କେନ୍ଦୁଝର : ଗ୍ରୀଷ୍ମପ୍ରବାହ ଜନିତ ଯେପରି କୌଣସି ଜୀବନହାନୀ ନଘଟେ ସେଥିପାଇଁ ସମସ୍ତେ ସଜାଗ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ: କର୍ତବ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁÂାନ

Heatwave_meeting__18_ଗ୍ରୀଷ୍ମପ୍ରବାହ ଜନିତ ଯେପରି କୌଣସି ଜୀବନହାନୀ ନଘଟେ ସେଥିପାଇଁ ସମସ୍ତେ ସଜାଗ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆଶିଷ ଠାକରେ ନିଦେ୍ର୍ଧଶ ଦେଇଛନ୍ତି । କର୍ତବ୍ୟରେ ଅବହେଳା କଲେ ସଂପୃକ୍ତ ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ ଠାକରେ ଚଳିତ ଅପ୍ରେଲ୍ ୦୪ ତାରିଖ ବୁଧବାର ଦିନ ଦରବାର ହଲ୍ଠାରେ ସମୀକ୍ଷା କରିଛନ୍ତି । ଗ୍ରୀଷ୍ମଋତୁରେ ଯେମିତି ପାନୀୟ ଜଳର ସମସ୍ୟା ରହିବ ନାହିଁ, ଅଚଳ ନଳକୂପଗୁଡିକର ତୁରନ୍ତ ମରାମତି ଏବଂ ହାଟବଜାର, ବସ୍ ଷ୍ଟାଣ୍ଡ୍, ସ୍କୁଲ୍ ଓ କଲେଜ୍ ତଥା ଜନଗହଳି ସ୍ଥାନମାନଙ୍କରେ ଜଳଛତ୍ର ଖୋଲି ପିଇବା ଉପଯୋଗୀ ପାନୀୟ ଜଳର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ବ୍ଲକ୍ୱାରୀ ଏବଂ ପୌରପାଳିକାୱାରୀ ସମୀକ୍ଷା କରିଥିଲେ । ଗତ ଫେବୃଆରୀ ୧୭ ତାରିଖ ଦିନ ଅନୁÂିତ ହୋଇଥିବା ପ୍ରସ୍ତୁତି ବୈଠକର ନିଷ୍ପତି ଅନୁଯାୟୀ ବିଡିଓ, ପୌରପାଳିକାର ନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପଶୁ ସଂପଦ ବିକାଶ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ଖସଡା ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳ ବିଶଦ ଭାବେ ସମୀକ୍ଷା କରିଥିଲେ । ନଳକୂପ, ପାନୀୟ ଜଳ ପ୍ରକଳ୍ପ ଏବଂ ପାଇପ୍ ଜଳ ଯୋଗାଣ ପ୍ରକଳ୍ପଗୁଡିକର ସ୍ଥିତି, କାର୍ଯ୍ୟକାରିତା ଏବଂ ଅଚଳ ପ୍ରକଳ୍ପଗୁଡିକର ତୁରନ୍ତ ମରାମତି ସଂପର୍କରେ ସମୀକ୍ଷା କରି ଜଳକ୍ଳିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବା ନିମନ୍ତେ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଟ୍ୟାଙ୍କରମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଯତ୍ନବାନ୍ ହେବାକୁ ନିଦେ୍ର୍ଧଶ ଦେଇଥିଲେ । ପାନୀୟ ଜଳ ଉତ୍ସଗୁଡିକରେ ବିଦୁ୍ୟତ ସଂଯୋଗ ନକାଟିବା ନିମନ୍ତେ ସଂପୃକ୍ତ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ପାନୀୟ ଜଳ ସମସ୍ୟା ଥିବା ଶିକ୍ଷାନୁÂାନମାନଙ୍କରେ ପାନୀୟ ଜଳ ଯୋଗାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ପାନୀୟ ଜଳ ବ୍ୟବସ୍ଥା ସଂପର୍କରେ ନିୟମିତ ଉପଖଣ୍ଡ, ବ୍ଲକ୍ ଏବଂ ପୌରପାଳିକାସ୍ତରରେ ସମୀକ୍ଷା ବୈଠକ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆବଶ୍ୟକସ୍ଥଳେ ପଂଚାୟତମାନେ କେନ୍ଦି୍ରିୟ ଫାଇନାନ୍ସ୍ କମିଶନ ଏବଂ ରାଜ୍ୟ ଫାଇନାନ୍ସ୍ କିମିଶନଙ୍କଠାରୁ ମିଳୁଥିବା ଅନୁଦାନ ରାଶିରୁ ୩୦ ରୁ ୪୦% ଅର୍ଥ ପାନୀୟ ଜଳ ଯୋଗାଣ ଏବଂ ଏ ସଂପର୍କିତ ମରାମତି ଆଦି କାର୍ଯ୍ୟରେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ । ଆଗାମୀ ବର୍ଷା ଋତୁ ପରିପ୍ରେକ୍ଷୀରେ ଚଳିତ ଅପ୍ରେଲ ମାସ ମଧ୍ୟରେ ନଳକୂପ ଖନନ କାର୍ଯ୍ୟ ଶେଷ କରିବାକୁ ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ବିଡିଓମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଶ୍ରମିକମାନେ କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟଜଳ ଓ ଆଶ୍ରୟସ୍ଥଳର ବନେ୍ଦାବସ୍ତ କରାଯିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ଘ.୩.୩୦ ମି. ମଧ୍ୟରେ ଟାଣ ଖରାରେ କାମ ନକରାଇବାକୁ ଏବଂ କାର୍ଯ୍ୟସ୍ଥଳରେ ପାନୀୟ ଜଳର ବ୍ୟବସ୍ଥା, ଆଶ୍ରୟସ୍ଥଳ ଓ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖିବା ନିମନ୍ତେ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି । ଏହି ମର୍ମରେ ଶ୍ରମ ବିଭାଗକୁ ତଦାରଖ ନିମନ୍ତେ ନିଦେ୍ର୍ଧଶ ଦେବା ସହିତ ଜିଲ୍ଲାର ବିଭିନ୍ନ ଲାଇନ୍ ଡିପାର୍ଟମେଂଟର ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ପାଉଡର, ବରଫ, ଅଂଶୁଘାତର ପ୍ରତିକାର ପାଇଁ ଔଷଧପତ୍ର, ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍ ରଖିବା, ଆମ୍ବୁଲାନ୍ସ୍ ବ୍ୟବସ୍ଥା ସହ ଜନସାଧାରଣଙ୍କୁ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବା ଏବଂ କଂଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ସି.ଡି.ଏମ୍.ଓ.ଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଡାକ୍ତରଖାନାମାନଙ୍କରେ ଅଂଶୁଘାତରେ ପୀଡିତ ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର କକ୍ଷ ବ୍ୟବସ୍ଥା, ଜିଲ୍ଲା ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟମାନଙ୍କରେ କଂଟ୍ରୋଲ୍ ରୁମ୍ ଖୋଲାଯିବା ସହ ଗ୍ରୀଷ୍ମପ୍ରବାହର ମୁକାବିଲା ସଂପର୍କରେ ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ସହ ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଔଷଦ ମହଜୁଦ ରଖିବାକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଗ୍ରୀଷ୍ମପ୍ରବାହ ସମୟରେ ଯାତ୍ରୀବାହୀ ବସ ତଥା ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିଗୁଡିକର ଚଳାଚଳ ନିୟନ୍ତ୍ରଣ କରିବା, ଗାଡିଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓ.ଆର୍.ଏସ୍. ପ୍ୟାକେଟ୍ ରଖିବା ଏବଂ ବସ୍ ରହଣୀ ସ୍ଥାନମାନଙ୍କରେ ବିଶ୍ରାମସ୍ଥଳୀ ଓ ଜଳଛତ୍ର ଖୋଲିବା ପାଇଁ ବିହିତ ପଦକ୍ଷେପ ନେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସରକାରୀ ଓ ବେସରକାରୀ ସ୍କୁଲ କଲେଜ ତଥା ପବ୍ଲିକ ସ୍କୁଲ ଗୁଡିକର ଶିକ୍ଷାଦାନ ସମୟ ସରକାରଙ୍କର ନିଦେ୍ର୍ଧଶାନାମା ଅନୁଯାୟୀ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏତଦ୍ବ୍ୟତୀତ ପଶୁସମ୍ପଦ ପାଇଁ ପିଇବା ପାଣି, ଗ୍ରୀଷ୍ମପ୍ରବାହ ସମୟରେ କ’ଣ କରିବା ଉଚିତ୍ ଓ କ’ଣ ନକରିବା ଉଚିତ୍ ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଆଦି ପ୍ରସଙ୍ଗ ଉପରେ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଏହି ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ପ୍ରସ୍ତୁତି ବୈଠକର ଉଦେ୍ଧଶ୍ୟ ସଂପର୍କର ଆଲୋକପାତ କରି ଆଲୋଚନା ଆରମ୍ଭ କରିଥିଲେ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ନୃସିଂହ ଚରଣ ସ୍ୱାଇଁ, କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ରମିଶ୍ର, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନା, ଜିଲ୍ଲା ଆପତକାଳୀନ ବିଭାଗର ଆସିଷ୍ଟାଂଟ୍ କଲେକ୍ଟର ସୁରଞ୍ଜିକା ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ, ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ପ୍ରକଳ୍ପ ଅଧିକାରୀ ପ୍ରଦୋଷ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ବିଡିଓ ଓ ପୌରନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ ।

Share in top social networks!