ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରୋତ୍ସାହିତ

SSU Front View

କାଠଯୋଡ଼ି ନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଭାରତୀୟ ବିଭିନ୍ନତା ର ଏକ ଅପୂର୍ବ ପରିଚୟ।ପୂର୍ବ ଓ ପାଶ୍ଚାତ୍ୟ ର ଅପୂର୍ବ ସଙ୍ଗମ ରେ ଭରପୁର ଏହି ବିଶ୍ୱବିଦ୍ୟାଳୟ ରେ ସମଗ୍ର ଦେଶର ୨୮ ଟି ରାଜ୍ୟ ଓ ୭ ଟି ଦେଶ ର ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି।ସମସ୍ତ ପ୍ରକାର ର ପର୍ବପର୍ବାଣି କୁ ଅତ୍ୟନ୍ତ ଉଲ୍ଲାସ ରେ ପାଳନ କରୁଥିବା ଏହି ବିଶ୍ୱବିଦ୍ୟାଳୟ ନିଜସ୍ଵ ଓଡ଼ିଆ ପରମ୍ପରା କୁ ଅତ୍ୟନ୍ତ ଆନନ୍ଦ ର ସହିତ ପ୍ରତିପାଳନ କରୁଅଛି।

ବିଶ୍ୱବିଦ୍ୟାଳୟ ର ପ୍ରାଙ୍ଗଣରେ ରେ ଆଜି ଉତ୍କଳ ଦିବସ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଚମତ୍କାର ଭାବରେ ପାଳନ କରାଯାଇଛି।ଏହି ଅବସର ରେ ବିଶ୍ୱବିଦ୍ୟାଳୟ ର ପାକଶାଳା କୈବଲ୍ୟ ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରି ଜଗନ୍ନାଥ ସଂସ୍କୃତି କୁ ମନେପକାଇଛି।ଏହି ଅବସର ରେ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନନ୍ଦଲାଲ ଓଡ଼ିଆ ଭାଷାର ପ୍ରମାଣପତ୍ର ଭିତିକ କାର୍ଯ୍ୟକ୍ରମ ଆରମ୍ଭ କରିବାର ସୂଚନା ଦେଇଛନ୍ତି।ବାହାର ରାଜ୍ୟ ରୁ ଆସିଥିବା ସମସ୍ତ ଅଣଓଡିଆ ଛାତ୍ରଛାତ୍ରୀ ଙ୍କୁ ଓଡ଼ିଆ ଲେଖିବା,କହିବା ଏବଂ ପଢିବା ଏହି ପାଠ୍ୟକ୍ରମରେ ରେ ଶିଖାଯିବ।ଏହା ଦ୍ୱାରା ବାହାର ରାଜ୍ୟ ର ଲୋକମାନେ ଓଡ଼ିଶାର ଉତ୍କୃଷ୍ଟ ପରମ୍ପରା ବିଷୟରେ ଅଧିକ ରୁ ଅଧିକ ଜାଣିପାରିବେ।ଏହି ଅବସର ରେ ବିଶ୍ୱବିଦ୍ୟାଳୟ ରେ ଏକ ଓଡ଼ିଆ ସଂଗଠନ ମଧ୍ୟ ଆରମ୍ଭ ହୋଇଯାଇଛି’ଧବଳେଶ୍ବର ସାହିତ୍ୟ ସାଂସ୍କୃତିକ ଆସର’ ନାମକ ଏହି ସଂଗଠନ ଟି ଓଡ଼ିଆ ସାହିତ୍ୟ,ସଂସ୍କୃତି ଓ ପରମ୍ପରା ର ପ୍ରୋତ୍ସାହନ ନିମନ୍ତେ ସମର୍ପିତ ଭାବେ କାମ କରିବ।
ଏହି ଅବସର ରେ କୁଳପତି ଆହୁରି ମଧ୍ୟ କହିଛନ୍ତି କି ଏହି ପ୍ରଯୁକ୍ତି ବିଦ୍ୟା ର ଯୁଗ ରେ ଲୋକ ନିଜର ମାତୃଭାଷା କୁ ଭୁଲିଯାଉଛନ୍ତି।ଯାହା କି ଏକ ଚିନ୍ତା ର ବିଷୟ।ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସର୍ବଦା ମାତୃଭାଷା କୁ ପ୍ରୋତ୍ସାହନ ଦେଇଥାଏ।ପ୍ରତିବର୍ଷ ବିଶ୍ୱବିଦ୍ୟାଳୟ ରେ ବିଶ୍ୱ ମାତୃଭାଷା ଦିବସ ପାଳନ ହୋଇ ସଂସ୍କୃତ ଭଳି ଆଦି ଭାଷା ଗୁଡିକୁ ପ୍ରୋତ୍ସାହିତ କରାଯାଇଥାଏ।ଏବେ ବିଶ୍ୱବିଦ୍ୟାଳୟ ସଂସ୍କୃତ ରୁ ଆରମ୍ଭ ହୋଇଥିବା ପ୍ରଥମ ଦେବ ଭାଷା ଓଡ଼ିଆ କୁ ମଧ୍ୟ ପ୍ରୋତ୍ସାହିତ କରାଇବ।

Share in top social networks!
Powered By Indic IME