ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

DSC_0809
ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ରାଜ୍ୟ ସଚିବାଳୟଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛିା ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବୈଠକରେ ପ୍ରସ୍ତାବିତ କାର୍ଯ୍ୟସୂଚୀ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥ#ଲୋ ରାଜଧାନୀ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ନିମନ୍ତେ ଏକ ଐତିହାସିକ ଦିବସ ହୋଇଥ#ବାରୁ ଏହାକୁ ଉପଯୁକ୍ତ ମର୍ଯ୍ୟାଦା ସହ ପାଳନ କରିବାରେ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ଉନ୍ନୟନ କମିଶନର ଶ୍ରୀ ବାଲକ୍ରିଷ୍ଣନ୍ ବିଭିନ୍ନ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ ପୋଲିସ ବିଭାଗ ସହ ସମନ୍ୱୟ ରଖ# ବିଭିନ୍ନ କାର୍ଯ୍ୟକ୍ରମର ସ୍ଥାନ ଓ ସମୟ ଧାର୍ଯ୍ୟ କରିବା ନିମନ୍ତେ ମଧ୍ୟ ଉନ୍ନୟନ କମିଶନର ପରାମର୍ଶ ଦେଇଥ#ଲୋ
ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଅପ୍ରେଲ ୧୩ ତାରିଖଠାରୁ ୧୫ ତାରିଖ ମଧ୍ୟରେ ପାଳନ କରାଯିବା ଓଡ଼ିଶା ବିଧାନସଭା ସୌଧ ନିକଟରେ ଥ#ବା ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ଅପ୍ରେଲ ୧୩ ତାରିଖ ସକାଳେ ଉତ୍ସବର ଆୟୋଜନ କରାଯିବା ଏଥ# ନିମନ୍ତେ ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ଼୍ ଅନୁଷ୍ଠିତ ହେବା ଏଥ#ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବୋ ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ପ୍ରଦିପ କୁମାର ଅମାତଙ୍କୁ ମୁଖ୍ୟ ଅତିଥ# ନିମନ୍ତେ ପ୍ୟାରେଡ଼୍କୁ ଆମନ୍ତ୍ରଣ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥ#ଲାା
ଦିବସ ପାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସାଜସଜ୍ଜା, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ରଙ୍ଗୀନ ଆଲୋକ ସଜ୍ଜା, କାର୍ଯ୍ୟକ୍ରମର ପ୍ରଚାରପ୍ରସାର, ଜୟଦେବଭବନରେ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋ ପ୍ରଦର୍ଶନୀ, ଉତ୍ସବ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା, ପରିମଳ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ଯାନବାହନ-ଯାତାୟତ ନିୟନ୍ତ୍ରଣ, ଆଇନ୍ ଶୃଙ୍ଖଳା, ପ୍ରାଥମିକ ଚିକିତ୍ସା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ବିଷୟରେ ବୈଠକରେ ଆଲୋଚନା ହୋଇ କାର୍ଯ୍ୟ ସଂପାଦନ ନିମନ୍ତେ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥ#ଲାା
୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସକୁ ୩ ଦିନ ଧରି ପାଳନ କରାଯିବା ଏଥ# ନିମନ୍ତେ ପ୍ୟାରେଡ଼୍ କାର୍ଯ୍ୟକ୍ରମ ସକାଳ ୭.୩୦ରୁ ୯ଟା ମଧ୍ୟରେ ଅନୁଷ୍ଠିତ ହେବା ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯିବା ଭୁବନେଶ୍ୱର ଜାତୀୟସ୍ତରରେ ଏକ ନମ୍ବର ସ୍ମାର୍ଟ ସିଟି ଭାବେ ବିବେଚିତ ହୋଇଛିା ଏହା ରାଜଧାନୀବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟା ସମସ୍ତ ରାଜଧାନୀବାସୀ ସଗୌରବେ ଏ ଦିବସ ପାଳନରେ ସାମିଲ ହେବା ପାଇଁ ବୈଠକରେ ଅନୁରୋଧ କରାଯାଇଥ#ଲାା
ଏହି ବୈଠକରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ୍, ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ତ୍ତ ସଚିବ ଶ୍ରୀ ନଳିନୀ କାନ୍ତ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିର୍ମଳ ଚନ୍ଦ୍ର ମିଶ୍ର, ଅତିରିକ୍ତ ପୋଲିସ କମିଶନର ଶ୍ରୀ ସଂଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ନିତିନ୍ ଭାନୁଦାସ ଜଓ୍ୱାଲେ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଆଲୋକ କୁମାର କର, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଏସ୍.ପି ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିିବ ଡ. ବି.କେ. ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ବି.ଏନ୍. ପ୍ରଧାନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ଧନଞ୍ଜୟ ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଏସ୍.କେ. ପରମାଣିକ୍, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଆର୍.କେ. ସାହୁ, ସେସୁର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜେ.କେ. ମିଶ୍ର, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଡି.ଏସ୍. ମହାପାତ୍ର, ପୂର୍ତ୍ତ ଡିଭିଜନ-ନଂ ୪ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପି.କେ. ନାୟକ, ବିଡିଏର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଏ.ପି. ମହାନ୍ତି, ଅତିରିକ୍ତ ଡେପୁଟି ପୋଲିସ କମିଶନର ଶ୍ରୀ ଟି.କେ. ପଟ୍ଟନାୟକ, ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଶ୍ରୀ ଶୁଭମ୍ ସାକ୍ସେନା, ଆଞ୍ଚଳିକ ପରିବହନ ଅଧ#କାରୀ ଶ୍ରୀ ପି.କେ. ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକିଙ୍କ ସମେତ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର ଓ ଉପସଭାପତି ଶ୍ରୀ ପ୍ରଦୁ୍ୟମ୍ନ କୁମାର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ