ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ; ଆମ୍ବେଦକରଙ୍କ ଜନ୍ମ ଦିବସକୁ ସାମାଜିକ ସମରସତା ଦିବସ ରୂପେ ପାଳନକଲା ଆରଏସ୍ଏସ୍

1ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଦିବସକୁ ସାମାଜିକ ସମରସତା ଦିବସ ରୂପେ ପାଳନ କରିଛି । ଏହି ଅବସରରେ ଆଜି ସକାଳେ ସଂଗଠନର କର୍ମକର୍ତ୍ତାମାନେ ଏକ ପଟୁଆରରେ ଆସି ଏଜି ଛକରେ ଥିବା ବାବାସାହେବଙ୍କ ମୂର୍ତ୍ତି ନିକଟରେ ପହଁଚିଥିଲେ । ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଓ ପ୍ରାନ୍ତ କୁଟୁମ୍ଭ ପ୍ରବୋଧନ ପ୍ରମୁଖ ଶ୍ରୀ ବୈକୁଣ୍ଠନାଥ ସାହୁ, ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ମନସୁଖଲାଲ ସେଠିଆ, ବିଭାଗ ବ୍ୟବସ୍ଥା ପ୍ରମୁଖ ଉମାକାନ୍ତ ଗିରି,ଘନଶ୍ୟାମ ମହାପାତ୍ର, ସୁବ୍ରତ କୁମାର ତ୍ରିପାଠୀ,ଜୟକୃଷ୍ଣ ପୃଷ୍ଟି,ଦେବୀ ପ୍ରସାଦ ମହାପାତ୍ର,ରାଜେଶ୍ୱର ରାଉତ, ରାଜେଶ୍ୱର ରାୟ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି କହିଲେ ଯେ,ଭୀମରାଓ ଆମ୍ବେଦକର ଜୀ ୧୯୩୯ ମସିହା ଏପ୍ରିଲ ମାସ ୨୧ ତାରିଖରେ ସେ ପୁନା ଠାରେ ଅନୁÂିତ ହେଉଥିବା ସଂଘଶିବର ପରିଦର୍ଶନରେ ଆସିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶିବିର ଦେଖିଲା ପରେ ସେ ବଡ ପ୍ରଭାବିତ ହୋଇଥିଲେ ଏବଂ ସେଠାରେ କୌଣସି ଜାତିଭେଦ ନଥିଲା, ସବୁ ପ୍ରକାର ସାମାଜିକ ନ୍ୟାୟ, ସବୁ ପ୍ରକାର ସମତା ଥିଲା । ତାକୁ ଦେଖି ସେ ବହୁତ ଖୁସି ହୋଇଥିଲେ ଏବଂ ସଂଘପ୍ରତି ତାଙ୍କର ଆଶ୍ରୀବାଦ ମଧ୍ୟ ଥିଲା । ତେଣୁ ସଂଘ ସବୁବେଳେ ତାଙ୍କର ଜୟନ୍ତୀକୁ ସାମାଜିକ ସମରସତା ଦିବସ ରୂପେ ପାଳନ କରି ଆସୁଛି ଏବଂ ଆଜି ମଧ୍ୟ ଆମେ ତାଙ୍କର ଜୟନ୍ତୀ ପାଳନ କରୁଛୁ ।

Share in top social networks!
Powered By Indic IME