ସୁରତରେ ସୋଓ୍ବା ତରଫରୁ ଉତ୍କଳ ଦିବସ

20180401_222820
ସୁରତ ଏକ ଲଘୁ ଓଡିଶା,କର୍ମକ୍ଲାନ୍ତ ଜୀବନରେ ରହିସୁଧା ନିଜ ଜନ୍ମ ମାଟିର ମମତାକୁ ଭୁଲିନଥାନ୍ତି ଏଠିକାର ବସବାସ କରୁଥିବା ଲକ୍ଷାଧିକ ଓଡିଆ, ଆସନ୍ତା ୦୧/୦୪/୨୦୧୮ ରିଖ ରବିବାର ସଂଧ୍ୟା ୭.୩୦ ମି. ରେ ସୁରତ ନାନପୁରା ସ୍ଥିତ ଜୀବନ ଭାରତୀ ସ୍କୁଲର ଅଡିଟେରିୟମ ହଲ୍ ଠାରେ ସୁରତ ଓଡିଆ ଓ୍ବେଲଫେୟାର ଆସୋସିଏସନ (ସୋଓ୍ବା) ତରଫରୁ ୮୩ତମ ଉତ୍କଳ ଦିବସ ପାଳିତ ହୋଇଥିଲା,ଯେଉଁଥିରେ ମୁଖ୍ୟ ଅତିଥୀରୁପେ P.M.ସାହ C.A.(ଅଧ୍ୟକ୍ଷ,SGCCI,ସୁରତ),ମୁଖ୍ୟବକ୍ତା ଭାବେ ଶ୍ରୀ ସୁରେଶ ଭାଇ ମାଷ୍ଟର(RSS,ସୁରତ ମହାନଗର ସଂଘ ଚାଳକ ଯୋଗ ଦେଇଥିଲେ. ଶ୍ରୀ ମାଷ୍ଟର ଅଣ ଓଡିଆ ହୋଇସୁଧା ବହୁ ସରଳ ଭାବେ,ସୁନ୍ଦର ଭାବେ ଓଡିଶାର ଗୌରବ ଗାଥା,ଇତିହାସ,ଐତିହ୍ୟ,ପରମ୍ପରା କୁ ଉପସ୍ତାପିତ କରାଇଥିଲେ.ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀଯୁକ୍ତ ସଂଦୀପ ପାତ୍ର ସନ୍ମାନିତ ଅତିଥିରୁପେ ଯୋଗଦେଇ ନିଜକୁ ଓଡିଶା ବାହାରେ ଗୁଜୁରାତରେ ବହୁସଂଖ୍ୟାରେ ଓଡିଆଙ୍କୁ ପାଇ ନିଜକୁ ଗର୍ବିତ ମଣିଥିଲେ ତତ୍ ସହିତ ସମସ୍ତଙ୍କୁ ପବିତ୍ର ଉତ୍କଳ ଦିବସର ଅଭିନନ୍ଦନ ମଧ୍ୟ ଜଣାଇଥିଲେ. ୧୦୦୦ରୁ ଉର୍ଧ୍ବ ସୁରତ ଓ ଏହାର ଆଖ ପାଖ ଅଞ୍ଚଳରୁ ଓଡିଆ ଭାଇ ଭଉଣିଙ୍କ ସମାଗମ ହୋଇଥିଲା,ଦର୍ଶକ ମାନେ ସ୍ଥାନିୟ କଳାକାରଙ୍କ ଦ୍ବାରା ପରିବେସିତ ସମ୍ବଲପୁରୀ,ଓଡିଶୀ ନୃତ୍ୟରେ ଝୁମିଥିଲେ ଦର୍ଶକ.ପରିଶେଷରେ ଶ୍ରେଷ୍ଠ ୩ ଦମ୍ପତିଙ୍କୁ ସୋଓ୍ବା-ରୁଚି ମସଲା ୨୦୧୮ ପୁରସ୍କାରରେ ସନ୍ମାନିତ କରାଯାଇଥିଲା.ଏହି କାର୍ଯ୍ୟକ୍ରମକୁ ସୋଓ୍ବା ଟିମର ବିଦେଶି ସାହୁ,ତପନ ମହାରଣ,ସୁମନ ଦାସ,କ୍ଷେତ୍ରମୋହନ ପୃଷ୍ଟି,ଚିତରଞ୍ଜନ ଭାଇ,ସୁବାସ ଗନ୍ତାୟତ,ଭାଗିରଥି ବେହେରା,ଅଶୋକ ସାହୁ,ମୁକ୍ତିକାନ୍ତଦାସ,ରାଜେଶ ପାଢି ପ୍ରମୁଖ ସହଯୋଗ କରିଥିଲେ.

Share in top social networks!