ଓ.ପି.ଜିନ୍ଦଲ ସ୍କୁଲ, ଅନୁଗୋଳରେ ଉକ୍ରଳ ଦିବସଳର

IMG_4828 ଆଜି ସ୍ୱତନ୍ତ୍ର ଉକ୍ରଳ ଗଠନର ୮୩ତମ ଉତ୍ସବ ଓ.ପି.ଜିନ୍ଦଲ ସ୍କୁଲ, ଜିନ୍ଦଲ ନଗର ଅନୁଗୋଳରେ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ
ହୋଇଯାଇଛି । ଉକ୍ତ ଅବସରରେ ଛାତ୍ର-ଛାତ୍ରୀ ମାନଙ୍କୁ ଗୋ÷ରବମୟ ଉକ୍ରଳର ଗାଥାକୁ ସ୍ମରଣ
କରାଇବା ସହ ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର
କୃତିତ୍ୱ ପ୍ରଦର୍ଶନ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଛନ୍ଦା ଚରଣ ଦାଶଙ୍କ ପୋ÷ରହିତ୍ୟରେ ଅନୁÂିତ ଏହି ଉତ୍ସବରେ ଶିକ୍ଷକ
ଶ୍ରୀ ଶିରୀଶ କୁମାର ମିଶ୍ର ସ୍ୱତନ୍ତ୍ର ପ୍ରଦେଶ ଗଠନରେ ବରପୁତ୍ରଙ୍କର ଭୂମିକା ସମ୍ପର୍କରେ
ଆଲୋକପାତ କରିଥିଲେ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଙ୍ଗୀତା ଶର୍ମା ସ୍ୱାଗତ ଭାଷଣ ପ୍ରଦାନ
କରିଥିଲେ । ସଙ୍ଗୀତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନସୂୟା ରାୟଙ୍କ ସଂଯୋଜିତ ‘ବଂନେ୍ଦ ଉକ୍ରଳ ଜନନୀ’
ଓ ନୃତ୍ୟ ଶିକ୍ଷକ ଶ୍ରୀ ରାଜକୁମାର ନାହାକଙ୍କ ଦ୍ୱାରା ସଂଯୋଜିତ ଓଡିଶୀ, ଦାସକାଠିଆ ଓ
ସମ୍ବଲପୁରୀ ନୃତ୍ୟ ପରିବେଷଣ ଅତ୍ୟନ୍ତ ମନୋମୁଗ୍‍ଧକର ହୋଇଥିଲା । ଏହି ଉତ୍ସବରେ
ଅନୁÂାନର ମୁଖ୍ୟ ଓଡ଼ିଆ ଭାଷା ଓ ଉକ୍ରଳୀୟ ପରମ୍ପରା ସମ୍ପର୍କରେ ଅଧିକ ଜାଣିବା ପାଇଁ
ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଓ ଉକ୍ରଳର ବରପୁତ୍ର ମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ପରି ସେହି
ରାଷ୍ଟ୍ର ନିର୍ମାତାଙ୍କ ସ୍ମୃତି ଚାରଣ କରିବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତିର ମହନୀୟତା ଉପରେ
ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅକୁଣ୍ଠ ସହଯୋଗରେ
କାର୍ଯ୍ୟକ୍ରମ ସଫଳ ହୋଇଥିଲା । ପରିଶେଷରେ ଶିକ୍ଷକ ଡାଃ. ମୋହନ ସୁନ୍ଦର ମେହେର
ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀ ରାମକୃଷ୍ଣ ତ୍ରିପାଠୀଙ୍କ ଦ୍ୱାରା ସଂଯୋଜନା
କରାଯାଇଥିଲା ।

Share in top social networks!
Powered By Indic IME