ନାଲ୍କୋ ପକ୍ଷରୁ ଡଃ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ପାଳିତ

0V8A6385
ନାଲ୍କୋ ପକ୍ଷରୁ ଭୁବନେଶ୍ୱରସ୍ଥିତ ନାଲ୍କୋନଗର ଠାରେ ଭାରତ ରତ୍ନ ବାବା ସାହେବ ଡଃ ବି.ଆର୍. ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ୧୪ ଏପ୍ରିଲ୍ ୨୦୧୮ ରେ ପାଳିତ ହୋଇଛି । ଏହି ଅବସରରେ, ଭାରତର ସମ୍ବିଧାନର ଅନ୍ୟତମ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦେଶ ଓ ଜାତି ପ୍ରତି ଡଃ ଆମ୍ବେଦକରଙ୍କ ଅବଦାନ ସମ୍ପର୍କରେ ସ୍ମରଣ କରି ଡଃ ଚାନ୍ଦ ନିଜର ଅଭିଭାଷଣରେ କହିଲେ ଯେ ଭାରତର ଶକ୍ତି ଏହାର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବିବିଧତାରେ ନିହିତ ରହିଛି । ଭାରତୀୟ ସମ୍ବିଧାନ ମାଧ୍ୟମରେ ଡଃ ଆମ୍ବେଦକର ସମସ୍ତ ନାଗରିକଙ୍କୁ ସ୍ୱାଧୀନତା, ଭ୍ରାତୃଭାବ ଏବଂ ସମାନତା ସହ ଜୀବନ ନିର୍ବାହ କରିବାର ଅଧିକାର ପ୍ରଦାନ କରିବା ସହ ଉଭୟ ରାଜନୀତି ଏବଂ ସାମାଜିକ କ୍ଷେତ୍ରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଛନ୍ତି ବୋଲି ଡଃ ଚାନ୍ଦ କହିଥିଲେ ।
ଡଃ ଆମ୍ବେଦକରଙ୍କ କାର୍ଯ୍ୟ ଏବଂ ବିଚାରଧାରା ଦ୍ୱାରା ଆମେ ଅନୁପ୍ରାଣିତ ହୋଇ ଦେଶର ସାମଗ୍ରିକ ବିକାଶ ତଥା ଜାତିର ପ୍ରଗତି ଉଦେ୍ଧଶ୍ୟରେ କାର୍ଯ୍ୟ କରିବା ଉପରେ ଡଃ ଚାନ୍ଦ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ, କମ୍ପାନୀର ନିଦେ୍ର୍ଧଶକବୃନ୍ଦ, ବରିÂ ଅଧିକାରୀ ଓ କର୍ମଚାରୀବୃନ୍ଦ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତବିଶେଷ ଉପସ୍ଥିତ ଥିଲେ ଏବଂ ଡଃ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।

Share in top social networks!
Powered By Indic IME