କୋଲକାତାରେ “ଓଡ଼ିଶା ଦିବସ’ ପାଳିତ ;ସମୃଦ୍ଧ ଓଡ଼ିଶା ଗଠନ “ଓଡ଼ିଶା ଦିବସ’ରେ ସଂକଳ୍ପ ହେଉ; ଓଡ଼ିଆ ଆତ୍ମପରିଚିତିକୁ ଦୃଢ଼ କରିବା ନିମନ୍ତେ ଆହ୍ୱାନ

IMG-20180401-WA0095
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରବର୍ତ୍ତୀ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯେଉଁ ଉଦ୍ୟମ ହୋଇଛି, ତାହାକୁ ଅଧ#କ ସଶକ୍ତ କରିବାକୁ ଓ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ସଂକଳ୍ପ ନେବା ଓଡ଼ିଶା ଦିବସରେ ପ୍ରଧାନ ଧ୍ୟେୟ ବୋଲି ଏଠାରେ ଅତିଥ#ମାନେ ମତପ୍ରଦାନ କରିଛନ୍ତିା ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାରେ ପ୍ରତିଷ୍ଠିତ ଆତ୍ମପରିଚିତିକୁ ଦୃଢ଼ କରିବା ନିମନ୍ତେ ପ୍ରତିଟି ଓଡ଼ିଆ ଉଦ୍ୟମ କରିବା ଉପରେ ଅତିଥ#ମାନେ ଗୁରୁତ୍ୱ ଆରୋପ କରିଛନ୍ତିା କୋଲକାତାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା ପ୍ରବାସୀ ସଂଗଠନ ମିଳିତ ଉତ୍କଳୀୟ ମଞ୍ଚର ଯୁଗ୍ମ ଆୟୋଜନରେ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ଏହି ମର୍ମରେ ରାଜ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ମତ ଦେଇଛନ୍ତିା
ସ୍ଥାନୀୟ ଇଣ୍ଡିଆନ୍ ଆସୋସିଏସନ୍ ହଲ୍ରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ମାଆ, ମାଟି ଓ ଭାଷା ପ୍ରତି ନିଷ୍ଠା ତଥା ଆନ୍ତରିକତା ରହିଲେ ସମସ୍ତଙ୍କର ବିକାଶ ଯାତ୍ରା ଅନୁକୂଳ ହେବା ଶ୍ରୀ ଦାସ କୋଲକାତାର ଓଡ଼ିଆ ଭାଇଭଉଣୀଙ୍କୁ ଏକତା ଓ ସଂପ୍ରୀତିର ବାତାବରଣ ବଜାୟ ରଖ#ବାକୁ ନିବେଦନ କରିଥ#ଲୋ
ଅନୁଷ୍ଠାନର ସଭାପତି ପ୍ରମୋଦ ପ୍ରହରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଲ୍ହାବାଦ୍ ବ୍ୟାଙ୍କର ନିର୍ବାହୀ ନିର୍ଦ୍ଦେଶକ ଏନ୍.କେ. ସାହୁ, ଶିକ୍ଷାବିତ୍ ଡ. ଭକ୍ତରଂଜନ ପରିଜା, କୋଲକାତାସ୍ଥିତ ସୂଚନା ଓ ଲୋକସଂପର୍କ ଅଧ#କାରୀ ଶ୍ରୀ ସୂର୍ଯ୍ୟ ମିଶ୍ର, ସାଧାରଣ ସଂପାଦକ କ୍ଷୀରୋଦ ଧଳ, ଶିକ୍ଷା ସେଲ୍ର ଆବାହକ ପ୍ରଶାନ୍ତ ଦାସ ବକ୍ତବ୍ୟ ରଖ#ଥ#ଲୋ ଅନୁଷ୍ଠାନର ସ୍ମରଣିକା “ଉତ୍କୃଷ୍ଟ’ ଅତିଥ#ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥ#ଲାା ପ୍ରସିଦ୍ଧ ଅନୁବାଦକ ଭାରତୀ ନନ୍ଦୀ, ସମାଜସେବୀ ମହେନ୍ଦ୍ର ସାମଲ, ସଂଗଠକ କାଶୀନାଥ ବେହେରା ଓ ଅମରେଶ ସ୍ୱାଇଁଙ୍କୁ ପ୍ରବାସୀ ଗୌରବ ଭାବରେ ସମ୍ବର୍ଦ୍ଧିତ କରାଯାଇଥ#ଲାା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥ#ଲାା ଶେଷରେ ବିଜୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥ#ଲୋ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଶ୍ଚିମବଙ୍ଗର ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସାଧନ ପାଣ୍ଡେ ଉଦ୍ଘାଟନ କରି ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ କଳା ଓ ସଂସ୍କୃତିର ମିଳନ ଘଟିଛି ବୋଲି କହିଥ#ଲୋ ସ୍ୱନାମଧନ୍ୟ ସଂଗୀତ ଶିଳ୍ପୀ ଆଶା ମୂକୁଳ ବାରିକ ଓ ତାଙ୍କ ସାଥୀ ସଂଗୀତ ପରିବେଷଣ କରିଥ#ଲୋ
ସକାଳେ ଲେନିନ୍ ସରଣୀଠାରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ପଣ୍ଡିତ ନୀଳକ=ଙ୍କ ପ୍ରତିମୂର୍ତ୍ତିରେ ସୂଚନା ଅଧ#କାରୀ ଶ୍ରୀ ମିଶ୍ର, ଉତ୍କଳଭବନର ପ୍ରବନ୍ଧକ ନିତ୍ୟାନନ୍ଦ ପଣ୍ଡାଙ୍କ ସମେତ ବି.ବି. ଗାଙ୍ଗୁଲି ଷ୍ଟି୍ରଟ୍ ଉତ୍କଳ ସମାଜ, ଓଡ଼ିଶା ପ୍ରଗତି ସଂଘ, ଆଖଣ୍ଡଳମଣି ଆଞ୍ଚଳିକ ଉନ୍ନୟନ କମିଟି, ଯାଜପୁର ଆଞ୍ଚଳିକ ଉନ୍ନୟନ କମିଟି, କପାଳିତୋଲା ଜଗନ୍ନାଥ ପୂଜା କମିଟି, ଜିଂଜିରାବଜାର ଓ ବାଲି ଜଗନ୍ନାଥ ସେବା ସମିତି, ଉତ୍କଳ ସଂଘ, ବାରବାଟି ପୁସ୍ତକାଳୟ, ନୀଳଚକ୍ର, ଉତ୍କଳମଣି ପାଠାଗାର, କଳିଙ୍ଗ କି୍ରକେଟ୍ ଅସୋସିଏସନ୍ ଓ ନୀଳଶୈଳ ଇତ୍ୟାଦି ସଂଗଠନର କର୍ମକର୍ତ୍ତାଙ୍କ ଗହଣରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥ#ଲାା

Share in top social networks!
Powered By Indic IME