ସ୍ୱତନ୍ତ୍ର ଓଡ଼ିଶାର ୮୨ବର୍ଷ ପୂର୍ତ୍ତି ଉତ୍ସବ ବିଜେଡି କାର୍ଯ୍ୟାଳୟରେ ପାଳିତ

DSC_0971 ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତି ଉତ୍ସବ ଆଜି ବିଜେଡି ପକ୍ଷରୁ
ପାଳିତ ହୋଇଛି । ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ, ଦଳୀୟ କର୍ମକର୍ତ୍ତା, ଛାମୁଆ ସଂଗଠନର ମୁଖ୍ୟ
ପ୍ରମୁଖ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ଜୀବନ ଉତ୍ସର୍ଗ କରିଥିବା ବରପୁତ୍ରମାନଙ୍କର
ଗୁଣଗାନ କରାଯିବା ସହ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଲାଗି ବକ୍ତାମାନେ କହିଥିଲେ । ସ୍ୱତନ୍ତ୍ର ଓଡ଼ିଶା
ପ୍ରଦେଶ ଗଠନ ଏହି ପୁରୋଧାମାନଙ୍କ ଯୋଗୁ ସମ୍ଭବ ହୋଇଥିଲା । ପ୍ରାରମ୍ଭରେ ‘ବନେ୍ଦ ଉକ୍ରଳ ଜନନୀ’ ସଂଗୀତ
ପରିବେଷଣ କରାଯାଇ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଉପସ୍ଥିତ ସମସ୍ତ ଦଳୀୟ
ସଦସ୍ୟ ଓଡ଼ିଆ ଭାଷାର ଟେକ ରଖିବା ଲାଗି ଉଦ୍ୟମ ଅବ୍ୟାହତ ରଖିବା ସହ ରାଜ୍ୟକୁ ସମୃଦ୍ଧ ଓ ବିକଶିତ କରିବା
ଲାଗି ଆଜିର ଦିବସରେ ସଂକଳ୍ପ ନେଇଥିଲେ । ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା, ଭବିଷ୍ୟତ ପିଢ଼ିକୁ ଏକ ସମୃଦ୍ଧ
ଓଡ଼ିଶା ଉପହାର ଦେବା ଲାଗି ଏହି ସ୍ୱତନ୍ତ୍ର ଓଡ଼ିଶାର ୮୨ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ନିଶ୍ଚିତ ଭାବେ
ଗୁରୁତ୍ୱପୂର୍ଣ୍ଣ ଏବଂ ରାଜ୍ୟକୁ ବିଭିନ୍ନ ଦିଗରେ ଆଗକୁ ନେବା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି
ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର
ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର
ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି
ରାଣାପ୍ରତାପ ପାତ୍ର, ପୂର୍ବତନ ମେୟର ମିହିର ମହାନ୍ତି, ମୁଖପାତ୍ର ସୁଲୋଚନା ଦାସ, ଡ. ସସ୍ମିତ ପାତ୍ର, ଜିଲ୍ଲା ମହିଳା
ସଭାନେତ୍ରୀ ଭାରତୀ ସିଂହ, ଯୁବ ବିଜେଡି ଜିଲ୍ଲା ସଭାପତି ଅମରଜିତ ସେନାପତି, ରାଜ୍ୟ ଉପ-ସଭାପତି ଦୁର୍ଗା
ସାମନ୍ତରାୟ, ସନ୍ତୋଷ ବେଜ, ଯୁବ ବିଜେଡି ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ଜେନା, ଧୃତୀ ରଞ୍ଜନ ମାର୍ଥା,
ଏଲିନା ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝା, ମହିଳା ବିଜେଡି ଉପ-ସଭାପତି ସୁଲତା ଦେଓ,
ସଂଯୁକ୍ତା ମହଲ, ମାନସୀ ସୁନ୍ଦରାୟ, ବିଜେଡି ନେତା ତପନ ସ୍ୱାଇଁଙ୍କ ସମେତ ବହୁ କର୍ପୋରେଟର୍‍ ଓ ଦଳୀୟ କର୍ମୀ
ଯୋଗ ଦେଇଥିଲେ ।