ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ ଲୋଗୋ ଓ ୱେବ୍ସାଇଟ୍ ତଥା ଭୁବନେଶ୍ୱର ଭିଡ଼ିଓ ଓ ୱେବ୍ସାଇଟ୍ ଉନ୍ମୋଚିତ

Honourable CM Unveiling BSCL Logoରାଜଧାନୀର ୭୦ତମ ପ୍ରତିÂା ଦିବସର ଅବ୍ୟବହିତ ପୂର୍ବରୁ ସହରବାସୀଙ୍କୁ ଏକ ଉପହାର ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ର ଲୋଗୋ ଓ ୱେବ୍ସାଇଟ୍ (ଙ୍ଗଙ୍ଗଙ୍ଗ.ଗ୍ଦଜ୍ଞବrଗ୍ଧମସଗ୍ଧଚ୍ଚଭଷଙ୍କଭବଦ୍ଭରଗ୍ଦଙ୍ଗବr.ଶକ୍ଟଙ୍ଖ.ସଦ୍ଭ) ଲୋକାର୍ପିତ କରିଛନ୍ତି । ଏଥିସହିତ ଭୁବନେଶ୍ୱର ଉନ୍ନୟନ କତୃପକ୍ଷ (ବିଡ଼ିଏ) ଦ୍ୱାରା ପ୍ରସ୍ତୁତ ଭୁବନେଶ୍ୱର-ଡଟ୍-ମି (ଙ୍ଗଙ୍ଗଙ୍ଗ.ଭଷଙ୍କଭବଦ୍ଭରଗ୍ଦଙ୍ଗବr.ଜ୍ଞର) ନାମକ ଅନ୍ୟ ଏକ ୱେବ୍ସାଇଟ୍ ଏବଂ ସହର ସମ୍ପର୍କିତ ଏକ କ୍ଷୁଦ୍ର ବୃତଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।
ଏହି ଲୋକାର୍ପଣ ଉତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଫଫ ୧୯୯୯ ମସିହାର ମହାବାତ୍ୟାର ମହାପ୍ରଳୟ ଜନିତ ବିପର୍ଯ୍ୟୟ ପରେ ଭୁବନେଶ୍ୱରକୁ ଆଜିର ଏହି ବିଶ୍ୱସ୍ତରୀୟ ନଗର ଭାବରେ ଗଢିତୋଳିବାର ପ୍ରୟାସ ଭିତରେ ଆମେ ଅତିକ୍ରାନ୍ତ କରିଥିବା ସମୟ ଏବଂ ଆହ୍ୱାନ ସବୁ ଆଖି ଆଗରେ ଆସିଯାଉଛି । ଆମର ସାଂସ୍କୃତିକ ପରମ୍ପରା, ନାଗରିକମାନଙ୍କର ଅତିଥିପରାୟଣତା ତଥା ସ୍ମାର୍ଟ, ଅଭିନବ ସୁବିଧାସୁଯୋଗ ଆଦି ଆମର ଏହି ରାଜଧାନୀକୁ ଏକ ଅନନ୍ୟ ନଗର-କୈନ୍ଦ୍ରିକ ଅନୁଭୁତି ଆଣିଦେଇଛି ।
ଭୁବନେଶ୍ୱରର ଅଭ୍ୟୁଦୟ ଏକ ଉଲ୍ଲେଖନୀୟ ସଫଳତା । ଅବିଶ୍ରାନ୍ତ ଉଦ୍ୟମର ଫଳସ୍ୱରୂପ ଏହା ଭାରତର ଶ୍ରେÂ ସ୍ମାର୍ଟ ସିଟି ହେବାର ଗୌରବ ସହ ସ୍ମାର୍ଟ ସଲ୍ୟୁସନ୍ସର ଉପଯୋଗରେ ନାଗରିକମାନଙ୍କୁ ସର୍ବୋତମ ସେବାର ଉପଲବ୍ଧି କରାଇବାରେ ଚେଷ୍ଟିତ ଅଛି । ଏଥିରେ ସଭିଙ୍କ ପାଇଁ ସୁବିଧା ସୁଯୋଗ ସହିତ ସମାଜର ସମସ୍ତ ବର୍ଗଙ୍କୁ ନେଇ ଆଗକୁ ବଢିବାର ପ୍ରତିବଦ୍ଧତା ରହିଛି ।“

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ର ଲୋଗୋ:
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ର ଏହି ଲୋଗୋ ଉଜ୍ୱଳ ରଙ୍ଗର ଏକ ଅପୂର୍ବ ସମାହାରରେ ତିଆରି ହୋଇଥିବା ପ୍ରଜାପତିକୁ ଦର୍ଶାଇ ଦ୍ରୁତଗତିରେ ଅଗ୍ରସର ହେଉଥିବା ସ୍ମାର୍ଟ ନଗରୀର ରୁପାନ୍ତରକୁ ପ୍ରତିପାଦିତ କରୁଛି । ପ୍ରଜାପତି ପରି ଏହା ଅଭିବୃଦ୍ଧି, ଗତି ଓ ଯୁବସୁଲଭ ଉଦ୍ଧାମତାର ଅବତାରଣା କରୁଛି । ପାଂଚବର୍ଣ୍ଣାଳୀର ସମାହାରରେ ଗଠିତ ଏହି ଅଭିନବ ଲୋଗୋ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରସ୍ତାବର ବିଭିନ୍ନ ଦିଗ ଯଥା ଲିଭେବଲ୍ ସହର, ପରିବେଶ ଅନୁକୁଳ ସହର, ଶିଶୁ ଅନୁକୁଳ ସହର, ପରିବହନ-କୈନ୍ଦ୍ରିକ ସହର ଏବଂ ଆଂଚଳିକ ଅର୍ଥନୈତିକ କେନ୍ଦ୍ର ଭାବରେ ଭୁବନେଶ୍ୱରର ଅଭ୍ୟୁଦୟକୁ ଦର୍ଶାଉଛି ।
ବର୍ଗକ୍ଷେତ୍ରର ପରିକଳ୍ପନା, ଶକ୍ତି, ଏକାତ୍ମଭାବ, ସମାନତା, ପେଶାଦାର ପ୍ରବୃତି ଏବଂ ଦକ୍ଷତାର ବାର୍ତା ଦେଉଛି । ବିଭିନ୍ନ ବର୍ଣ୍ଣର ବିଭବ ସହିତ ୱାଇ-ଫାଇର ଚିହ୍ନ ବୈଷୟିକ ଜ୍ଞାନକୌଶଳକୁ ବୁଝାଉଛି । ଭୁବନେଶ୍ୱରକୁ ବିଶ୍ୱସ୍ତରରେ ସ୍ଥାନିତ କରିବା ପାଇଁ ତଥା ଶିକ୍ଷା, କ୍ରୀଡ଼ା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଐତିହ୍ୟର ଏକ ପ୍ରାଣକେନ୍ଦ୍ର କରି ଗଢିତୋଳିବା ପାଇଁ ହବ୍ (ଐଟଈ) ଶବ୍ଦର ଉପଯୋଗ କରାଯାଇଛି ।
ଲିଭେବଲ୍ ସହର: ନୀଳ ରଙ୍ଗ ସୂଚାଉଛି ସଂହତି, ନିÂା, ଶାନ୍ତସ୍ୱଭାବ, ବୈଷୟିକ ଗୁଣବତା ଏବଂ ମନନଶୀଳତା
ପରିବେଶ ଅନୁକୁଳ ସହର: ସବୁଜ ରଙ୍ଗ ପ୍ରଗତି ଓ ନୈତିକତାର ପ୍ରତୀକ । ଏହାଛଡ଼ା ଏହି ରଙ୍ଗ ଅଭିବୃଦ୍ଧି, ଉଦ୍ଧାମତା ଏବଂ ନୂତନତ୍ୱର ବାର୍ତା ବହନ କରୁଛି ।
ଶିଶୁ ଅନୁକୁଳ ସହର: ହଳଦିଆ ରଙ୍ଗ ଉଷ୍ମତା ଏବଂ ଶିଶୁ ଅନୁକୁଳ ବାତାବରଣକୁ ସୂଚିତ କରୁଛି
ପରିବହନ-କୈନ୍ଦ୍ରିକ ସହର: ଲାଲ୍ ରଙ୍ଗ ପରିବହନ, ଉର୍ଜ୍ଜା ଏବଂ ସହରର ଗତିଶୀଳତାକୁ ଚିତ୍ରିତ କରୁଛି
ଅର୍ଥନୈତିକ ଅଭିବୃଦ୍ଧି: ଗୋଲାପୀ ରଙ୍ଗ ସମ୍ପତି, ପ୍ରାଚୁର୍ଯ୍ୟ ଏବଂ ସ୍ଥାୟିତ୍ୱର ବାର୍ତା ବହନ କରୁଛି

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ର ୱେବ୍ସାଇଟ୍:
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ର ସ୍ମାର୍ଟ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ଗ୍ଦଜ୍ଞବrଗ୍ଧମସଗ୍ଧଚ୍ଚଭଷଙ୍କଭବଦ୍ଭରଗ୍ଦଙ୍ଗବr.ଶକ୍ଟଙ୍ଖ.ସଦ୍ଭ ରେ ବିଏସ୍ସିଏଲ୍ ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, କାର୍ଯ୍ୟକ୍ରମ, ଘୋଷଣା ତଥା ନିର୍ମାଣାଧୀନ ଏବଂ ଆଗାମୀ ଦିନରେ ହେବାକୁଥିବା ସମସ୍ତ ପ୍ରକଳ୍ପ ସମ୍ପର୍କିତ ସୂଚନା ଉପଲବ୍ଧ ରହିଛି ।
ସମସ୍ତ କ୍ଷେତ୍ରରେ ଏବଂ ସବୁ ପ୍ରକଳ୍ପରେ ଭିନ୍ନକ୍ଷମମାନଙ୍କ ଉପଯୋଗ ପାଇଁ ବ୍ୟବସ୍ଥା ରଖିବାପାଇଁ ଲକ୍ଷ୍ୟ ରଖିଥିବା ବିଏସ୍ସିଏଲ୍ର ଏହି ୱେବ୍ସାଇଟ୍ରେ ସେମାନଙ୍କ ସୁବିଧାପାଇଁ ସ୍କ୍ରିନ୍ ରିଡ଼ର, ବର୍ଦ୍ଧିତ ଅକ୍ଷର ଏବଂ ରଙ୍ଗ ନିୟନ୍ତ୍ରଣ ଭଳି ବ୍ୟବସ୍ଥାମାନ ରଖାଯାଇଛି । ଏହି ୱେବ୍ସାଇଟ୍ର ମୁଖ୍ୟ ପୃÂାରୁ ଅନ୍ୟ ସମସ୍ତ ପୃÂାକୁ ସଂଯୁକ୍ତ କରାଯାଇଛି ଯାହାଦ୍ୱାରା ସମ୍ପୂର୍ଣ୍ଣ ସୂଚନାର ସାରାଂଶ ଗୋଟିଏ ପୃÂାରେ ଦେଖାଯାଇପାରିବ ।
ଏହି ୱେବ୍ସାଇଟ୍ରେ ବିଏସ୍ସିଏଲ୍ ନିଦେ୍ର୍ଧଶକ ମଣ୍ଡଳୀ, ଅର୍ଗାନୋଗ୍ରାମ୍, ଶିଶୁ ଅନୁକୁଳ ସହର ବିକାଶର ବୈଶିଷ୍ଟ୍ୟ, ପ୍ରତିଟି ପ୍ରକଳ୍ପର ସୂଚନା ଓ ଅଗ୍ରଗତି, କାର୍ଯ୍ୟକ୍ରମ ସମୂହ, ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରସ୍ତାବ ସମ୍ପର୍କିତ ସୂଚନା ଏବଂ ସାମାଜିକ ସହଭାଗିତା କାର୍ଯ୍ୟକ୍ରମଗୁଡ଼ିକ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଉପଲବ୍ଧ ହେବ ।
ଭୁବନେଶ୍ୱର-ଡଟ୍-ମି ୱେବ୍ସାଇଟ୍:
ଭୁବନେଶ୍ୱରର ଗୌରବମୟ ଐତିହ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ, ବ୍ୟଞ୍ଜନ, ପରମ୍ପରା, ପ୍ରାକୃତିକ ବୈଭବ, ସହରାଂଚଳ ବିକାଶ ତଥା ପର୍ଯ୍ୟଟକ ସୂଚନା ସମ୍ବଳିତ ଏହି ୱେବ୍ସାଇଟ୍ରେ ସହରକୁ ଭ୍ରମଣରେ ଆସିବାକୁ ଯୋଜନା କରୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ଉପଲବ୍ଧ ରହିଛି ।
ସହର ସମ୍ବନ୍ଧୀୟ ଆକର୍ଷଣୀୟ ଫଟୋ ଓ ଭିଡ଼ିଓରେ ଭରପୁର ଏହି ୱେବ୍ସାଇଟ୍ ଭୁବନେଶ୍ୱରକୁ ବୁଲି ଦେଖିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ଚିତ୍ରରେ ସହର ପରିଭ୍ରମଣ କରିବାର ଅନନ୍ୟ ଅନୁଭୁତି ପ୍ରଦାନ କରୁଛି ।
ଏହି ୱେବ୍ସାଇଟ୍ର ପ୍ରମୁଖ ଉପାଦାନଗୁଡ଼ିକ ମଧ୍ୟରେ ରହିଛି ସଂଗ୍ରହାଳୟ, ପର୍ବପର୍ବାଣୀ, ମନ୍ଦିର, ପାର୍କ, ଅବସର ବିନୋଦନ କେନ୍ଦ୍ର, ବଜାର ସମୂହ, ମନୋରଞ୍ଜନ କାର୍ଯ୍ୟକ୍ରମ, ପଦଯାତ୍ରା ଓ ସ୍ୱତନ୍ତ୍ର ଶୋ, କ୍ରୀଡ଼ା ଭିତିଭୁମି ତଥା ଐତିହ୍ୟ ସ୍ଥଳୀଗୁଡ଼ିକର ଫଟୋ ସମ୍ବଳୀତ ସୂଚନା ଇତ୍ୟାଦି ।
ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଏହି ୱେବ୍ସାଇଟ୍ରୁ ଅତିଥଭବନ ଭଳି ସରକାରୀ ରହଣି ବ୍ୟବସ୍ଥାଠାରୁ ଠାରୁ ଆରମ୍ଭ କରି ସ୍ୱଳ୍ପ ବଜେଟ୍ ହୋଟେଲ୍ ଏବଂ ବିଳାସପୂର୍ଣ୍ଣ ହୋଟେଲ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଉପଲବ୍ଧ ରହଣି ବ୍ୟବସ୍ଥା ସମ୍ପର୍କିତ ସୂଚନା ଗୋଟିଏ କ୍ଳିକ୍ରେ ପାଇପାରିବେ । ସେହିଭଳି ମନ୍ଦିର ବ୍ୟଞ୍ଜନ ସମେତ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରୁଥିବା ସ୍ୱତନ୍ତ୍ର ରେସ୍ତୋରାଁ, ବିିଭିନ୍ନ ଦେଶର ଖାଦ୍ୟ ପରଷୁଥିବା ମଲ୍ଟି-କୁଇଜିନ୍ ରେସ୍ତୋରାଁ, ତଥା ଓଡ଼ିଆ ମିଷ୍ଟାନ୍ନ ସମ୍ଭାର ପର୍ଯ୍ୟନ୍ତ ସମସ୍ତ ସୂଚନା ଏଠାରେ ଦିଆଯାଇଛି । ଖାଂଟି ଓଡ଼ିଆ ବ୍ୟଂଜନ ପ୍ରସ୍ତୁତିକୁ ପ୍ରେତ୍ସାହିତ କରିବାପାଇଁ ଏଥିରେ ରହିଛି ଡ଼ାଲମା, ଘୁଗୁନି, ପଖାଳ, ବରା, ମାଛମୁଣ୍ଡ ଛେଚା ଆଦି ରୋଷେଇ କରବା ପ୍ରଣାଳୀ ।
ଏଥିସହିତ ଚାନ୍ଦୁଆ, ପଥର ଶିଳ୍ପ, ପଟ୍ଟଚିତ୍ର, କାଠ କଣ୍ଢେଇ, ଢୋକରା ତଥା ସହରରେ ଉପଲବ୍ଧ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସମ୍ବନ୍ଧରେ ଏଠାରେ ବିଶଦ ବର୍ଣ୍ଣନା ରହିଛି । ପର୍ଯ୍ୟଟକମାନଙ୍କ ସହାୟତା ସମ୍ବନ୍ଧିତ ସୂଚନାବଳୀରେ ପାଣିପାଗ ସୂଚନାଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା, ନିରାପତା ପରାମର୍ଶ, ଜରୁରୀକାଳୀନ ଯୋଗାଯୋଗ ସୂଚନା, ଉତ୍ସବ କ୍ୟାଲେଣ୍ଡର ଇତ୍ୟାଦି ରହିଛି ।
ଭୁବନେଶ୍ୱର ପରିଦର୍ଶନ ବୃତଚିତ୍ର:
ଜଣେ ପର୍ଯ୍ୟଟକଙ୍କ ଦୃଷ୍ଟିକୋଣରୁ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ପରିଦର୍ଶିତ କରାଯାଇ ୨ ମିନିଟ୍ ୧୫ ସେକେଣ୍ଡ୍ ଅବଧିର ଏକ କ୍ଷୁଦ୍ର ବୃତଚିତ୍ର ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଭୁବନେଶ୍ୱରରେ ରହୁଥିବା ଆର୍ଜେଂଟିନାର ଓଡ଼ିଶୀ ନୃତ୍ୟାଙ୍ଗନା ଆନନ୍ଦିନୀ ଦାସୀ ସହରର ବିଭିନ୍ନ ଆକର୍ଷଣୀୟ ସ୍ଥାନଗୁଡ଼ିକ ପରିଦର୍ଶନ କରି ଉଲ୍ଲସିତ ହେଉଥିବାର ଦୃଶ୍ୟ ରହିଛି ।
ଏହି କ୍ଷୁଦ୍ର ବୃତଚିତ୍ରରେ ସ୍ଥାନପାଇଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟରେ ରହିଛି ରାଜ୍ୟ ବଟାନିକାଲ ଉଦ୍ୟାନ, ନନ୍ଦନକାନନ, କାଞ୍ଜିଆ ହ୍ରଦ, ଏକାମ୍ର କାନନ ଉଦ୍ୟାନ, ଜନଜାତି ସଂଗ୍ରହାଳୟ, ରାଜ୍ୟ ସଂଗ୍ରହାଳୟ, ଖଣ୍ଡଗିରି-ଉଦୟଗିର ଜୈନକ୍ଷେତ୍ର, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଏକାମ୍ରବନ, ଧଉଳି, ରବୀନ୍ଦ୍ର ମଣ୍ଡପ, କଳିଙ୍ଗ ଷ୍ଟାଡ଼ିଅମ, ପାହାଳ ଏବଂ ଏକାମ୍ରହାଟ ଇତ୍ୟାଦି ।

Share in top social networks!