୧୮ ବର୍ଷର ଅପାରଗ ସରକାରକୁ ହଟାଇ ମୋଦିଙ୍କ ବିକାଶଧାରାରେ ଓଡିଶାକୁ ସାମିଲ କରିବାକୁ ଶାହାଙ୍କ ଆହ୍ୱାନ

 ଓଡିଶାକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ସତ୍ୱେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇବାରେ ନବୀନ ସରକାର ବିଫଳ
 ଓଡିଶା ପାଖରେ ସବୁ ଅଛି, ମାତ୍ର ଜଣେ ଭଲ ଶାସକ ନାହାନ୍ତି
 ବିଜେଡି ସରକାରକୁ ହଟାଇ ଓଡିଆ ଭାଷା କହିବା ସହ ଓଡିଆଙ୍କ ମନକୁ ବୁଝୁଥିବା ମୋଦିଙ୍କ ଅନୁଗାମୀଙ୍କୁ ଶାସନ ଭାର ପ୍ରଦାନ କରିବାକୁ ସେ ଆହ୍ୱାନ
 ରାଜ୍ୟରେ ୭ ପ୍ରତିଶତ ସ୍କୁଲରେ ସବୁ ଶ୍ରେଣୀକୁ ପଢାଇବା ପାଇଁ ମାତ୍ର ଜଣେ ଶିକ୍ଷକ
 ୬୬ ପ୍ରତିଶତ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି
 ଦେଶର ଶହେ ଶ୍ରେÂ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର କାହିଁକି ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ନାହିଁ
 ରାଜ୍ୟର ୩୬ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ପହଂଚି ନାହିଁ
 ୫୦ ଲକ୍ଷ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ନାହିଁ
 ୧୨ ହଜାରରୁ ଉଦ୍ଧ୍ୱର୍ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସତ୍ୱେ ବି ସବୁ ଦିନିଆ ସଡକ ପହଂଚି ପାରି ନାହିଁ
 ୧୧୨ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସଂଯୋଗ ହୋଇ ପାରି ନାହିଁ
 ୧୭୮ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳ ସଂଯୋଗ ହୋଇ ପାରି ନାହିଁ
 ରାଜ୍ୟ ସାରା ଡାକ୍ତରଙ୍କ ଘୋର ଅଭାବ କାରଣରୁ ଭୁଷୁଡି ପଡିଛି ସ୍ୱାସ୍ଥ୍ୟ ସେବା
 ୧୮ ବର୍ଷ ଶାସନ ପରେ ବି ୩୩ ପ୍ରତିଶତ ଜମିକୁ ଜଳସେଚନର ସୁବିଧା ପହଂଚିଛି
 ଧାନ ଛଡା କୌଣସି କୃଷି ଉପôାଦନ କ୍ଷେତ୍ରରେ ରାଜ୍ୟ ଆତ୍ମ ନିର୍ଭର ହୋଇ ପାରି ନାହିଁ
 ଓଡିଶାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ସତ୍ୱେ ସମ୍ଭାବନାକୁ ଉପଯୋଗ କରାଯାଇ ପାରି ନାହିଁ
 ଦେଶର ସବୁ ବିକଶିତ ରାଜ୍ୟରେ ଓଡିଆ ଲୋକ ମାନେ ପରିଶ୍ରମ କରି ସଂପୃକ୍ତ ରାଜ୍ୟକୁ ଆଗକୁ ବଢାଇଛନ୍ତି ନିଜ ରାଜ୍ୟ ଓଡିଶା ପଛରେ ପଡିବା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ
 ୧୮ ବର୍ଷରେ ନବୀନ ପଟ୍ଟନାୟକ ଓଡିଆ ଯୁବକ ମାନଙ୍କ ପାଇଁ କଣ କରିଛନ୍ତି ?
 ବିଜେପି ମୋଦିଙ୍କ ନେତୃତ୍ୱରେ ଏପରି ଏକ ଓଡିଶାର ପରିକଳ୍ପନା କରିଛି ଯେଉଁଠି ଓଡିଆ ଯୁବକ ପରିବାର ସହ ରାଜ୍ୟରେ ରୋଜଗାର କରି ସୁଖ ଶାନ୍ତିରେ ଜୀବନ ବିତାଇ ପାରିବ

4 ୧୮ ବର୍ଷ ଧରି ରାଜ୍ୟରେ ଏକ ଅପାରଗ ସରକାର ଥିବା କାରଣରୁ ଓଡିଶା ସବୁ କ୍ଷେତ୍ରରେ ପଛରେ ପଡିି ଯାଇଛି । ମୋଦି ସରକାର ଆସିବା ପରେ ଓଡିଶାକୁ ଆର୍ଥିକ ସହାୟତା ଦିଆ ଯିବା ପରେ ମଧ୍ୟ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇବାରେ ନବୀନ ସରକାର ବିଫଳ ହୋଇଥିବାରୁ ଏହି ସରକାରକୁ ପରିବର୍ତନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶର ଧାରାରେ ଓଡିଶାକୁ ଯୋଡିବାକୁ ଆହ୍ୱାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଶାହା ଭବାନୀ ପାଟନାର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ।
ଓଡିଶା ପାଖରେ ସବୁ ଅଛିା ମାତ୍ର ଜଣେ ଭଲ ଶାସକ ନାହାନ୍ତି ବୋଲି ଶ୍ରୀ ଶାହା କହିବା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରକୁ ହଟାଇ ଓଡିଆଙ୍କ ମନକୁ ବୁଝୁଥିବା ମୋଦିଙ୍କ ଅନୁଗାମୀଙ୍କୁ ଶାସନ ଭାର ପ୍ରଦାନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
ରାଜ୍ୟ ସରକାରଙ୍କ ବିଫଳତାକୁ କଟୁ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି ଯେ, ୧୮ ବର୍ଷ ଶାସନ ପରେ ବି ରାଜ୍ୟର ୩୬ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ପହଂଚି ନାହିଁ । ୫୦ ଲକ୍ଷ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ନାହିଁ । ୧୨ ହଜାର ୪୪୭ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସତ୍ୱେ ବି ସବୁ ଦିନିଆ ସଡକ ପହଂଚି ପାରି ନାହିଁ । ପୁଷ୍ଟିହୀନତାରୁ ମୁକ୍ତି ପାଇଁ ପ୍ରଚୁର ଆର୍ଥିକ ବ୍ୟବସ୍ଥା ସତ୍ୱେ ୮ ଲକ୍ଷ ୪୦ ହଜାର ପୁଷ୍ଟିହୀନ ଶଶୁଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।
୧୮ ବର୍ଷ ଶାସନ ପରେ ବି କେବଳ ୩୩ ପ୍ରତିଶତ ଜମିକୁ ଜଳସେଚନର ସୁବିଧା ପହଂଚିଛି । ଧାନ ଛଡା କୌଣସି କୃଷି ଉପôାଦନ କ୍ଷେତ୍ରରେ ରାଜ୍ୟ ଆତ୍ମ ନିର୍ଭର ହୋଇ ପାରି ନାହିାଁ କେନ୍ଦ୍ର ସରକାର କୃଷି ଉପôାଦନ ମୂଲ୍ୟର ଦେଢ ଗୁଢ ସହାୟକ ମୂଲ୍ୟ ଦେବାକୁ ନିଷ୍ପତି ନେଇଛନ୍ତି ।
ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ରୂପେ ଭୁଷୁଡି ପଡିଛି । ୭ ପ୍ରତିଶତ ସ୍କୁଲରେ ସବୁ ଶ୍ରେଣୀକୁ ପଢାଇବା ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ୬୬ ପ୍ରତିଶତ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି । ଦେଶର ଶହେ ଶ୍ରେÂ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର କାହିଁକି ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ନାହିଁ ତାର ଜବାବ ନବୀନବାବୁଙ୍କୁ ଦେବାକୁ ପଡିବ ବୋଲି ଶ୍ରୀ ଶାହା କହିଛନ୍ତି ।
ଶ୍ରୀ ଶାହା କହିଛନ୍ତି ଯେ, ବିଜେଡିର ୧୮ବର୍ଷର ଶାସନ ପରେ ମଧ୍ୟ ୧୧୨ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ । ୧୭୮ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳ ସଂଯୋଗ ନାହିଁ । ରାଜ୍ୟ ସାରା ଡାକ୍ତରଙ୍କ ଘୋର ଅଭାବ କାରଣରୁ ସ୍ୱାସ୍ଥ୍ୟ ସେବା ଭୁଷୁଡି ପଡିଛି । ଅପର ପକ୍ଷରେ ମୋଦି ସରକାର ଦେଶର ୧୦ କୋଟି ପରିବାରକୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । ଡାକ୍ତରଖାନାରେ ରହି ଚିକିତ୍ସା ହେବାର ଖର୍ଚ ସିଧା ସିଧା ମୋଦି ସରକାର ବହନ କରିବେ ।
(ପୃÂା – ୨/୩)

ଶ୍ରୀ ଶାହ କହିଛନ୍ତି ଯେ, ଓଡିଶାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଛି ମାତ୍ର ସେହି ସମ୍ଭାବନାକୁ ଉପଯୋଗ କରା ଯାଇ ଓଡିଶା ଲୋକଙ୍କ ପାଖରେ ବିକାଶ ପହଂଚା ଯାଇ ପାରି ନାହିଁ ।
ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ, ଅମାପ ଜଳ ସମ୍ପଦ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପରିଶ୍ରମୀ କୃଷକ ଓ ଶ୍ରମିକ ଅଛନ୍ତି । କାମ ପାଇଁ ଓଡିଆ ଲୋକ ମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଦେଶର ସବୁ ବିକଶିତ ରାଜ୍ୟରେ ଓଡିଆ ଲୋକ ମାନେ ପରିଶ୍ରମ କରି ସଂପୃକ୍ତ ରାଜ୍ୟକୁ ଆଗକୁ ବଢାଇଛନ୍ତି । ତେବେ ନିଜ ରାଜ୍ୟ ଓଡିଶା ପଛରେ ପଡିବା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ ବୋଲି ଶ୍ରୀ ଶାହା କହିଛନ୍ତି ।
୧୮ ବର୍ଷରେ ନବୀନ ପଟ୍ଟନାୟକ ଓଡିଆ ଯୁବକ ମାନଙ୍କ ପାଇଁ କଣ କରିଛନ୍ତି ବୋଲି ଶ୍ରୀ ଶାହା ପ୍ରଶ୍ନ କରିଛନ୍ତି । ବିଜେପି ମୋଦିଙ୍କ ନେତୃତ୍ୱରେ ଏପରି ଏକ ଓଡିଶାର ପରିକଳ୍ପନା କରିଛି ଯେଉଁଠି ଓଡିଆ ଯୁବକ ମା, ବାପା, ସ୍ତ୍ରୀ, ପିଲାଙ୍କ ସହ ରହି ଓଡିଶାରେ ରୋଜଗାର କରି ସୁଖ ଶାନ୍ତିରେ ଜୀବନ ବିତାଇ ପାରିବ ।
ଓଡିଶାରେ ବିଜେପି ସରକାର ଆସିଲେ ସବୁ ଘରକୁ ୨୪ ଘଂଟିଆ ବିଜୁଳି, ବିଶୁଦ୍ଧ ପାନୀୟ ଜଳ, ଉତମ ସଡକ ଓ ରୋଜଗାର ସୁବିଧା ଯୋଗାଇ ଦିଆ ଯିବ । ସେହିପରି ସମସ୍ତଙ୍କ ମୁଣ୍ଡ ଉପରେ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେବେ ବୋଲି ଶ୍ରୀ ଶାହା କହିଛନ୍ତି ।
ଚତୁର୍ଦ୍ଧଶ ଅର୍ଥ କମିଶନରେ ରାଜ୍ୟ ମାନଙ୍କୁ ଅଧିକ ଅର୍ଥ ଯୋଜନା ସହ ଓଡିଶା ପାଇଁ ରେଳପଥ, ଜାତୀୟ ରାଜମାର୍ଗ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ, ସୌଭାଗ୍ୟ ଓ ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନାରେ ବିଜୁଳି, ମେଡିକାଲ କଲେଜ, ଆକାଶପଥରେ ସାରା ଓଡିଶାକୁ ଯୋଡିବା ପାଇଁ କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ଅର୍ଥକୁ ସଠିକ ଭାବେ ଲୋକଙ୍କ ପାଖରେ ପହଂଚି ପାରୁ ନାହିଁ ବୋଲି ଶ୍ରୀ ଶାହା କଟୁ ସମାଲୋଚନା କରିଛନ୍ତି ।
୨୦ଟି ରାଜ୍ୟରେ ବିଜେପିର ଶାସନ ଅଛି । କର୍ଣ୍ଣାଟକ ନିର୍ବାଚନ ପରେ ୨୧ଟି ରାଜ୍ୟରେ ବିଜେପିର ଶାସନ ହେବ । ଓଡିଶାରେ ଅପାର ସମ୍ଭାବନା ଥିବା କାରଣରୁ ଏହାକୁ ଏକ ମଡେଲ ରାଜ୍ୟରେ ପରିଣତ କରିବାକୁ ମୋଦିଙ୍କ ସହ ଯୋଡି ହେବାକୁ ଶ୍ରୀ ଶାହା ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବରିÂ ନେତା ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ , ଡ. ଅନୀଲ ଜେନ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ , ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ରଙ୍କ ସମେତ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME