ବିଜୁ ମହିଳା ଜନତା ଦଳ ର କ୍ୟାଣ୍ଡଲ ଶୋଭାଯାତ୍ରା

bjd candle rally (2)ଉତ୍ତରପ୍ରଦେଶର ଉନ୍ନାଓ ଏବଂ ଜାମ୍ମୁ ର ରାସାନା ଠାରେ ମହିଳାଙ୍କ ପ୍ରତି ବର୍ବରତା ଏବଂ ବି ଜେ ପି ଶାସିତ ରାଜ୍ୟଗୁଡ଼ିକରେ ନାରୀ ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମ ସହ ଦୋଷୀ ଓ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ ପ୍ରତିବାଦରେ ବିଜୁ ମହିଳା ଜନତା ଦଳ, ସମ୍ବଲପୁର ପକ୍ଷରୁ ଏକ ନିରବ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ସମ୍ବଲପୁର ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଶାନ୍ତି ନଗର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରୁ ବାହାରି ବୁଢାରଜା, ଓଭ ରବ୍ରିଜ ଦେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଯାଇଥିଲା l ଶୋଭାଯାତ୍ରାରେ ସାମିଲ ମହିଳାମାନେ ହାତରେ କ୍ୟାଣ୍ଡଲ ଜଳାଇ ନିରବ ପ୍ରତିବାଦ କରିଥିଲେ l ଜିଲ୍ଲା ମହିଳା ସଭାନେତ୍ରୀ ରାଜଲଷ୍ମୀ ପ୍ରଧାନଙ୍କ ସଂଯୋଜନାରେ ସଂଗୀତା ସ୍ୱାଇଁ,ସୁନନ୍ଦା ଚଇନି,ମମତା ପଣ୍ଡା,ହସିନା ବି,ଡଲି ସାହୁ, ବୃନ୍ଦା କଟା,ସୁବାସିନୀ ଓରାମ,ସ୍ମିତା ପଟ୍ଟନାୟକ,କଳ୍ପନା ମିଶ୍ର,ଫୁଲମଣୀ ମୁଣ୍ଡା,ରଶ୍ମିତା ବାଗ,ମୁନମୁନ ରଥ,ସସ୍ମିତା ମୁଦୁଲି,ପ୍ରମୁଖ କର୍ମକର୍ତା ଯୋଗ ଦେଇଥିଲେ l

Share in top social networks!