ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ

DSC_0390 ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡିର ଦୁଇ ଛାମୁଆ ସଂଗଠନ ଯୁବ ଓ ଛାତ୍ର
ବିଜେଡି ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିଥିଲେ । ଯୁବ ଓ ଛାତ୍ର ବିଜେଡିର ସଦସ୍ୟମାନେ ରାଜମହଲ ଛକଠାରେ ଏକତ୍ରିତ
ହୋଇ ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ତଥା ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ୍‍
ଛକକୁ ଏକ ଶୋଭାଯାତ୍ରରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୈଳ ଦର ବୃଦ୍ଧି ନେଇ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତାମାନେ କେନ୍ଦ୍ରରେ
ବିଜେପି ନେତୃତ୍ୱରେ ଗଠିତ ଏନ୍‍ଡିଏ ସରକାର କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ । ଶ୍ରୀ ଦାସବର୍ମା କେନ୍ଦ୍ର ତୈଳମନ୍ତ୍ରୀଙ୍କୁ କଠୋର
ସମାଲୋଚନା କରିବା ସହ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ୍‍ ଦର ଯେପରି ବଢ଼ୁଛି, ସେଥିରେ ଆଗକୁ ଦରଦାମ ବଢ଼ିବା ନିଶ୍ଚିତ ଏବଂ
ଏପରି ହେଲେ ଏଥିପାଇଁ କେନ୍ଦ୍ର ସରକାର ଓ ତୈଳମନ୍ତ୍ରୀ ଦାୟୀ ରହିବେ । ଏହା କ’ଣ ମୋଦିଙ୍କ ‘ଅଚ୍ଛେଦିନ୍‍’ ଓ ‘ସବ୍‍କା ସାଥ, ସବ୍‍କା
ବିକାଶ’ର ନମୁନା? ଦେଶରେ ବିଗତ ୪ବର୍ଷ ମଧ୍ୟରେ ପେଟ୍ରୋଲ ଦର ବୃଦ୍ଧିରେ ରେକର୍ଡ ଟପିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି
ପାଇ ୭୩ ଟଙ୍କା ୭୩ ପଇସା ଓ ଡିଜେଲ୍‍ ଦର ୬୪ ଟଙ୍କା ୨୨ ପଇସାରେ ପହଞ୍ଚôଛି । ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍‍ ଦର ସେହିପରି
ଆଗରେ ରହିଛି । ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୨ ଟଙ୍କା ୫୭ ପଇସା ଥିଲାବେଳେ ଡିଜେଲ୍‍ ଦର ୬୯ ଟଙ୍କା ୨୮ ପଇସା
ହୋଇଛି । ତୈଳମନ୍ତ୍ରୀ ଏଥିନେଇ କୌଣସି ବିବୃତି ଦେଉନାହାନ୍ତି । ଦର ବୃଦ୍ଧି ପଛରେ କୌଣସି ଯୁକ୍ତି ନଥିବାରୁ ନିଜର ରାଜନୈତିକ ସ୍ଥିତିକୁ
ସୁରକ୍ଷିତ କରିବା ଉଦେ୍ଧଶ୍ୟରେ ଅତୀତରେ ତୈଳ ମନ୍ତ୍ରାଳୟ ପକ୍ଷରୁ ‘ନାମ୍‍ କେ ବାସ୍ତେ’ ଉପôାଦନ ଶୁଳ୍କ ହ୍ରାସ ପାଇଁ ଦାବି ମଧ୍ୟ ବିଫଳ
ହୋଇଥିଲା । ବରଂ ଉପôାଦ ଶୁଳ୍କ ୨୦୧୪ ନଭେମ୍ବରରୁ ଏଯାବତ୍‍ ୯ଥର ବଢ଼ିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍
ପିଛା କମି ୪୦ ଡଲାରରେ ପହଞ୍ଚôଥିବା ବେଳେ ତୈଳ ଦର ଭାରତରେ କମାଇବା ପରିବର୍ତ୍ତେ ଅଧିକ ରାଜସ୍ୱ ପାଇବା ପାଇଁ କେନ୍ଦ୍ର ସରକାର
ବାରମ୍ବାର ଉପôାଦ ଶୁଳ୍କ ବଢ଼ାଇ ଚାଲିଥିଲେ, ଯାହା ଆଦୌ ଗ୍ରହଣୀୟ ନୁହେଁ । ଗୋଟିଏ ପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‍ ଦର
ବଢ଼ାଇବା ସହିତ ଅନ୍ୟପଟେ ଉପôାଦ ଶୁଳ୍କ ବାରମ୍ବାର ବଢ଼ାଇବା ଯୋଗୁ ଓଡ଼ିଶାର ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି
ଦିଆଯାଇଥିଲା । ଏବେ ଏହା ଚରମ ସୀମା ସ୍ପର୍ଶ କରିଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‍ ଦର ହ୍ରାସ ନକରିବା ପର୍ଯ୍ୟନ୍ତ ବିଜୁ ଯୁବ ଜନତା
ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବ୍ୟାପୀ ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ଦାସବର୍ମା କହିଥିଲେ ।
ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଓ
ଶୋଭାଯାତ୍ରାରେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ
ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ରାଜ୍ୟ ଉପ-ସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ
ତ୍ରିପାଠୀ, ସନ୍ତୋଷ ବେଜ୍‍, ଉପଦେଷ୍ଟା କୁନବିହାରୀ ଦାସ, ଅମରେଶ ଜେନା, ରଣଜିତ ମହାପାତ୍ର, ସୁନୀଲ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା
ସଭାପତି ଅମରଜିତ୍‍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦକ ଏଲିନା ଦାସ, ନରେଶ ପାତ୍ର, ଧୃତୀ ରଞ୍ଜନ
ମାର୍ଥା, ଜ୍ୟୋତି ରଞ୍ଜନ ଜେନା, ମଳୟ ରଞ୍ଜନ ପତି, ସ୍ୱରାଜ ଲକ୍ଷ୍ମୀ ସାମଲ, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତି୍ରପାଠୀ,
ମହାସଚିବ ହରିଶଙ୍କର ରାଉତ, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ପ୍ରଦୋଷ ପରିଡ଼ା, ମିକୁ ପରିଡ଼ା, ଭଗବାନ ସାହୁ, ଦୀପକ ଜେନା,
ବିଶ୍ୱରଞ୍ଜନ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା, ସାଂଗଠନିକ ସଂପାଦକ
ସ୍ନେହାଶିଷ ଜେନା, ଏସକେ. ଇମ୍ରାନ୍‍, ସଂପାଦକ ପ୍ରମୋଦ ପାତ୍ର, ଯୋଗେଶ ଜେନାଙ୍କ ସହ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ ।