କଂଗ୍ରେସର ବିଭାଜନକାରୀ ରାଜନୀତି ବିରୁଦ୍ଧରେ ବିଜେପିର ଉପବାସ ଏବଂ ଧାରଣା

PIX_Fast_02_12-04-2018
କେନ୍ଦ୍ରରେ ନିରନ୍ତର ଶାସନ କ୍ଷମତାର ଅଭ୍ୟାସରେ ରହିଥିବା କଂଗ୍ରେସ ଦଳ ଦ୍ୱାରା ବର୍ତମାନ ସମଗ୍ର ଦେଶରେ ଭୟ ଓ ଭ୍ରାନ୍ତ ବାତାବରଣ ସୃଷ୍ଟି କରାଯାଉଛି । ହିଂସା ଏବଂ ଉସୁକାଇବାର ରାଜନୀତି ମାଧ୍ୟମରେ ଦେଶର ଏକତା ଓ ଶାନ୍ତି ଭଙ୍ଗ କରିବା ପ୍ରୟାସ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ “ପଲିଟିକ୍ସ ଅଫ ପରଫରମେନ୍ସ”କୁ ବିରୋଧ କରିବା ପାଇଁ ସମସ୍ତ ଉଦ୍ୟମରେ ବିଫଳ ହୋଇଥିବା ପରେ ବିପକ୍ଷ ଦଳ ବର୍ତମାନ ସଂସଦରେ ଅଚଳାବସ୍ଥା କରିଛି । ସଂସଦରେ ପୂର୍ବ ଅଧିବେଶନଗୁଡିକ କଂଗ୍ରେସ ଏବଂ ସହେଯାଗୀମାନଙ୍କ ହଙ୍ଗାମାରେ ବଳି ପଡିଯାଇଛି । ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷାକାରୀ ଅନେକ ମହତ୍ୱପୂର୍ଣ୍ଣ ବିଧେୟକ କଂଗ୍ରେସର ହଙ୍ଗାମା କାରଣରୁ ପାରିତ ହୋଇପାରିଲା ନାହିଁ । ଏହା କେବଳ ପ୍ରଥମ ଥର ନୁହେଁ ଯେ କଂଗ୍ରେସ ଦଳ ସଂସଦକୁ ଅଚଳ କରିବାର ଚକ୍ରାନ୍ତ କରିଛି, ବରଂ ପୂର୍ବରୁ ଯେେତେଥର ନିଜର ଅସଲ ମୁଖା ଖୋଲିଯିବାର ଭୟ ଗ୍ରାସ କରିଛି, ସେତେବେଳେ କଂଗ୍ରେସ ଦଳ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି । କଂଗ୍ରେସର ଏଭଳି ଅଲୋକତାନ୍ତ୍ରୀକ ଏବଂ ବିକାଶ ବିରୋଧୀ ଚେହେରାର ଅସଲ ମୁଖା ଖୋଲିବା ପାଇଁ ଆଜି ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦ ଉପବାସରେ ରହିବା ସହ ଏବଂ କଂଗ୍ରେସର ଚାଲ୍, ଚରିତ୍ର ଓ ଚେହେରାକୁ ଜନତାଙ୍କ ସାମ୍ନାରେ ଉଜାଗାର କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱୟଂ ନିଜେ ଉପବାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ୍ ଶାହାଙ୍କ ନିଦେ୍ର୍ଧଶକ୍ରମେ ଆଜି ଦେଶର ବିଭିନ୍ନ ସ୍ଥାନରେ ବିଜେପି ସାଂସଦଙ୍କ ସମେତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପବାସ କରିଛନ୍ତି ।
ଆଜି ଭୁବନେଶ୍ୱରରେ ଅନୁÂିତ ଉପବାସ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ଓ ସାଂସଦ ଶ୍ରୀ ଓମ ପ୍ରକାଶ ମାଥୁରଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ, ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପବାସ କରିଥିଲେ । ଏହି ଉପବାସରେ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ମଧ୍ୟ ସାମିଲ ହୋଇଥିଲେ । ରାଜ୍ୟ କାର୍ଯ୍ୟାଳୟ ସନ୍ନିକଟ ପଣ୍ଡିତ ଦୀନଦୟାଲ ପାର୍କଠାରେ ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଉପବାସ କାର୍ଯ୍ୟକ୍ରମ ସଂଧ୍ୟା ୫ଟାରେ ସମାପ୍ତ ହୋଇଥିଲା ।
ଉପବାସ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମାଥୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଭୟଭୀତ ହୋଇ ଭ୍ରଷ୍ଟାଚାରୀ କଂଗ୍ରେସ ଏବଂ ବିଜୁ ଜନତା ଦଳ ସମେତ ଅନ୍ୟ ବିରୋଧୀମାନେ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏହା ବିରୋଧୀଙ୍କ ହୀନ ମାନସିକତାର ପରିଚୟ, ଯାହାକି ନିଶ୍ଚିତ ଭାବେ ଲଜ୍ଜାଜନକ । ମାତ୍ର ଦେଶବାସୀ ବିଜେପି ସହିତ ଅଛନ୍ତି ଏବଂ ଏହି କାରଣରୁ ଦେଶର ବିକାଶ ଧାରାକୁ କେହି ହେଲେ ରୋକି ପାରିବେ ନାହିଁ । କଂଗ୍ରେସ ସମେତ ଅନ୍ୟ ବିରୋଧୀମାନଙ୍କ ଏଭଳି ନକାରାତ୍ମକ ବିଚାରାଧାରା ଏବଂ କାର୍ଯ୍ୟଶୈଳୀକୁ ପ୍ରତିବାଦ ଜଣାଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କ ସମେତ ସମସ୍ତ ସାଂସଦ ଓ ନେତୃବୃନ୍ଦ ଆଜି ଦିନିକିଆ ଉପବାସ ପାଳନ କରି ଧାରଣାରେ ବସିଛନ୍ତି । ଜାତି ଓ ଧର୍ମର ରାଜନୀତିକୁ କଣଠେସା କରି ସର୍ଦାର ପଟେଲ ଦେଶର ୫୬୫ ରୟାସତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିଥିବାବେଳେ, ଆଜି କଂଗ୍ରେସ ପୁଣି ଥରେ ଜାତି, ଧର୍ମ ଓ ଭାଷା ଆଧାରରେ ଦେଶର ଖଣ୍ଡ ଖଣ୍ଡ କରିବାର ଚକ୍ରାନ୍ତରେ ଲାଗି ପଡିଛି । ଦେଶ ସ୍ୱାଧୀନତା ପ୍ରାପ୍ତି ପରେ ପ୍ରଥମ ଥର ପାଇଁ ଗୋଟିଏ ସରକାର ଶାସନର ମାତ୍ର ୪ ବର୍ଷ ଭିତରେ ସାଢେ ଚାରି କୋଟି ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ସଂଯୋଗ, ୧୮୦୦୦ ଗ୍ରାମକୁ ବିଜୁଳି ସଂଯୋଗୀକରଣ, ୩୦ କୋଟିରୁ ଉର୍ଦ୍ଧଙ୍କୁ ମୁଦ୍ରା ବ୍ୟାଂକ ଜରିଆରେ ଋଣ ପ୍ରଦାନ ଆଦି ବହୁ କଲ୍ୟାଣମୁଳକ ଏବଂ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ ହୋଇଛି । ଆଜି ପର୍ଯ୍ୟନ୍ତ କେବଳ ଭୋଟ ବ୍ୟାଂକ ରାଜନୀତି କରି ଆସୁଥିବା ଏବଂ ବିକାଶ ବିରୋଧୀ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ହତାଶ ହୋଇ ଏଭଳି ନିମ୍ନ ସ୍ତରକୁ ଓହ୍ଲାଇ ଆନେ୍ଦାଳନ କରୁଛନ୍ତି । ବିରୋଧୀଙ୍କ ଏଭଳି କାର୍ଯ୍ୟକୁ ଭୃକ୍ଷେପ ନ କରି ଆଗାମୀ ମାସେ କାଳ ଧରି ବିଜେପିର କାର୍ଯ୍ୟକର୍ତାମାନେ ଗାଁ ଗାଁ ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ମାଥୁର ସୁଚନା ଦେଇ କହିଛନ୍ତି ।

(ପୃÂା: ୧/୨)

ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ ସୁଚନା ଦେଇ କହିଛନ୍ତି ଯେ, ଦେଶର ଲୋକତନ୍ତ୍ର ପ୍ରତି କଂଗ୍ରେସ କେବେହେଲେ ଆସ୍ଥା ପ୍ରକଟ କରିନାହିଁ । ଦେଶରେ ଜରୁରୀକାଳିନ ପରିସ୍ଥିତି ଥୋପି ଥିବା, ଗଣମାଧ୍ୟମ ପ୍ରତି ଅଂକୁଶ ଲଗାଇଥିବା, ବିରୋଧୀମାନଙ୍କୁ ଜୋର ଜବରଦସ୍ତ ଜେଲରେ ଭର୍ତି କରିବା, ଶିଖ ସଂପ୍ରଦାୟ ବିରୁଦ୍ଧରେ ନରସଂହାର କରାଇଥିବା, ଭୋଟ ପାଇଁ ଜାତି ଓ ଧର୍ମ ମଧ୍ୟରେ ଦଙ୍ଗା କରାଇଥିବା କଂଗ୍ରେସ ଲୋକତନ୍ତ୍ର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରାଉଥିବା ଦଳ ଅଟେ । କେମ୍ବ୍ରିଜ ଆନାଲିଟିକର ପରାମର୍ଶରେ କଂଗ୍ରେସ ଦଳ ବିଭିନ୍ନ ଧର୍ମ ଓ ଜାତି ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା, ହିଂସା ଓ ଅସହିଷ୍ନୁତାର ମଞ୍ଜି ବୁଣିବାର ଷଡଯନ୍ତ୍ର କରୁଛି । ନିଜ ଅସ୍ତିତ୍ୱକୁ ବଂଚାଇବା ପାଇଁ କଂଗ୍ରେସ ବିଭିନ୍ନ ଆନ୍ତର୍ଜାତିକ ଏଜେନ୍ସିକୁ ଭଡାରେ ଲଗାଇଛି । ସେମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବା ଫଳସ୍ୱରୁପ ଆଜି ଦେଶର ବିଭିନ୍ନ ସ୍ଥାନରେ ହିଂସା, ବିଦ୍ୱେଷ ଓ ଘୃଣା ଆକାରରେ ଦେଖାଯାଉଛି । ଶିଖ ନରସିଂହାରର ମୁଖ୍ୟ ଅଭିଯୁକ୍ତ ଖୋଲାଖୋଲି ଭାବେ ରାହୁଲ ଗାନ୍ଦୀଙ୍କ ସହ ଗୋଟିଏ ମଂଚରେ ଦେଖାଯାଉଛନ୍ତି । କର୍ଣ୍ଣାଟକରେ ହିନ୍ଦୁଙ୍କ ମଧ୍ୟରେ ବିଭାଜନର ରାଜନୀତି ତ ସମଗ୍ର ଦେଶ ଦେଖୁଛି । କଂଗ୍ରେସ ପ୍ରଥମେ ଦେଶ ବିଭାଜନ କଲା ଏବଂ ପରେ ଜାତିବାଦ ଦ୍ୱାରା ଭୋଟ ବ୍ୟାଂକର ରାଜନୀତି କଲା । ମାତ୍ର ଯେତେବେଳେ ଏ ସମସ୍ତ ଅପଉଦ୍ୟମ ବିଫଳ ହେଲା, ସେମାନେ ବର୍ତମାନ ହିଂସା, ଘୃଣା ଏବଂ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଓହ୍ଲାଇ ଆସିଛି । ଗୁଜୁରାଟରେ “ଖାମ” (କ୍ଷତ୍ରିୟ, ହରିକନ, ଅହୀର, ମୁସଲିମ୍)ର ଗଠବନ୍ଧନ ଦ୍ୱାରା କଂଗ୍ରେସ ଦଳ ବହୁ ବର୍ଷ ଧରି ସେଠାରେ ଦଂଗା ଗଣ୍ଡଗୋଳ ଭିଆଇ ସମାଜରେ ବିଦ୍ୱେଷ ଏବଂ ଘୃଣା ବାତାବରଣ ସୃଷ୍ଟି କରି ଚାଲିଥିଲା । ବିହାରରେ ମଧ୍ୟ ଏହି କଂଗ୍ରେସ ଦଳ ମୁସଲିମ-ଯାଦବ ସମୀକରଣର ସହାୟତାରେ ରାଜନୀତି କରୁଥିବା ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହିତ ମିଶି ଠିଆ ହେଉଥିବାବେଳେ ଉତର ପ୍ରଦେଶରେ ମୁଲାୟମ ଏବଂ ମାୟାବତୀଙ୍କ ସହ ଠିଆ ହୋଇଛନ୍ତି । ବିଭାଜନକାରୀ ନୀତି ଓ ବିଛିନ୍ନତାବାଦର ପୋଷକ ଜିଗ୍ନେଶ ମେବାଣୀଙ୍କୁ ରାହୁଲ ଗାନ୍ଧୀ ସମର୍ଥନ ପ୍ରଦାନ କରୁଥିବାବେଳେ ଚରିତ୍ରସଂହାରର ପରାକାÂା ପାର କରିବା ଏବଂ ଦଙ୍ଗାର ବଳରେ ନିଜର ରାଜନୈତିକ ପରିଚୟ ସୃଷ୍ଟି କରିଥିବା ହାର୍ଦ୍ଧକ ପଟେଲଙ୍କଠାରୁ ସମର୍ଥନ ନେବାରେ କୈାଣସି କୁଂଟାବୋଧ କରନ୍ତି ନାହିଁ । ଦେଶର ଅଖଣ୍ଡତା ଏବଂ ଏକତା ସହ କାହାକୁ ହେଲେ ଖେଳିବାକୁ ଦିଆଯିବ ନାହିଁ । ସମରସତା ଭାବକୁ ଅଗ୍ରାଧିକାର ଦେଇ ବିଜେପି ସର୍ବଦା କାର୍ଯ୍ୟ କରି ଆସୁଛି ଏବଂ ଭବିଷ୍ୟତରେ ମଧ୍ୟ କାର୍ଯ୍ୟ କରିବ ବୋଲି ଶ୍ରୀ ସିଂହ କହିଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ଏହା ଏକ ପ୍ରାୟୋଜିତ ଚକ୍ରାନ୍ତ ଅଟେ ବୋଲି ଶ୍ରୀ ସିଂହ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ଯେ, ଦେଶର ଗଣତନ୍ତ୍ର ବ୍ୟବସ୍ଥା ଓ ସମ୍ବିଧାନକୁ ବଂଚାଇ ରଖିବା, ଲୋକତନ୍ତ୍ରକୁ ସମ୍ମାନ ଜଣାଇବା, ଶାସନ ବ୍ୟବସ୍ଥାକୁ ରକ୍ଷା କରିବାକୁ ଆଜିର ଏହି ଉପବାସ ଅନୁÂିତ ହୋଇଛି । ଏଥି ସହ ବିକାଶର ବାଧକ ନ ସାଜିବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀମାନଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଆଜି ସକାଳୁ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଏବଂ ଧୈର୍ଯ୍ୟର ସହ ଉପବାସ ଓ ଧାରଣାକାରୀ ସମସ୍ତ କାର୍ଯ୍ୟକର୍ତାଙ୍କୁ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧନ୍ୟବାଦ ଜ୍ଞାପନ କରିଥିଲେ । ଆୟୋଜକ ଜିଲ୍ଲା ଭାବେ ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ ଏବଂ ସମସ୍ତ କାର୍ଯ୍ୟକର୍ତାଙ୍କୁ ଏହି ସହେଯାଗିତା ଏବଂ ସଫଳତା ପାଇଁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।
ସଂଧ୍ୟା ୫ଟାରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ବିଜେପି ରାଜ୍ୟ ଉପ ସଭାପତି ସୁଶ୍ରୀ ସୁକେଶୀ ଓରାମ ଏବଂ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପବାସରେ ଥିବା ନେତୃବୃନ୍ଦଙ୍କୁ ପଣା ପିଆଇ ଉପବାସ ଭଙ୍ଗ କରାଇଥିଲେ । ଏହା ପରେ ସମସ୍ତ ଧାରଣାରତ ଓ ଉପବାସ କରିଥିବା କାର୍ଯ୍ୟକର୍ତାମାନେ ପଣା ପିଇ ଉପବାସ ଭଙ୍ଗ କରିଥିଲେ ।
ସେହିପରି କଂଗ୍ରେସର ବିଭାଜନକାରୀ ରାଜନୀତି ବିରୁଦ୍ଧରେ ଆଜି ସୁନ୍ଦରଗଡଠାରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଉପବାସ ସହ ଓ ଧାରଣାରେ ବସିଥିଲେ । ଜିଲ୍ଲାର ବହୁ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଏହି ଧାରଣାରେ ବସି ରହି ଉପବାସ କରିଥିଲେ ।
ସମ୍ବଲପୁରଠାରେ ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଶ୍ରୀ ରାମ ବିଚାର ନେତାମ ଉପସ୍ଥିତ ରହି ଉପବାସ ରହି ଧାରଣ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Share in top social networks!