ନାଲ୍କୋ ପକ୍ଷରୁ ଉକôଳ ଦିବସ ପାଳିତ

SOV_5973 ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଭାବେ ପରିଚିତ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ (ନାଲ୍କୋ) ପକ୍ଷରୁ ମହାସମାରୋହରେ ନାଲ୍କୋନଗର ପରିସରରେ ଉକôଳ ଦିବସ ପାଳିତ ହୋଇଛି ।
ଏହି ଅବସରରେ ଆୟୋଜିତ ଉସôବରେ ଉଦ୍ବୋଧନ ଦେଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଖଣି ଓ ରିଫାଇନେରୀ ୟୁନିଟ୍କୁ ୧୦୦ ପ୍ରତିଶତ କ୍ଷମତାର ଉପଯୋଗ କରି ଉପôାଦନରେ ରେକର୍ଡ୍ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ଏଥି ସହିତ, ପଂଚପଟ୍ଟମାଳୀ ଦକ୍ଷିଣ ବ୍ଲକ୍ ଖଣିରେ ଖନନ କାର୍ଯ୍ୟ ଆରମ୍ଭକୁ ସେ ପ୍ରଶଂସା କରିଥିଲେ । ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ଆଲୁମିନା ଉପôାଦନକାରୀ ଭାବେ ମାନ୍ୟତା ଲାଭ କରିପାରିଥିବା ନାଲ୍କୋର ବକ୍ସାଇଟ୍ ଚଳିତ ବର୍ଷ ୭୦.୮୪ ଲକ୍ଷ ଟନ୍ ଆଲୁମିନା ଉପôାଦନ କରିପାରିଛି, ଯାହା କି ଏ ଯାବତ୍ ସର୍ବାଧିକ । ସେହିପରି, ଏ ଯାବତ୍ ସର୍ବାଧିକ ୨୧.୧୧ ଲକ୍ଷ ଟନ୍ ଆଲୁମିନା ଉପôାଦିନ କରି ଆଲୁମିନା ରିଫାଇନେରୀ ମଧ୍ୟ ରେକର୍ଡ୍ ସୃଷ୍ଟି କରିଛି ।
୨୦୧୭-୧୮ ଆର୍ଥôକ ବର୍ଷ ଶେଷରେ ନାଲ୍କୋର ଆଲୁମିନିୟମ୍ ସ୍ମେଲ୍ଟର୍ରୁ ୪.୨୫ ଲକ୍ଷ ଟନ୍ ଧାତୁ ଉପôାଦିତ ହୋଇଛି, ଯାହା କି ଗତ ବର୍ଷ ତୁଳନାରେ ୯.୮ ପ୍ରତିଶତ ଅଧିକ । ବିକ୍ରୟ କ୍ଷେତ୍ରରେ, କମ୍ପାନୀ ୪.୨୬ ଲକ୍ଷ ଟନ୍ ଅଭିବୃଦ୍ଧି ହାସଲ କରିବା ସହ ୪୨ ଆଲୁମିନା ସିପ୍ମେଂଟ୍ ରପ୍ତାନୀ କରିଛି, ଯାହା କି କମ୍ପାନୀ ଆରମ୍ଭ ପର ଠାରୁ ଏ ଯାବତ୍ ସର୍ବାଧିକ ।
ଏଥି ସହିତ, ରାଜ୍ୟ ସରକାରଙ୍କ ସହ ଜଳକର ବିବାଦର ସମାାନ କରିପାରିଥିବାରୁ ଡଃ ଚାନ୍ଦ ଅର୍ଥ ଓ ଉପôାଦନ ବିଭାଗର ପ୍ରଶଂସା କରିଥିଲେ । ଉକôଳ-ଡି ପାଇଁ ଲିଜ୍ ଜମିର ହସ୍ତାନ୍ତର ଏବଂ ଗୁଜରାଟର ଦହେଜ ଠାରେ କଷ୍ଟିକ୍ ସୋଡା ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ହାସଲ କରିଥିବାରୁ ଡଃ ଚାନ୍ଦ ପ୍ରୋଜେକ୍ଟ୍ ବିଭାଗକୁ ମଧ୍ୟ ଶ୍ରେୟ ଦେଇଛନ୍ତି ।
ଏହି ଅବସରରେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପଂଚଦଶ ଫାଇନାନ୍ସ କମିଶନ୍ର ସଦସ୍ୟ ତଥା ଜି-୨୦ରେ ଭାରତର ଶେର୍ପା ଶ୍ରୀ ଶକ୍ତିକାନ୍ତ ଦାସ ତାଙ୍କ ଅଭିଭାଷଣରେ କହିଲେ ଯେ ଦ୍ରୂତ ଭାବେ ପରିବର୍ତିତ ହେଉଥିବା ବିଶ୍ୱର ଅର୍ଥନୀତିରେ ନୂତନ ଭାରତର ବିକାଶ ଦିଗରେ ଶିଳ୍ପ ଜଗତ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ, ବୈଷୟିକ ଅଭିନବତ୍ୱ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ, ଅଧ୍ୟକ୍ଷ ଡଃ ଚାନ୍ଦ ଓଡ଼ିଶାର ଦୁଇ ଜଣ ଉଦୀୟମାନ କ୍ରୀଡ଼ାବିତ ଚେସ୍ ଖେଳାଳୀ ଅପରାଜିତା ଗୋଚ୍ଛିକର ଏବଂ ବେସ୍ବଲ ଓ ସଫ୍ଟବଲ୍ ଖେଳାଳୀ ଗୀତା ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କୁ ଟ୍ରଫୀ ଏବଂ ୨୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହା ଛଡ଼ା, ମେସର୍ସ୍ କୋଶଳ ଇଞ୍ଜିନିୟର୍ସ୍, ରାଉରକେଲା, ମେସର୍ସ୍ କେବୀ ଇଣ୍ଡଷ୍ଟ୍ରିଜ୍, କଟକ, ମେସର୍ସ୍ ଗ୍ୟାମ୍ପାସ୍ ପ୍ଲାଷ୍ଟ୍ଟେକ୍, ବାଲେଶ୍ୱର, ମେସର୍ସ୍ ଆଶାମଣି ପଲୀ ପ୍ରଡକ୍ଟସ, ମେସର୍ସ୍ ଓରିଏନ୍ ଇଞ୍ଜିନିୟର୍ସ୍, ରାଉରକେଲା ଭଳି ୫ଟି ଏମ୍ଏସ୍ଏମ୍ଇ ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା । ଉକôଳ ଦିବସ ଉପଲକ୍ଷେ କମ୍ପାନୀ ପକ୍ଷରୁ ଶିଶୁମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଜେତାମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମର ଆରମ୍ଭରେ ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ବି.କେ. ଠାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଦେ୍ର୍ଧଶକ (ଅର୍ଥ) ଶ୍ରୀ କେ.ସି. ସାମଲ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ନିଦେ୍ର୍ଧଶକ (ପି ଆଣ୍ଡ୍ ଟି) ଶ୍ରୀ ଏସ୍.କେ. ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME