ବିଜେପି ଏକ ଭିନ୍ନ ପରିଚୟର ଦଳ

2014_4img11_Apr_2014_PTI4_11_2014_000174B4-600x338 ଶ୍ରୀ ମନୋରଂଜନ ପଟ୍ଟନାୟକ
ଭାରତୀୟ ରାଜନୀତିରେ କଂଗ୍ରେସ ଦଳର ଯେ ବିକଳ୍ପ ଭାବେ କୋ÷ଣସି ରାଜନୈିତିକ ଦଳ ସମ୍ଭବ ହୋଇପାରିବ ଏପରି କଳ୍ପନା ବାସ୍ତବ ପରି ଜଣାପଡୁ ନଥିଲେ ମଧ୍ୟ ଦେଶର ବିଭାଜନ, ମହାତ୍ମା ଗାନ୍ଧୀଙ୍କ ହତ୍ୟା ଏବଂ ତକôାଳୀନ ସରକାରଙ୍କ କାଶ୍ମୀରନୀତିରୁ ଏହି କଳ୍ପନାରେ ଯେ ଏତେ ଅଳ୍ପ ଅବଧି ମଧ୍ୟରେ ସମ୍ଭବ ହୋଇପାରିଲା ଏହା କୋ÷ଣସି ଗୁଣରୁ କମ୍ କଥା ନୁହେଁ । ଏହି ଅକଳ୍ପନୀୟ କଥା ସମ୍ଭବ ହୋଇପାରିଥିଲା କିଛି ମୁÂିମେୟ ଧେୟନିÂ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ । ସନ ୧୯୪୮ ଜାନୁଆାରୀ ୩୦ ତାରିଖ ଦିନ ପ୍ରାର୍ଥନା ସଭାରୁ ଫେରୁଥିବା ବେଳେ ଗାନ୍ଧୀଜୀଙ୍କ ହତ୍ୟା ହେଲା, ଫଳରେ ଏ ଦୁଃଖଦ ସମ୍ବାଦ ବିଦ୍ୟୁତ୍ ବେଗରେ ଦେଶର କୋଣ ଅନୁକୋଣରେ ପ୍ରଚାରିତ ହୋଇଗଲା । ବିଲେଇ କପାଳରେ ଶିଖା ଛିଡିବା ଭଳି ନେହେରୁ ଏହି ସମ୍ବାଦକୁ ନେଇ ସାରାଦେଶରେ ପ୍ରଚାର କରିବାକୁ ଲାଗିଲେ ଆର.ଏସ.ଏସ.ହିଁ ଏହି ହତ୍ୟାପଛର ଷଡଯନ୍ତ୍ରକାରୀ । ଯଦିଓ ପରେ କୋର୍ଟ କଚେରୀରେ ଏହା ପ୍ରମାଣିତ ହେଲାକି ସଂଘର ଏହି ଦୁଃଖଦ ହତ୍ୟା ପଛରେ କୋଣସି ହାତ ନାହିଁ କିନ୍ତୁ ସେତେବେଳକୁ ସଂଘର କାର୍ଯ୍ୟକର୍ତ୍ତାଙ୍କ ଉପରେ ଦେଶବାସୀଙ୍କ ନଜର ଏହି ଅପପ୍ରଚାର କାରଣରୁ ବିଗିଡିଯାଇଥାଏ ଓ ଏହି ହତ୍ୟାର ଫାଇଦାକୁ ନେଇ ନେହେରୁ ସଂଘ ଉପରେ ପ୍ରତିବନ୍ଧ ଲଗାଇଲେ ଓ କାର୍ଯ୍ୟକର୍ତ୍ତାଙ୍କୁ ସରକାରଙ୍କ ନାଲିଆଖିର ଶିକାର ହେବାକୁ ପଡିଲା । ଏତେ ବଡ ମିଛ ଆରୋପର ପ୍ରତିବାଦ କରିବା ଓ ବାସ୍ତବତାକୁ ସଂସଦରେ ଉପସ୍ଥାପନ କରିବାରେ କେହି ଆଗକୁ ଆସିନଥିଲେ କିନ୍ତୁ ଏହି ଘଡିସନ୍ଧି ମୁହୁର୍ତ୍ତରେ ବଙ୍ଗପ୍ରଦେଶର ଜଣେ ସାଂସଦ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀ ଯିଏକି ତତôକାଳୀନ ସରକାରଙ୍କ ଏହି ଷଡଯନ୍ତ୍ରକୁ ବୁଝି ଓ ପରବର୍ତ୍ତୀ ସମୟରେ ସରକାରଙ୍କ ପାକିସ୍ଥାନ ସହ ବୈଦେଶିକ ସମ୍ପର୍କୀତ ନୀତି, ଓ କାଶ୍ମୀର ନୀତିକୁ ବିରୋଧକରି ମନ୍ତ୍ରୀମଣ୍ଡଳରୁ ତ୍ୟାଗପତ୍ର ଦେଲେ । ପରବର୍ତ୍ତି ସମୟରେ ସରକାରଙ୍କ କାଶ୍ମୀର ଉଦେ୍ଧଶ୍ୟରେ ଗ୍ରହଣକରିଥିବା ୩୭୦ ଧାରାର ପ୍ରବଧାନକୁ ବିରୋଧକରି ଡଃ ଭୀମରାଓ ଆମ୍ବେଦକର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ।
ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ୧୯୫୧ ମସିହା ଅକ୍ଟୋବର ୨୧ରେ କଂଗ୍ରେସର ବିକଳ୍ପଭାବେ ଏକ ରାଷ୍ଟ୍ରବାଦୀ ରାଜନୈତିକ ଦଳ ଗଠନ କରିଥିଲେ ଯଦିଓ ତାର ନାମ କରଣ ସେ ‘ପିପୁଲ୍ ପାର୍ଟି’ରଖିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଦେଶର ବୃତ୍ତତ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସର ବିକଳ୍ପ ରୂପେ ଯେଉଁ ପାର୍ଟିର ଗଠନ କଲେ ତାହାର ନାମକରଣ ସେ ଜନସଂଘ ରଖିଥିଲେ । ପ୍ରଜ୍ଜ୍ୱଳିତ ପ୍ରଦୀପ ଏହି ଦଳର ନିର୍ବାଚନ ଚିହ୍ନ ଥିଲା ଏବଂ ଏହାର ରଙ୍ଗ ଗୈରିକ ଥିଲା ।
ଏକ ରାଜନୈତିକ ମଂଚଭାବେ ଭାବେ ଭାରତୀୟ ଜନସଂଘ ପ୍ରଥମ କରି ୧୯୫୧-୫୨ ମସିହାରେ ଲୋକସଭା ନିର୍ବାଚନରେ ଭାଗ ନେଇ ଡଃ ମୁଖାର୍ଜୀଙ୍କ ସମେତ ୩ ଜଣ, ୧୯୫୭ରେ ଅଟଳବିହରୀ ବାଜପେୟୀଙ୍କ ସମେତ ୪ ଜଣ, ୧୯୬୨ ରେ ୧୪ ଜଣ, ୧୯୭୬ ରେ ୩୫ ଜଣ, ଓ ୧୯୭୧ରେ ୨୨ ଜଣ ସଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୧୯୭୫ରେ ଶ୍ରୀମତୀ ଗାନ୍ଧୀଙ୍କ ନିର୍ବାଚନ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଅସିଦ୍ଧ ଘୋଷିତ ହେବାରୁ ସେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କଲେ । ଏହି ସମୟରେ ଭାରତୀୟ ଜନସଂଘ ଏହାର ପ୍ରବଳ ବିରୋଧ କରିଥିଲା । ଦଳର ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତାମାନେ କାରାବରଣ କରିଥିଲେ । ନିର୍ବାଚନରେ ଜିତିବା ପାଇଁ ଇନ୍ଦିରା ଗାନ୍ଧୀଙ୍କର ଅପରାଧିକ କ୍ରିୟାକଳାପ ଓ ଦୁର୍ନୀତି, ନିଜ ଇଛାରେ ସର୍ବୋଚ୍ଚ ନ୍ୟାୟାଳୟରେ ବରିÂତାକୁ ଉପେକ୍ଷା କରି ନ୍ୟାୟାଧୀଶ ନିଯୁକ୍ତି, ଜନସଂଖ୍ୟା ନିୟତ୍ରଣ ନାମରେ ବଳ ପୂର୍ବକ କୁମାରୀଙ୍କ ଠାରୁ ଆରମ୍ଭ କରି ଅଶୀତି ପର ବୃଦ୍ଧଙ୍କର ବନ୍ଧ୍ୟାକରଣ ଅସ୍ତେ୍ରାପଚାର ସହରାଞ୍ଚଳ ସୋ÷ନ୍ଦର୍ଯୀକରଣ ନାମରେ ବସ୍ତି ଉଚ୍ଛେଦ ତଥା ପୋଲିସର ମାତ୍ରାଧିକ ଅତ୍ୟାଚାର ଓ ଗୁଳିକାଣ୍ଡ, ସର୍ବୋପରି ଗଣତନ୍ତ୍ରର ଓ ସମ୍ବିଧାନର ସୁରକ୍ଷା ନିମନ୍ତେ ଶ୍ରୀମତୀ ଗାନ୍ଧୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ରାଜନୈତିକ ବିକଳ୍ପ ରୁପେ ସବୁ ରାଜନୈତିକ ଦଳମାନଙ୍କୁ ଏକତ୍ରକରି ବିକଳ୍ପ ମଂଚ ଗଠନ ପାଇଁ ଜୟପ୍ରକାଶ ନାରାୟଣ ଉଦ୍ୟମ ଆରମ୍ଭ କରିଥିଲେ । ଏହାର ଫଳ ସ୍ୱରୂପ ଭାରତୀୟ ଜନସଂଘ, ସଂଗଠନ କଂଗ୍ରେସ, ଭାରତୀୟ ଲୋକଦଳ, ସ୍ୱତନ୍ତ୍ର ପାର୍ଟି, ଭାରତୀୟ ସମାଜବାଦୀ ପାର୍ଟି ପ୍ରଭୃତି ମିଶ୍ରଣରେ ଗୋଟିଏ ସର୍ବନିମ୍ନ ସହମତ୍ତି ଭିତ୍ତିରେ ଗୋଟିଏ ଚିହ୍ନରେ ଅଧିକାଂଶ ରାଜନୈତିକ ଦଳ ନିଜ ଦଳକୁ ଜଳାଞ୍ଜଳୀ ଦେଇ କଂଗ୍ରେସ ବିରୁଦ୍ଧରେ ଲଢିଥିଲେ ଜନତା ପାର୍ଟିର ନେତୃତ୍ୱରେ ତାହା ସମ୍ଭବ ହେଲା ।
ଦେଶର ସ୍ୱାର୍ଥ ପାଇଁ ଜନସଂଘ ନିଜର ଚିହ୍ନ ଦୀପକୁ ରାଷ୍ଟ୍ରହୀତରେ ସ୍ୱାହା କରିଥିଲା । ମୋରାଜୀଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବତନ ଭାରତୀୟ ଜନସଂଘର ନେତା ଅଟଳବିହାରୀ ବାଜପେୟୀ, ବୈଦଶେିକ ବ୍ୟାପାର ମନ୍ତ୍ରୀ ହୋଇଥିବାବେଳେ ଲାଲକୃଷ୍ଣ ଆଡୱାନୀ ସୂଚନା ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର, ମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଜନତାଦଳ ନେତାମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ତଥା ଜନସଂଘର ନେତାମାନଙ୍କର ବ୍ୟାପକ ଲୋକସମ୍ପର୍କ ତଥା ରାଜନୀତି ପ୍ରତି ପ୍ରତିବଦ୍ଧତା କାରଣରୁ ଜନତାଦଳ ଦିନକୁ ଦିନ ଅହେତୁକ ଦୋଷାରୋପ କରିବାକୁ ଲାଗିଲା ।
ସମାଜବାଦୀ ଦଳର ପ୍ରମୁଖନେତାମାନଙ୍କର ଏଥିରେ ପ୍ରମୁଖ ଭୂମିକା ଥିଲା । ସେମାନେ ଜନସଂଘ ନେତାମାନଙ୍କୁ ଦ୍ୱୈତ ସଦସ୍ୟର ଆରୋପ ଲଗାଇ ଜନସଂଘର ନେତାମାନେ କାହିଁକି ରାଷ୍ଟ୍ରୀ୍ରୟ ସ୍ୱୟଂସେବକ ସଂଘ ସହ ସମ୍ପର୍କ ରଖୁଛନ୍ତି ବୋଲି ପ୍ରଶ୍ନ ଉଠାଇ ସଂଘ ସଦସ୍ୟତାରୁ ମୁକ୍ତ ହୁୃଅ ଅବା ଜନତା ଦଳ ଛାଡ ବୋଲି ଏକ ପ୍ରଚାର ଚାପ ସୃଷ୍ଟିକଲେ । ପରିଶେଷରେ ଜନସଂଘର ନେତାମାନେ ନିଜ ଆଦର୍ଶରେ ଅଟଳ ରହି ଜନତାଦଳକୁ ଛାଡିବାକୁ ହିଁ ଉଚିତ୍ ମନେକଲେ । ଜନତା ଦଳ ସରକାର ମାତ୍ର ୨ ବର୍ଷ ସାତ ମାସପରେ ଭାଙ୍ଗିଗଲା ଓ ଦେଶବାସୀଙ୍କ ଆଶା ଭରଷାକୁ ଧୁଳିରେ ମିଶାଇବାର ଫଳ ସ୍ୱରୂପ ପୁର୍ନବାର ଦେଶବାସୀ କଂଗ୍ରେସ ଦଳ ଉପରେ ଆସ୍ଥାପ୍ରକଟ କଲେ ଓ ଦେଶର ଏକ ସ୍ୱର୍ଣ୍ଣିମ ଇତିହାସରେ କଳଙ୍କର ଛିଟା ଦୀର୍ଘଦିନ ଯାଏଁ ରହିଲା, ଏହି ଘଟଣାର ବ୍ୟବସାୟିକରଣ କରି କଂଗ୍ରେସ ଦୀର୍ଘଦିନ ଯାଏଁ ତିଷ୍ଟି ରହିଲା କି ‘କଂଗ୍ରେସହିଁ ଦେଶକୁ ସ୍ଥିର ସରକାର’ ଦେଇପାରେ ।
ଭାରତୀୟ ଜନସଂଘର ଜନତା ପାର୍ଟିରେ ବିଲୟ ହୋଇଥିଲେ ମଧ୍ୟ ଏହି ଦଳର ନେତାମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଠାରୁ ସମ୍ପର୍କ ବିଚ୍ଛିନ୍ନ କରିନଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ତଥା କଥିତ ସମାଜବାଦୀ ନେତାମାନେ ଏମାନଙ୍କର ସଂଘ ସଦସ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାର ପରିଣତି ସ୍ୱରୂପ ଜନତା ପାର୍ଟିରୁ ଏମାନେ ସମ୍ପର୍କ ବିଚ୍ଛିନ୍ନ କରି ୧୯୮୦ ଏପ୍ରିଲ ୬ ତାରିଖରେ ଭାରତୀୟ ଜନସଂଘକୁ ଭାରତୀୟ ଜନତା ପାର୍ଟି ନାମରେ ପୁନଜ୍ଜୀବିତ କରାଇଥିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ବିଜେପି ଦଳକୁ ଦୀନଦୟାଲଙ୍କ ଏକାତ୍ମ ମାନବବାଦକୁ ନିଜର ବୈଚାରିକ ସିଦ୍ଧାନ୍ତ ରୂପେ ଗ୍ରହଣ କରିବା ସହିତ ପଂଚ ନିÂା ଯଥା ରାଷ୍ଟ୍ରୀୟତା ରାଷ୍ଟ୍ରୀୟ ଏକାତ୍ମତା, ଗଣତନ୍ତ୍ର, ସମାଜିକ, ଆର୍ଥିକ ସମସ୍ୟାପ୍ରତି ଗାନ୍ଧୀବାଦୀ ଦୃଷ୍ଟିକୋଣ ଆଧାରରେ ସମତା ଯୁକ୍ତ ଓ ଶୋଷଣ ଯୁକ୍ତ ସମାଜର ସ୍ଥାପନା, ସକାରତ୍ମକ ଧର୍ମନିରପେକ୍ଷତା ଅର୍ଥାତ ସର୍ବଧର୍ମ ସମଭାବ ଓ ମୂଲ୍ୟବୋଧ ରାଜନୀତିକୁ ନିଜର ଆଦର୍ଶରୂପେ ଗ୍ରହଣ କରିଛି ।
୧୯୮୪ ଦେଶରେ ହଠାତ ଏକ ସମ୍ବାଦ ମିଳିଲା ଯେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଦୁଇ ଜଣ ଅଂଗରକ୍ଷୀ ଗୁଳିମାରି ହତ୍ୟା କରିଛନ୍ତି । ଫଳ ସ୍ୱରୂପ ଦେଶକୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରୂପେ ରାଜୀବ ଗାନ୍ଧୀ କ୍ଷମତାସୀନ ହେଲେ ଓ ଦେଶବାସୀ ଜଣେ ଯୁବ ପ୍ରଧାନମନ୍ତ୍ରୀ ରୂପେ ରାଜୀବ ଗାନ୍ଧୀଙ୍କୁ ପାଇଲେ କିନ୍ତୁ ଅଳ୍ପ ଦିନ ମଧ୍ୟରେ ଦେଶର ପ୍ରତିରକ୍ଷା ବିଭାଗର କମାଣ କିଣାରେ ସେ ଦୁର୍ନୀତିରେ ଛନ୍ଧି ହୋଇଗଲେ ଫଳ ସ୍ୱରୂପ ଦେଶବାସୀ ପୁଣି ଦୀର୍ଘଦିନର ଆଳସ୍ୟଭାଙ୍ଗି ଜନତାଦଳକୁ ସରକାରକୁ ଆଣିଲେ । କିନ୍ତୁ ଏ ସରକାର ମଣ୍ଡଳ କମିଶନ ଭଳି ଏକ ନିୟମ ଜାରୀକରି ବେକାରୀ ଯୁବକକୁ ସଂରକ୍ଷଣ ନୀତିରେ ଭୋଟ୍ ହାତେଇବାର ଅପଚେଷ୍ଟାକରିବା , ତଥା ହିନ୍ଦୁଭାବାବେଗ ସହିତ ଏକ ମତ ନହୋଇ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ଲାଲକୃଷ୍ଟ ଆଡୱାନୀଙ୍କ ରଥକୁ ବିହାର ସମସ୍ତିପୁରରୁ ରୋକି ଗିରଫକରିବା ପରେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାରୁ ଅଳ୍ପମତର ସରକାର କାରଣରୁ ବିଦାହୁଅନ୍ତି ତକôାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ବିଶ୍ୱନାଥ ପ୍ରତାପ ସିଂ, ଏହି ଠାରୁ ଆରମ୍ଭ ହୁଏ କଂଗ୍ରେସର ନାଟକବାଜି । ଯେଉଁ କଂଗ୍ରେସ ଦଳ କ୍ଷମତାବିନା ଦୀର୍ଘଦିନ କେବେବି ଦେଶରେ ରହିନାହିଁ ସେହି କଂଗ୍ରେସର ସମର୍ଥନରେ ଶ୍ରୀ ଚନ୍ଦ୍ରଶେଖର ହୁଅନ୍ତି ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ୧୩ ମାସ ମଧ୍ୟରେ କଂଗ୍ରେସ ମୋହହ ଛିହ୍ନ ହୁଏ ସେ ସରକାରୁ ଆରୋପ ଲଗାଇ ନିଜ ସମର୍ଥନ ପ୍ରତ୍ୟାହାର କରନ୍ତି । ପରେ ଯଦିଓ ଭାରତୀୟ ଜନତା ପାର୍ଟି ଏକକ ସଂଖ୍ୟାଗରିÂ ଦଳ ରୂପେ ଉଭା ହେଲା କିନ୍ତୁ ବିରୋଧୀଙ୍କ ସଂଖ୍ୟାବଳକୁ ସମ୍ମାନ ଜଣାଇ ସେ ସମର୍ଥନ ଯୋଗାଡ କରିବାରେ ବିଫଳ ହୋଇ ତ୍ୟାଗ ପତ୍ର ଦେଇଥିଲେ । କଂଗ୍ରେସର ସମର୍ଥନରେ ରାଷ୍ଟ୍ରବାଦୀ ଶକ୍ତିକୁ ସମ୍ପଦାୟିକ ଶକ୍ତି କହି ଏହି ଶକ୍ତିକୁ ଦିଲ୍ଲୀ ଦରବାରରେ କ୍ଷମତାସୀନ ହେବାକୁ ଦେବା ନାହିଁ କହି ସଂଖ୍ୟାନୂ୍ୟନ ଦଳ ଜନତା ପାର୍ଟିକୁ ବାହାରୁ ସମର୍ଥନ ଦେଇ କଂଗ୍ରେସ ଦଳ ପରୋକ୍ଷରେ ସରକାରକୁ ଖେଳନା ଭଳି ବ୍ୟବହାର କରି ଶେଷକୁ ପ୍ରଧାନମନ୍ତ୍ରୀ ଦେବଗୋ÷ଡା, ଓ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆଇ .କେ. ଗୁଜୁରାଲଙ୍କୁ ମଧ୍ୟବର୍ତ୍ତୀ ସରକାରରେ ପରିଣତ କରି ସମର୍ଥନ କାଢିନେଇ ଅଳ୍ପମତରେ ପରିଣତ କରି ଦେଶବାସୀଙ୍କ ପାଇଁ ନିର୍ବାଚନ ଲଦିଦେଇ ଥିଲା । କଂଗ୍ରେସ କେବେ ବି କୋ÷ଣସି ଦଳକୁ ଦୀର୍ଘଦିନ ଯାଏଁ ସମର୍ଥନ ଜଣାଇ ନାହିଁ କି ସରକାରକୁ ଯେଉଁ ଯେଉଁ ସମୟରେ ବାହାରୁ ସମର୍ଥନ ଜଣାଇଛି ଠିକ୍ ସମୟରେ ସମର୍ଥନ ପ୍ରତ୍ୟାାହାର କରି ଅସ୍ଥିର କରିଛି । ଏ ହେଉଛି କଂଗ୍ରେସର ଜନ୍ମଗତ ପ୍ରବୃତ୍ତି । କିନ୍ତୁ ଭାରତୀୟ ଜନତା ପାର୍ଟି ଏକମାତ୍ର ରାଜନୈତିକ ଦଳ ଯିଏକି ନିଜ ସରକାରକୁ ବହୁମତ୍ତରେ ପରିଣତ କରିବାକୁ ଯାଇ କେବେ ହେଲେ ଆଟାଚି ଭର୍ତ୍ତି କରି ଅପରଦଳର ସଂଖ୍ୟାକୁ ନିଜ ସପକ୍ଷରେ ଆଣିବାର ଅପଚେଷ୍ଟା କରିନାହିଁ ।
ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବଚନରେ ୧୯୮୪ରେ ୨ ୧୯୮୯ ରେ ୮୫ ୯୧ରେ ୧୨୦ ୯୬ରେ ୧୬୧ ୯୮ରେ ୧୮୨ ୯୯ରେ ୧୮୨ ୨୦୦୪ରେ ୧୩୮ ୨୦୦୯ରେ ୧୧୬ ୨୦୧୪ରେ ୨୮୨ ଟି ଆସନ ଜିତି ପାରିଛି ।ଏନଡିଏ ସହିତ ମିଳି ବିଜେପି ୩୪୫ ଆସନରେ ବିଜୟୀ ହେବା ସହିତ ଶ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ଦେଶରେ ସରକାର ଗଢିଛି । ବର୍ତ୍ତମାନ ସୁଦ୍ଧା ଏହି ଦଳ ଏକାକୀ ଆସାମ ଅରୁଣାଚଳ ପ୍ରଦେଶ, ଛତିଶଗଡ, ଗୁଜୁରାଟ, ହରିଆଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ମଣିପୁର ଓ ଉତ୍ତରାଖଣ୍ଡ ପ୍ରଭୃତି ୧୩ ଟି ରାଜ୍ୟରେ ସରକାର ଗଢିଛି । ସେହିଭଳି ଏନଡିଏର ଅଂଶଦାର ଦଳକୁ ନେଈ ମହାରାଷ୍ଟ୍ର, ଗୋଆ ଓ ତ୍ରିପୁରା ଭଳି ତିନୋଟି ରାଜ୍ୟରେ ସରକାର ଗଢାଯାଇଛି । ସହଯୋଗୀ ଦଳର ନେତୃତ୍ୱରେ ବିଜେପି ମିଶି ବିହାର ଜମ୍ମୁକାଶ୍ମୀର ନାଗାଲ୍ୟାଣ୍ଡ ଓ ମେଘାଳୟ ପ୍ରଭୃତି ୪ ଟି ରାଜ୍ୟରେ ମିଳିତ ସରକାରରେ ଅଂଶିଦାର ହୋଇଛି । ବିଜେପି ବର୍ତ୍ତମାନ ମୋଟ ୨୦ ଟି ରାଜ୍ୟରେ ସରକାର ଗଢି ଏକ ସର୍ବକାଳୀନ ରେକର୍ଡ କରିଛି । । ଲୋକସଭାରେ ବିଜେପିର ସବୁଠାରୁ ଅଧିକ ସଂଖ୍ୟାକ ଲୋକସଭା ୨୭୪ ଜଣ ସାଂସଦ ଦେଶର ସମୁଦାୟ ୪୧୨୦ ବିଧାୟକଙ୍କ ଭିତରୁ ବିଜେପିର ୧୪୫୫ ଜଣ ବିଧାୟକ ଅଛନ୍ତି । ଏହି ପାର୍ଟି ୧୫ କୋଟିରୁ ଉଦ୍ଧ୍ୱର୍ ସଦସ୍ୟ ସଂଗ୍ରହକରି ପୃଥିବୀର ସର୍ବ ବୃହତ୍ତ୍ମ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିÂା କରିପାରିଛି । ସବୁଠାରୁ ବଡ କଥା ହେଲା ବାମପନ୍ଥୀ ଦଳକୁ ଛାଡିଦେଲେ ଭାରତରେ ଅଧିକାଂଶ ରାଜନୈତିକ ଦଳ କଂଗ୍ରେସ ପରି ପାରିବାରିକ ପାର୍ଟି ହୋଇଥିବା ବେଳେ ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ ଯାହାର ୧୯୮୦ରୁ ଏପର୍ଯ୍ୟନ୍ତ ୩୯ ବର୍ଷରେ ୧୦ ଜଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ।
୧୯୯୬ରେ ଅଟଳଜୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ରେ ଭାଜପା ୧୮୨ ଆସନ ସହିତ ୨୪ ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ପୁନଶ୍ଚ ୧୯୯୬ରେ ସଂଖ୍ୟାଗରିÂତା ସହ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଫେରିଲା ଓ ଅଟଳଜୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ । ୨୦୦୪ ମେ ୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ୧୯୯୮ ମେ ମାସରେ ପୋଖରାନ୍-୨ ମାଧ୍ୟମରେ ଭୂତଳରେ ଏକ ସମୟରେ ୫ ଟି ପରମାଣୁ ପରୀକ୍ଷଣ କରାଇଥିଲେ । ଅଟଳଜୀଙ୍କ ନୀତି ଥିଲା ଶକ୍ତି ସେ ଶାନ୍ତି । ଶକ୍ତିବଳରେ ହିଁ ଶାନ୍ତି ପ୍ରତିÂା କରାଯାଇପରିବ ବୋଲି ସେ ବିଶ୍ୱାସ କରୁଥିଲେ । ବାଜପେୟୀଙ୍କୁ ରାଷ୍ଟ୍ର ପୁରୁଷ କୁହାଯାଏ । ଜାତୀୟ ରାଜପଥର ବିକାଶ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସର୍ବଶିକ୍ଷା ଅଭିଯାନ, ଅନ୍ତୋଦୟ ଅନ୍ନଯୋଜନା ପ୍ରଭୃତି ତାଙ୍କର ଅବିସ୍ମରଣୀୟ କାର୍ଯ୍ୟ । ସମ୍ବିଧାନ ସଂଶୋଧନ କରି ୨୦୦୨ରେ କିଶୋରମାନଙ୍କ ପାଇଁ ଶିକ୍ଷା ଲାଭ କରିବାକୁ ସେ ଏକ ମୋ÷ଳିକ ଅଧିକାରର ମାନ୍ୟତା ଦେଇଥିଲେ । ପ୍ରଥମକରି ସେ ଦୁଇ ଟଙ୍କାରେ ଚାଉଳ, ତିନି ଟଙ୍କାରେ ଗହମ, ଓ ଗରୀବ ପରିବାକୁ ୩୫ କେ.ଜି କରି ଖାଦ୍ୟ ଶସ୍ୟ ଯୋଗାଇବାର ବ୍ୟବସ୍ଥା କରିଥିଲେ । ତାଙ୍କ ସମୟରେ ବିଲ କ୍ଲିନଣ୍ଟ ଭାରତ ଆସି ଷ୍ଟେ୍ରଟେଜିକ୍ ଭିଜନ୍ ଡକ୍ୟୁମେଣ୍ଟରେ ଉଭୟ ରାଷ୍ଟ୍ରନେତା ସ୍ୱାକ୍ଷର କରିବା ଭାରତ ପାଇଁ ଏକ ବଡ ସଫଳତା । ପାକିସ୍ଥାନକୁ ବସ୍ ଯାତ୍ରାକରି ଅଟଳଜୀ ପ୍ରଥମକରି ୧୯୪୭ ପରେ ପାକିସ୍ଥାନ ସହିତ ରାଜପଥରେ ଯୋଗଯୋଗ ପ୍ରତିÂା କରିବା ସହିତ ଦ୍ୱିପାକ୍ଷିକ ବୁଝାମଣାକୁ ତ୍ୱରାନ୍ୱିତ କରିଥିଲେ । ଲାହୋର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ପାକିସ୍ଥାନ କାରଗିଲ କ୍ଷେତ୍ରରେ ଯୁଦ୍ଧ ଘୋଷଣା କରି ଶାନ୍ତି ପ୍ରତିÂା ଉଦ୍ୟମକୁ ଭଣ୍ଡୁର କରିଛି । ଅପରେସନ୍ ବିଜୟ ମାଧ୍ୟମରେ ପାକିସ୍ଥାନ ଅନୁପ୍ରବେଶ କରିଥିବା କ୍ଷେତ୍ରକୁ ପୁଣି ମୁକ୍ତ କରାଯାଇ ପାରିଛି । ତାଙ୍କ ଉଦ୍ୟମରେ ଆତଙ୍କବାଦ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନକୋ÷ଶଳ ଲାଭ କରିବା କ୍ଷେତ୍ରରେ ଏସ୍ରାଇଲର ସହଯୋଗ ପାଇବା ପାଇଁ ଭାରତ ସମର୍ଥ ହୋଇଛି । ସେହିଭଳି ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଢିଛି । ଆରମ୍ଭରୁ ଶ୍ରୀମୋଦି ନିଜକୁ ପ୍ରଧାନମନ୍ତ୍ରୀ ନୁହନ୍ତି ପ୍ରଧାନ ସେବକ ବୋଲି ଘୋଷଣା କରିଛନ୍ତି ଓ ତାଙ୍କ ସରକାର ଗରିବ ମାନଙ୍କ ପାଇଁ ସମର୍ପିତ ସରକାର ବୋଲି କହିଛନ୍ତି । ଭାରତର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶୃତି ବଦ୍ଧ ମୋଦି କେନ୍ଦ୍ରୀୟ କରରେ ରାଜ୍ୟମାନଙ୍କର ଅଂଶର ପରିମାଣ ୩୨ ରୁ ୪୨ ପ୍ରତିଶତ ବୃଦ୍ଧିକରି ରାଜ୍ୟ ସରକାରମାନଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇପାରିଛନ୍ତି । ଭାରତୀୟ ଅର୍ଥନୀତିକୁ ସ୍ୱଚ୍ଛ କରିବାକୁ ଯାଇ ବିମୁଦ୍ରାୟନ ଏବଂ ଦେଶରେ ପ୍ରଚଳିତ ନାନାପ୍ରକାର କର ଆଦାୟ ବ୍ୟବସ୍ଥାରେ ସଂସ୍କାର ଆଣି ସମଗ୍ର ଦେଶପାଇଁ ଗୋଟିଏ ଦେଶ ଗୋଟିଏ ପ୍ରକାର କର ଜିଏସଟି କର ଲାଗୁକରିଛନ୍ତି । ସେହିଭଳି କଳାଧନକୁ ରୋକିବା ପାଇଁ ଏସଆଇଟି ଗଠନ କରିବା ସହିତ ଅଧିକ ଫଳପ୍ରଦ ହେବାଭଳି କଠୋର ଆଇନ ପ୍ରଣୟନ କରିଛନ୍ତି । ସାଧାରଣ ଜନତାଙ୍କର ଅର୍ଥିକ ବ୍ୟବସ୍ଥାର ଉନ୍ନତି, ସାମାଜିକ ନିରାପତ୍ତା , ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢୀ ପାଇଁ ଅଧିକ ଆତ୍ମନିଯୁକ୍ତି ସୁଯୋଗ ପାଇଁ ଅବସର ସୃଷ୍ଟିକରିବ ସମ୍ମାନଜନକ ଭାବେ ବଂଚିବା ପାଇଁ ଏକ ସୁଯୋଗ ସୃଷ୍ଟିକରିଛନ୍ତି । ଏହି ଯୋଜନା କ୍ରମରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସ୍ୱଚ୍ଛଭାରତ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଟଳ ପେନ୍ସନ ଯୋଜନା, ବେଟି ବଚାଓ, ବେଟି ପଢାଓ ଅଭିଯାନ କନ୍ୟା ସମୃଦ୍ଧି ପାଇଁ ସୁକନ୍ୟା ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଉଜ୍ଜଳା ଯୋଜାନା, ସ୍ମାର୍ଟ ସିଟି, ଅମ୍ରିତ ଯୋଜନା, ମୁଦ୍ରା ବ୍ୟାଙ୍କ୍ , ମେକ୍ ଇନ୍ ଇଣ୍ଡିଆ, ଏବଂ ସ୍କିଲ ଇଣ୍ଡିଆ, ବୁଲେଟ୍ ଟ୍ରେନ୍, ଆର୍ନ୍ତଜାତିକ ଯୋଗ ଦିବସ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଷ୍ଟାଟ ଅଫ ଇଣ୍ଡିଆ, ଷ୍ଟାଣ୍ଡ ଅଫ ଇଣ୍ଡିଆ, ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଫଳ ଯୋଜନା କାର୍ଯ୍ୟକ୍ରମ ଜରିଆରେ ଭାରତକୁ ଏକ ଶ୍ରେÂ ଭାରତ ଦେଶଭାବେ ପରିଣତ କରିବା ଉଦ୍ୟମ ଜାରି ରଖିଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ ରାଜପଥ ନିର୍ମାଣ ସହରାଞ୍ଚଳର ଉନ୍ନତି ଗମନାଗମନର ସୁବିଧା, ଗ୍ରାମାଞ୍ଚଳରେ ସହରଭଳି ଆନୁଷଙ୍ଗିକ ସୁବିଧା ସୁଯୋଗର ପ୍ରବର୍ତ୍ତନ ସ୍ୱଚ୍ଛଭାରତର ଅଂଶରୁପେ ପ୍ରତି ଘରକୁ ଶୋ÷ଚାଳୟ ଯୋଗାଇ ଦେଇ ମହିଳାମାନଙ୍କର ସ୍ୱାଭିମାନର ସୁରକ୍ଷା, ଗରୀବ ସୀମାରେଖାତଳେ ଥିବା ମହିଳାମାନଙ୍କୁ ମଗଣାରେ ଜାଳେଣୀ ଗ୍ୟାସ ଯୋଗାଇଦେଇ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ସହିତ ସେମାନଙ୍କର ସମ୍ମାନ ବୃଦ୍ଧି ସହିତ ଷ୍ଟାର୍ଟ ଅଫ ଓ ଷ୍ଟାଣ୍ଡଅଫ ଜରିଆରେ ଉଚ୍ଚ ଶିକ୍ଷିତ ଦଳିତ ଓ ଆଦିବାସୀମାନଙ୍କୁ ନିଜସ୍ୱ ଶିଳ୍ପ ପ୍ରତିÂା ପାଇଁ ଅକଳ୍ପନୀୟ ଅବସର ସୃଷ୍ଟି ପ୍ରଭୃତି କାର୍ଯ୍ୟକ୍ରମ ଜରିଆରେ ସାଧାାରଣ ଜନତାଙ୍କର ଜୀବନଧାରଣର ମାନବୃଦ୍ଧିରେ ମୋଦି ସରକାର ସମର୍ଥ ହୋଇଛନ୍ତି । ବିଜେପି ଏବେ ଭାରତର ରାଜନୀତି କ୍ଷେତ୍ରରେ ଏକ ବିକାଶ ଓ ପରିବର୍ତ୍ତନର ପ୍ରତୀକ ରୁପେ ପ୍ରତିÂା ଲାଭ କରିଛି । ବିଜେପି ଏକମାତ୍ର ରାଜନୈତିକ ଦଳ ଯିଏକି ରାଷ୍ଟ୍ରୀୟସ୍ତରରେ କଂଗ୍ରେସକୁ ପରାହତ କରି ଦେଶର ସ୍ୱାଭିମାନ ତଥା ଐକ୍ୟକୁ ବିଶ୍ୱ ଦରବାରରେ ସଦାସର୍ବଦା ଉନ୍ନତ ଶିର କରି ଗୋ÷ରବମୟ କରିବାରେ ସଫଳ ହୋଇଛି ।
ପ୍ଲଟ୍ ନଂ ୭୪୭ ରସୁଲଗଡ

Share in top social networks!
Powered By Indic IME