ଓଡିଶାରେ ସରକାର ବିରୋଧୀ ଜନ ଆକ୍ରୋଶ ଅଧିକ ତୀବ୍ର ହୋଇଛି : ଅମିତ ଶାହା

DSC_3522ଉତର ପ୍ରଦେଶ, ଉତରାଖଣ୍ଡ ଓ ତ୍ରିପୁରାରେ ନିର୍ବାଚନ ପ୍ରଚାର ସମୟରେ ଯେଉଁ ଜନଭାବନା ଦେଖିଥିଲି ଓଡିଶାରେ ତା ଠାରୁ ଅଧିକ ତୀବ୍ର ସରକାର ବିରୋଧୀ ଜନଭାବନା ଦେଖୁଛି ବୋଲି ବଲାଙ୍ଗୀର ଠାରେ ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଯୁବ ସମାବେଶରେ ଉଦ୍ବୋଧନ ଦେଇ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତେଣୁ ବିଜେପିକୁ ଓଡିଶାରେ ୧୨୦ ଆସନ ନୁହେଁ ତା ଠାରୁ ମଧ୍ୟ ଅଧିକ ଆସନ ମିଳିବ ବୋଲି ଏହି ସଭାରେ ଶ୍ରୀ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ତ୍ରିପୁରା ନିର୍ବାଚନରେ ଦଳ ଜିତିବା ପରେ ବିଜେପିର ସୁବର୍ଣ୍ଣ ଯୁଗ ଆସିଛି ସତ କିନ୍ତୁ ଶାହା ଏହାକୁ ସ୍ୱୀକାର କରିନାହାଁନ୍ତି । ଶ୍ରୀ ଶାହା କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗ ଓ ଓଡିଶାରେ ବିଜେପି ଶାସନ ପ୍ରତିÂିତ ନ ହୋଇଛି ଦଳ ପାଇଁ ସେହି ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ଆସିବ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି ।
(ପୃÂା -୧/୩)

ବିଭିନ୍ନ ଯୋଜନା ପ୍ରସଙ୍ଗକୁ ନେଇ ଶ୍ରୀ ଶାହା କହିଛନ୍ତି ଯେ, ମୋଦି ସରକାର ହେଉଛନ୍ତି ଏକ ବଡ ବିଜୁଳି ଉପôାଦନ କେନ୍ଦ୍ର । କିନ୍ତୁ ଓଡିଶା ସରକାର ହେଉଛି ପୋଡା ଟ୍ରାନସଫର୍ମର । କେନ୍ଦ୍ରରେ ସରକାର ୧୧୬ ଯୋଜନା କରିଥିଲେ ମଧ୍ୟ ରାଜ୍ୟ ସରକାର ସେହି ଯୋଜନାଗୁଡିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ପାରିନାହାଁନ୍ତି । ଓଡିଶାର ବିକାଶ ପାଇଁ ମୋଦି ସରକାର ବଦ୍ଧ ପରିକର । ମାତ୍ର ରାଜ୍ୟରେ ଥିବା ସରକାର ପୋଡା ଟ୍ରାନସଫରମର ଭଳି କାର୍ଯ୍ୟ କରୁଛି । ଟ୍ରାନସଫରମର ବଦଳାଇବା ପରିବର୍ତେ ଏହାକୁ ଓପାଡି ଫିଙ୍ଗିବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି । କିଏ ବିଧାୟକ ଅବା ମୁଖ୍ୟମନ୍ତ୍ରୀ ହେବ ସେଥିପାଇଁ ବିଜେପି ନିର୍ବାଚନ ଲଢେ ନାହିଁ କେବଳ ଗରୀବ ଲୋକଙ୍କ ଉନ୍ନତି ପାଇଁ ବିଜେପି ନିର୍ବାଚନ ଲଢେ ବୋଲି ଶ୍ରୀ ଶାହା କହିଛନ୍ତି ।
ଆଜି ବି ଓଡିଶାର ୫୦ ଲକ୍ଷ ଲୋକ କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟରେ ୩୬ ପ୍ରତିଶତ ଘରେ ବିଜୁଳି ପଂହଚିପାରିନାହିଁ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁସାରେ ୨୦୨୧ ପୂର୍ବରୁ ରାଜ୍ୟର ପ୍ରତି ଘରେ ବିଜୁଳି ପହଂଚାଇବା ଏବଂ ୨୦୨୨ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଓଡିଶାରେ ସମସ୍ତ ପରିବାରକୁୁ ପକ୍କା ଘର ଯୋଗାଇଦେବାର ଦାୟୀତ୍ୱ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।
ରାଜ୍ୟରେ ଶାସକ ବିଜେଡିର ନେତାମାନେ ହିଂସା ପରାୟଣ ହୋଇ ଉଠିଛନ୍ତି । ଗତ ପଂଚାୟତ ନିର୍ବାଚନ ପରେ ୧୪ ଜଣ ବିଜେପି କର୍ମୀଙ୍କୁ ଶାସକ ଦଳର କର୍ମୀ ମାନେ ରାଜନୈତିକ ହତ୍ୟା କରିଛନ୍ତି । ମାତ୍ର ରାଜ୍ୟ ସରକାର ଅପରାଧୀ ମାନଙ୍କୁ ଦଣ୍ଡ ଦେବା ପରିବର୍ତେ ସୁରକ୍ଷା ଦେଇଆସୁଛି । ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଆସିଲେ ଅପରାଧୀମାନେ ପାତାଳରେ ରହିଲେ ମଧ୍ୟ ସେମାନଙ୍କୁ ଗିରଫ କରି ଜେଲ ପଠା ଯିବ ବୋଲି ଶ୍ରୀ ଶାହା ଦୃଢୋକ୍ତି ପ୍ରକାଶ କହିଛନ୍ତି ।
ବିଜେପି କଦାପି ହିଂସାରେ ବିଶ୍ୱାସ କରେ ନାହିଁ । ମାତ୍ର ହିଂସାକାରୀଙ୍କ ବିରୁଦ୍ଧରେ ରାଜନୈତିକ ଆନେ୍ଦାଳନ ଗଢି ତୋଳିବାକୁ ଶ୍ରୀ ଶାହା ଦଳର ଯୁବ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ବୈମାତୃକ ଦୃଷ୍ଟିକୋଣରେ ଦେଖୁଛନ୍ତି । ରାଜ୍ୟସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ଜଳସେଚନ ବ୍ୟବସ୍ଥା କରାଯାଇନାହିଁ । ରାଜ୍ୟରେ ମାତ୍ର ୩୩ ପ୍ରତିଶତ ଜମିକୁ ଜଳସେଚନର ବ୍ୟବସ୍ଥା ହେଇଛି । ସେହିପରି ରାଜ୍ୟର ପଶ୍ଚିମାଂଚଳରେ ମାତ୍ର ୧୧ ପ୍ରତିଶତ ଜମିକୁ ଜଳସେଚିତ କରାଯାଇଛି । ରାଜ୍ୟ ସରକାର କାହିଁକି ସବୁବେଳେ ପଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି ବୋଲି ଶ୍ରୀ ଶାହା ପ୍ରଶ୍ନ କରିଛନ୍ତି ।
ଓଡିଆ ଯୁବକମାନେ ରାୟପୁର, ଗୁଡଗାଓଁ, ଦିଲ୍ଲୀ, ବେଙ୍ଗଲୁରୁ, ଅହମଦାବାଦରେ କଠିନ ପରିଶ୍ରମ କରି ଦେଶର ବିକାଶ କ୍ଷେତ୍ରରେ ନିଜର ଶ୍ରମଦାନ କରୁଛନ୍ତି । ମାତ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା କାରଣକୁ ଓଡିଆ ଯୁବକମାନେ ନିଜ ଅଂଚଳରେ କାମ ପାଉନାହାଁନ୍ତି । ବିଜେପି ‘ସବକା ସାଥ ସବକା ବିକାଶ’ରେ ବିଶ୍ୱାସ କରେ । ଏହି କାରଣରୁ ରାଜ୍ୟରେ ବିଜେପି ସରକାର ଆସିଲେ ଓଡିଶାର ସମସ୍ତ ଜିଲ୍ଲାର ସମାନ ବିକାଶ ହେବ ବୋଲି ଶ୍ରୀ ଶାହା କହିଛନ୍ତି ।
ମୋଦି ସରକାର ଚତୁର୍ଦ୍ଧଶ ଅର୍ଥ କମିଶନରେ ଓଡିଶାର ବିକାଶ ପାଇଁ ୨ ଲକ୍ଷ ୧୧ହଜାର ୫ଶହ ୧୦କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପାଖାପାଖି ୪୫ ହଜାର କୋଟି ଟଙ୍କା ଅଲଗା ଭାବେ ଦିଆଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି ।
(ପୃÂା -୨/୩)

ସମାବେଶକୁ ଆସିବା ପୂର୍ବରୁ ସଇଁତଳା ଗାଁରେ ଫ୍ଲୋରାଇଡ ପ୍ରଭାବିତ ଲୋକଙ୍କ ସହ ଶ୍ରୀ ଶାହା ସାକ୍ଷାତ କରି ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏବେ ବି ସଇଁତଲା ଗାଁର ଲୋକମାନେ ଫ୍ଲୋରାଇଡ ମିଶା ପାଣି ପିଉଛନ୍ତି । ଏହି ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟିହେବା ସହ ଅକାଳରେ ବାର୍ଦ୍ଧକ୍ୟ ଆସିଥାଏ । ପାଖରେ ନଦୀ ଥିବା ସତ୍ୱେ ଗାଁ ଲୋକମାନଙ୍କୁ ସ୍ୱଚ୍ଛ ପାଣି ମିଳୁନାହିଁ । ସ୍ୱଚ୍ଛ ପାନୀୟ ଜଳ ପାଇଁ ତୁରନ୍ତ ନଦୀରେ ଛୋଟ ଚେକ ଡ୍ୟାମ କରି ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରା ଶାହା ଦାୟୀତ୍ୱ ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ସବୁ ସମୟରେ ରାଜ୍ୟବାସୀଙ୍କ ସହ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି ।

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଯୁବ ସମାବେଶ ଅନୁÂିତ ହୋଇଥିଲା । ଏହି ସମାବେଶରେ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହ ଦେଓ ଏବଂ ପୂର୍ବତନ ସାସଂଦ ସଙ୍ଗୀତା ସିହଂଦେଓ ଅତିଥୀମାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦେଇଥିଲେ । ଏହି ଅବସରରେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ,ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ , ଡ. ଅନୀଲ ଜୈ÷ନ, ସୌଦାନ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ , ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବରିÂ ନେତା ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ କାଳନ୍ଦୀ ସାମଲଙ୍କ ସମେତ ବହୁ ଯୁବମୋର୍ଚ୍ଚା ନେତୃବୃନ୍ଦ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME