ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ – ଧର୍ମେନ୍ଦ୍ର ପ୍ରଧାନ

ବରମୁଣ୍ଡା ପଡିଆରେ କାପୋକ ଦ୍ୱାରା ଉକ୍ରଳ ଦିବସର ଭବ୍ୟ ଆୟୋଜନ
DZtxXouUMAA2Q1O
• ବିଏସଏଫର ସୀମା ଭବାନୀ ଗ୍ରୁପର ଓଡିଆ ଝିଅ ମାନଙ୍କ ସହ ଅନେକ ସଫଳ ଓଡିଆକୁ ସମ୍ମାନ
• ଓଡିଆ ସମାଜ ଦ୍ୱାରା ପ୍ରସ୍ତୁତ ଧମନୀରେ ଶୌର୍ଯ୍ୟ ପୁସ୍ତକ ଲୋକାର୍ପିତ
ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ ବୋଲି ସାମାଜିକ ସଙ୍ଗଠନ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ (କାପୋକ) ଦ୍ୱାରା ଆୟୋଜିତ ଭବ୍ୟ ଉକ୍ରଳ ଦିବସ ସମାରୋହରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡିଶାକୁ ଗର୍ବିତ କରିଥିବା ଅନେକ ପ୍ରତିଭା ମଧ୍ୟରେ ଚଳିତ ବର୍ଷ ଜାନୁଆରୀ ୨୬ ଦେଶର ଇଣ୍ଡିଆ ଗେଟ ପ୍ୟାରେଡରେ ଯୋଗ ଦେଇଥିବା ସୀମା ଭବାନୀ ଦଳର ଛଅ ଓଡିଆ ଝିଅଙ୍କ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ ।
ସାଧାରଣ ଓଡିଆ ଘରର ଝିଅ ହୋଇ ରାଜଧାନୀର ରାଜ ରାସ୍ତାରେ ଓଡିଆ ଶୌର୍ଯ୍ୟର ଏହି ଝିଅ ମାନେ ପ୍ରଦର୍ଶନ କରିଛନ୍ତି ବୋଲି କହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଶ୍ରୀ ପ୍ରଧାନ ।
୨୦୨୨ ଭାରତର ସ୍ୱାଧୀନତାର ୭୫ ବର୍ଷ ଓ ୨୦୩୬ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ୧୦୦ ବର୍ଷ ବିକାଶର ଅନେକ ମାପଦଣ୍ଡରେ ଓଡିଶାକୁ ଆଗେଇ ନେବାକୁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଜାତି ମହା ଜାତୀୟତାବାଦରେ ବିଶ୍ୱାସ ରଖୁଥିବା ଓ ଇତିହାସରେ ଅନନ୍ୟ ଛାପ ଛାଡିଥିବା ଏକ ଜାତି । ଏକ ବିଂଶ ଶତାବ୍ଦୀରେ ଓଡିଆ ମାନେ ନିଜ ପାଇଁ କୀର୍ତିମାନ ସ୍ଥାପନ କରିବା ସହ ଓଡିଶାକୁ ପୃଥିବୀରେ ଏକ ଅଗ୍ରଣୀ ଭୂଖଣ୍ଡ ଭାବରେ ଗଢିବାରେ ସଫଳ ହେବେ ବୋଲି ଦୃଢତା ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ ।
ଏହି ଅବସରରେ ନୂଆ ଦିଲ୍ଲୀ ଓଡିଆ ସମାଜ ଦ୍ୱାରା ପ୍ରସ୍ତୁତ ପୁସ୍ତକ ଧମନୀରେ ଶୌର୍ଯ୍ୟକୁ ଉନ୍ମୋଚନ କରିଥିଲେ ବରିÂ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ହରିଚନ୍ଦନଙ୍କ ସହ ମଂଚ ଉପରେ ସମାଜସେବୀ ଜଗଦାନନ୍ଦ, ଓଡିଆ ଭାଷା ଆନେ୍ଦାଳନର ନେତା ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME