ଆସନ୍ତା ୧୪ରୁ ତିନିଦିନ ବ୍ୟାପୀ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଆ ନବବର୍ଷ ମହୋତ୍ସବ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଆ ନବବର୍ଷ ମହୋତ୍ସବ ଚଳିତ
ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଆୟୋଜିତ ହେଉଛିା ଓଡ଼ିଶା ସଙ୍ଗୀତ ନାଟକ
ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ରାଜ୍ୟ
ସଂଗ୍ରହାଳୟ ଓ ରାଜ୍ୟ ଅଭିଲେଖାଗାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ସଂସ୍କୃତିକ କାର୍ଯ୍ୟକ୍ରମ,
ପ୍ରଦର୍ଶନୀ, ଆଲୋଚନା ଚକ୍ର, କବିତା ଆସର, ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ବୋଲି ସଂସ୍କୃତି ବିଭାଗ
ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରକାଶ କରିଛନ୍ତିା
ଅଭିଲେଖାଗାରଠାରେ ଆଜି ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ ଶ୍ରୀ ନାୟକ କହିଛନ୍ତି ଯେ ତିନିଦିନ ବ୍ୟାପୀ
ଆୟୋଜିତ ଏହି ମହୋତ୍ସବ ଅବସରରେ ପ୍ରତ୍ୟେକ ଦିନ ଉତ୍କଳ ମଣ୍ଡପଠାରେ ସନ୍ଧ୍ୟା ୬.୩୦ ସମୟରେ ସାଂସ୍କୃତିକ
କାର୍ଯ୍ୟକ୍ରମ ପରିବେଷଣ କରାଯିବା ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ସେଠାରେ ସ୍ୱନାମଧନ୍ୟ
ଶିଳ୍ପୀମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ସାଙ୍ଗକୁ ମୃତ୍ତିକାଶିଳ୍ପୀ ଓ ମୁଖାଶିଳ୍ପୀମାନଙ୍କ ଶିବିର ଆୟୋଜନ କରାଯିବା ରାଜ୍ୟ
ସଂଗ୍ରହାଳୟ ତରଫରୁ ହସ୍ତତନ୍ତ ଓ ପଟ୍ଟଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବା ୧୬ ତାରିଖ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ
ଓଡ଼ିଶା ହସ୍ତତନ୍ତ, ପାରମ୍ପରିକ ସଙ୍ଗୀତ, ଅଳଙ୍କାର ଓ ବେଶପୋଷାକର ସମନ୍ୱୟରେ ଏକ ମଞ୍ଚ ପ୍ରଦର୍ଶନ ଉପସ୍ଥାପିତ ହେବ
ା ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା କର୍ମଚାରୀମାନଙ୍କୁ
ପୁରସ୍କାର ବିତରଣ କରାଯିବା
୧୫ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟ ଅଭିଲେଖାଗାରଠାରେ
“ଓଡ଼ିଶାରେ ଶିବ ଉପାସନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ରାଜ୍ୟ ସଂଗ୍ରହାଳୟଠାରେ ଝୋଟି, ଚିତା ଓ
ମୁରୁଜ, ଓଡ଼ିଶାର ପିଠାପଣା ଓ ତରକାରୀ ପସ୍ତୁତି ପ୍ରତିଯୋଗିତା ଏବଂ ୧୬ ତାରିଖ ଦିନ ସେହିଠାରେ ହୁଳହୁଳି
ପ୍ରତିଯୋଗିତା ଅନୁଷ୍ଠିତ ହେବା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅଭିଲେଖାଗାରଠାରେ ୧୬ ତାରିଖ ଦିନ ପୂର୍ବାହ୍ନରେ
ଅନୁଷ୍ଠିତ ହେବାକୁ ଥ#ବା କବିତା ପର୍ବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କବିମାନେ ଅଂଶଗ୍ରହଣ କରିବୋ
ତିନିଦିନ ବ୍ୟାପୀ ଆୟୋଜିତ ହେବାକୁ ଥ#ବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ
ଶଶିଭୂଷଣ ବେହେରା, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ପ୍ରିୟଦର୍ଶୀ ମିଶ୍ର,
ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ପ୍ରସିଦ୍ଧ କବି ପଦ୍ମଭୂଷଣ ଶ୍ରୀ ରମାକାନ୍ତ ରଥ, ବିଶିଷ୍ଟ ସାହିତି୍ୟକା ତଥା ଚଳଚ୍ଚିତ୍ର
ଅଭିନେତ୍ରୀ ଡ. ମାଳବିକା ରାୟ ଓ ଦ୍ୱିତୀୟ ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର,
ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏବଂ ଉଦ୍ଯାପନୀ ସନ୍ଧ୍ୟାରେ ପର୍ଯ୍ୟଟନ, ଓଡ଼ିଆ ଭାଷା,
ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସଦସ୍ୟ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ
ସାହିତି୍ୟକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ଅତିଥ# ଭାବରେ ଯୋଗଦେବୋ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ
ମନୋରଞ୍ଜନ ପାଣିଗ୍ରାହୀ ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ମଧ୍ୟ ପ୍ରତ୍ୟହ ସନ୍ଧ୍ୟାରେ ମଞ୍ଚାସୀନ ହେବେ
ା ସେହିପରି “ଓଡ଼ିଶାରେ ଶିବ ଉପାସନା’ ଆଲୋଚନାଚକ୍ରରେ ଡ. ଅର୍ଚ୍ଚନା ନାୟକ, ଡ. ଅରବିନ୍ଦ ପଟ୍ଟନାୟକ, ଡ. ଅସିତ
ମହାନ୍ତି ଓ ଡ. ସୁରେନ୍ଦ୍ର ମିଶ୍ର ଯୋଗଦେଉଥ#ବାବେଳେ କବିତା ପର୍ବରେ ଡ. ପ୍ରତିଭା ଶତପଥୀ, ସାହିତ୍ୟ ଏକାଡେମୀ
ସଭାପତି ହରିହର ମିଶ୍ର ଓ କବି ଅଶ୍ୱିନୀ କୁମାର ମିଶ୍ର ଯୋଗଦେବୋ
ପ୍ରଥମ ସନ୍ଧ୍ୟାରେ “ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ସହିତ ଗୁରୁ ନିରଞ୍ଜନ ରାଉତ ଓ ତାଙ୍କ ଦଳଙ୍କ ଦ୍ୱାରା
ଓଡ଼ିଶୀ ନୃତ୍ୟ ପରିବେଷିତ ହେବା ବଡମ୍ବାର ଶିଳ୍ପୀମାନେ “ଢଣକୋଇଲା’ ପରିବେଷଣ କରିବା ସାଙ୍ଗକୁ ବର୍ଣ୍ଣାଳୀ ହୋତା
ଓ ତାଙ୍କ ସାଥ# ଏବଂ ମହେନ୍ଦ୍ର ଆଚାର୍ଯ୍ୟ ଏବଂ ତାଙ୍କ ସାଥ# ସୁଗମ ସଂଗୀତ ଗାନ କରିବୋ ଦ୍ୱିତୀୟ ସନ୍ଧ୍ୟାରେ “ତୁହିମା
ଜନମ ଭୂମି’ ପରିବେଷଣ ସହିତ କେଉଁଝରର ଶିଳ୍ପୀମାନଙ୍କ ଦ୍ୱାରା “ଝୁମର’ ଓ ରଘୁରାଜପୁରର ଶିଳ୍ପୀମାନଙ୍କ ଦ୍ୱାରା
ଗୋଟିପୁଅ ନୃତ୍ୟ ପରିବେଷିତ ହେବା ବିଭୁ କିଶୋର ଓ ଅଭିଜିତ୍ ମିଶ୍ର ତଥା ଅନ୍ୟମାନେ ସୁଗମ ସଂଗୀତ ଗାନ
କରିବୋ ଉଦ୍ଯାପନୀ ସନ୍ଧ୍ୟାରେ “ତୁଙ୍ଗ ଶିଖରୀ ଚୂଳ’ ପରିବେଷଣ ସହିତ ସମ୍ବଲପୁରୀ ଓ ବାଲେଶ୍ୱରର ଶିଳ୍ପୀମାନଙ୍କ
ଦ୍ୱାରା “ଚଢେ଼ଇଆ’ ନୃତ୍ୟ ପରିବେଷିତ ହେବା ସୁବାସ ଦାସ, ସୌରଭ ନାୟକ ଓ ସୋହିନୀ ମିଶ୍ରଙ୍କ ସହିତ ଅନ୍ୟମାନେ
ସୁଗମ ସଂଗୀତ ଗାନ କରିବେ ବୋଲି ସୂଚନା ଦିଆଯାଇଛିା
ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଆଧାର କରି ଆୟୋଜିତ ଏହି ମହୋତ୍ସବର ପ୍ରତିଟି କାର୍ଯ୍ୟକ୍ରମକୁ
ସର୍ବାଙ୍ଗ ସୁନ୍ଦର ଓ ସଫଳ କରିବା ପାଇଁ ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ, ଗବେଷକ ତଥା କଳାପ୍ରେମୀମାନଙ୍କ ସହଯୋଗ
କାମନା କରାଯାଉଛିା ଝୋଟି, ଚିତା ଓ ମୁରୁଜ, ଓଡ଼ିଶୀ ପିଠାପଣା ଓ ତରକାରୀ ପ୍ରସ୍ତୁତି ଏବଂ ହୁଳହୁଳି
ପ୍ରତିଯୋଗିତାରେ ଆଗ୍ରହୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବାକୁ ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ପକ୍ଷରୁ ଅନୁରୋଧ କରାଯାଉଛିା
ଏହି ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ, ଓଡ଼ିଶା ଲଳିତ କଳା
ଏକାଡେମୀର ସଂପାଦକ ମାନସ ଜେନା, ସଂଗୀତ ନାଟକ ଏକାଡେମୀ ସଂପାଦକ ବିଜୟ ଜେନା, ଭାଷା ପ୍ରତିଷ୍ଠାନର
ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର ଓ ଅଭିଲେଖାଗାରର ଅଧୀକ୍ଷକ ସୂଚିସ୍ମିତା ମନ୍ତ୍ରୀ ଉପସ୍ଥିତ ଥ#ଲୋ

Share in top social networks!