ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ

Odia New Year2018=Photo ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁୁ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି । ଆଜି ପବିତ୍ର ମହାବିଷୁବ, ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଅବସରରେ ସମ୍ମିଳନୀର ଶାଖା କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ବରିÂ ସଦସ୍ୟ ଡ଼ଃ ଦ୍ୱାରୀକା ନାଥ ମହାନ୍ତି ଉକôଳ ସମ୍ମିଳନୀ ଓଡ଼ିଶାର ବାସୀ ତଥା ଓଡ଼ିଆ ମାନଙ୍କର ଉନ୍ନତି ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ନିକଟରେ ଆନ୍ଧ୍ର ପ୍ରଦେଶ କୋଟିଆ ଉପରେ ଅନଧିକାର ପ୍ରବେଶକୁ ନିନ୍ଦା କରି ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ସୀମା ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଉପ-ସଭାପତି ପ୍ରତାପ ସ୍ୱାଇଁ ଓ ଶିତଳ ଚନ୍ଦ୍ର ମହାନ୍ତି , ଯୁଗ୍ମ-ସଂପାଦକ ଅଶୋକ ପାଲଟାସିଂହ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଇଂ ଶିବ ପ୍ରସାଦ ମିଶ୍ର, ସିଧାର୍ଥ ଶେଖର ଗଡ଼ନାୟକ,ପ୍ରସନ୍ନ ରଥ,ପ୍ରତାପ କୁମାର ନନ୍ଦ, କ୍ଷେତ୍ର ମୋହନ ନାୟକ, ନଳିନୀ କୁମାର ମହାନ୍ତି, ଅଜୟ କୁମାର କାନୁନଗୋ ଓ ଅକ୍ଷୟ କୁମାର ଜେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଧି ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ-ସଂପାଦକ ବିଭୁତି ଭୂଷଣ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Share in top social networks!
Powered By Indic IME