦେଲେ, ସେଥିଲାଗି ମୁଁ ତାଙ୍କ ପାଖରେ କୃତଜ୍ଞ ।
ଦୀର୍ଘଦିନ ଧରି ଅନ୍ୟ ରାଜ୍ୟର ସେବା କରିବା ପରେ ଆଜି ନିଜର ଜନ୍ମସ୍ଥାନ ଓଡ଼ିଶାରେ ସେବା କରିବାକୁ ମୋତେ
ସୁଯୋଗ ମିଳିଛି, ସେଥିପାଇଁ ମୁଁ ଅତି ଉତ୍ସାହିତ । ମୁଁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ଅଶୋକ ଚନ୍ଦ୍ର ପଣ୍ଡା, ବଦ୍ରି
ନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରଶାନ୍ତ ନନ୍ଦ, ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ
କୁମାର ଦାସବର୍ମା, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ
ନାୟକ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME