ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ: “ଆମ ଭାଷା ଓ ଆମ ସାହିତ୍ୟ ପାଇଁ ଆମେ ଗର୍ବ କରୁ’ – ମୁଖ୍ୟମନ୍ତ୍ରୀ

DZtZHDUVMAAHDVg
ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତିା ଏହାକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅବସରରେ ଆହ୍ୱାନ ଦେଇଛନ୍ତିା
ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜି ବିକାଶର ଜୟଯାତ୍ରାରେ ସବୁ ଓଡ଼ିଆ ସାମିଲ ହୋଇପାରିଛନ୍ତି । ଆମର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧ#କ ରହିଛିା ଗରିବ ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଆଜି ଏକ ଆଦର୍ଶ ରାଜ୍ୟା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମକୁ ଅର୍ନ୍ତଜାତୀୟ ସ୍ୱୀକୃତି ମିଳିଛିା ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିଛି ଓଡ଼ିଶାା ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଶା ଜନନୀର ସମୃଦ୍ଧି ପାଇଁ ଆମର ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେ ସମସ୍ତ ଓଡ଼ିଶାବାସୀଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତିା
ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ “ଓଡ଼ିଶା ରେଫରେନ୍ସ ଆନୁଆଲ୍’ର ଓଡ଼ିଆ ସଂସ୍କରଣ “ଓଡ଼ିଶା-୨୦୧୮’, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ବିଶେଷାଙ୍କ “ଉତ୍କଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭୁ୍ୟ’ ସମେତ ଶ୍ରୀ ନୃସିଂହ ସାହୁଙ୍କ ସଂକଳିତ “ଆମେ ଓଡ଼ିଆ’ ପୁସ୍ତକ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥ#ଲୋ
ଏହି ରାଜ୍ୟସ୍ତରୀୟ ଉତ୍ସବରେ ଅଧ୍ୟକ୍ଷତା କରି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ଉଚ୍ଚ ଗଣତାନ୍ତ୍ରିକ ମୁଲ୍ୟବୋଧ ଓ ବିଧ# ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକରି ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିପରିଲେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଅନେକ ତ୍ୟାଗ ସ୍ୱୀକାର କରିଥ#ବା ମହାମନୀଷୀମାନଙ୍କର ସ୍ୱପ୍ନ ଓ ସଂକଳ୍ପ ସାକାର ହେବା ସମ୍ମାନିତ ଅତିଥ# ତଥା ସୂଚନା ଓ ଲୋକସଂପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ତାଙ୍କ ବକ୍ତବ୍ୟରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ୮୨ ବର୍ଷ ମଧ୍ୟରେ ଓଡ଼ିଶା ବ୍ୟାପକ ପ୍ରଗତି ହାସଲ କରିଛି ବୋଲି କହିଥ#ଲୋ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକରି ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନର ସଫଳ ରୂପାୟନ ଦିଗରେ ପ୍ରଚେଷ୍ଟା କରିବାକୁ କହିଥ#ଲୋ
ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥ#ଲୋ
ଅତିଥ#ମାନେ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ “ବନ୍ଦେ ଉତ୍କଳ ଜନନୀ’ ଗାନ କରିଥ#ଲୋ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥ#ଲେ ଏବଂ ମାନ୍ୟବର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ “ଓଡ଼ିଶା ଦିବସ’ ଉପଲକ୍ଷେ ଦେଇଥ#ବା ବାର୍ତ୍ତା ପାଠ କରିଥ#ଲୋ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ରେଡ଼କ୍ରସ ଦ୍ୱାରା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥ#ବା ଭିନ୍ନକ୍ଷମ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥ#ଲେ ।
କାର୍ଯ୍ୟକ୍ରମ ଶେଷରେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ, ସମ୍ବଲପୁରୀ, ରଣପା, ଛଉ ଓ ଶଙ୍ଖଧ୍ୱନୀ ନୃତ୍ୟ-ସଂଗୀତ ପରିବେଷଣ କରାଯାଇଥ#ଲାା ଆଜି ସକାଳେ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥ#ବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସମେତ ରାଜ୍ୟ ସଚିବାଳୟ ଓ ଓଡ଼ିଶା ବିଧାନସଭାରେ ଥ#ବା ପ୍ରତିମୂର୍ତ୍ତି/ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥ#ଲାା ବିଶ୍ୱଜି

Share in top social networks!
Powered By Indic IME