‘ମିଶନ ୧୨୦+’ ଲକ୍ଷ୍ୟ ନିଶ୍ଚିତ ରୂପେ ପୂରଣ ହେବ : ଅରୁଣ ସିଂହ

arunsingh ଏପ୍ରିଲ ୪ ତାରିଖ ଦିନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭବାନୀପାଟଣାରେ ପହଚିଂବେ । ଭବାନୀପାଟଣାଠାରେ ଅନୁÂିତ ହେବାକୁ ଥିବା ବିଶାଳ ସମାବେଶରେ ଶ୍ରୀ ଶାହା ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ଉଦ୍ବୋଧନ ଦେବେ । ସେହିପରି ଶ୍ରୀ ଶାହା ଏପ୍ରିଲ ୫ ତାରିଖରେ ବଲାଙ୍ଗୀରଠାରେ ଅନୁÂିତ ହେବାକୁ ଥିବା ବିଶାଳ ଯୁବ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଶ୍ରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ।
ରାଜ୍ୟରେ ଶାସକ ବିଜେଡିର ଅପରାଗତା ଏବଂ ନିଷ୍କିୟତା ସମ୍ବନ୍ଧରେ ଶ୍ରୀ ଶାହା ଅନୁÂିତ ହେବାକୁ ଥିବା ଏହି ଦୁଇ ବିଶାଳ ସମାବେଶରେ ଅଭିଭାଷଣ ରଖିବେ । ରାଜ୍ୟରେ କୃଷକ ଆତ୍ମହତ୍ୟା ପ୍ରସଙ୍ଗ , ପାନୀୟ ଜଳର ଅଭାବ, ଶିକ୍ଷିତ ଯୁବକ ଅନ୍ୟରାଜ୍ୟକୁ ଯାଇ ଦାଦନ ଖଟିବା ପ୍ରସଙ୍ଗ , ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ରାଜ୍ୟସରକାରଙ୍କ ବିଫଳତାକୁ ଶ୍ରୀ ଶାହା ଯୁବମାନସରେ ପହଂଚାଇବେ ବୋଲି ଶ୍ରୀ ସିଂହ କହିଛନ୍ତି ।
ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ରାଜ୍ୟରେ ସବୁଠୁ ଅଧିକ ନିଯୁକ୍ତିର ସମ୍ଭାବନା ଥିବା ସତ୍ୱେ ଦିନକୁଦିନ ବେରୋଜଗାର ବୃଦ୍ଧି ପାଇବାରେ ଲାଗିଛି । ନବୀନ ସରକାର ସବୁଠୁ ଭ୍ରଷ୍ଟ ସରକାର । ଦୀର୍ଘ ୧୮ ବର୍ଷ ଶାସନ ଭିତରେ କେବଳ ଦଳୀୟ ନେତାମାନଙ୍କର ଅର୍ଥ ବୃଦ୍ଧି ହୋଇଛି । ଏହା ଛଡା ରାଜ୍ୟରେ କୌଣସି କ୍ଷେତ୍ରରେ ବିକାଶ ହୋଇପାରିନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।
ଆଗାମୀ ଦିନରେ ଓଡିଶାରେ ବିଜେଡି ସରକାରର ପତନ ହେବା ସୁନିଶ୍ଚିତ । ରାଜ୍ୟର ବିକାଶ କେବଳ ବିଜେପି ଦ୍ୱାରା ସମ୍ଭବ ହୋଇପାରିବ । ଆଗାମୀ ସାଧାରଣ ନିର୍ବାଚନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନ୍ୟବର ଶ୍ରୀ ଅମିତ ଶାହାଙ୍କ ‘ମିଶନ ୧୨୦+’ ଟାର୍ଗେଟ ନିଶ୍ଚିତ ଭାବେ ପୂରଣ ହେବ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME