କେବଳ ସରକାର ନୁହେଁ ସମାଜର ଭାଗିଦାରୀରେ ନୂଆ ଓ ସମୃଦ୍ଧ ଓଡିଶା ସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ

• ଶପଥ ପାଠ କରାଇଲେ ବିଶୁ ମହାରଣା ଓ ଧର୍ମପଦଙ୍କ ଦାୟାଦ ଉପେନ୍ଦ୍ର ମହାରଣା
• ଗାଁ ଓ ସହରକୁ ସ୍ୱଚ୍ଛ ରଖିଲେ ସୁସ୍ଥ ଲୋକ ହେବେ ରୋଜଗାରକ୍ଷମ
• ରାଜ୍ୟକୁ ଅପପୁଷ୍ଟି ମୁକ୍ତ କରିବା ପାଇଁ ଗର୍ଭଧାରଣରୁ ନବଜାତକର ହଜାରେ ଦିନ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଶପଥ
• ପିଲା ମାନଙ୍କୁ ଦୁଇ ଘଂଟା ଖେଳ ପଡିଆରେ ଶାରୀରିକ କସରତ କରିବା ପାଇଁ ଭାଗୀଦାର ହେବାକୁ ଶପଥ
• ୧୫ରୁ ୧୯ ବର୍ଷ ପିଲା ପାଠ ଓ ଭବିଷ୍ୟତ ନେଇ କଥାବାର୍ତା କରି ଉତ୍ସାହ ବଢାଇବାକୁ http://odishan.com/wp-admin/post-new.php#ଶପଥ
• ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଶ୍ରଦ୍ଧା ଓ ଆବେଗ ତିଆରି କରିବାକୁ ପ୍ରଚେଷ୍ଟା ପାଇଁ ଶପଥ
• ହଜାର – ହଜାର ଯୁବକ ଯୁବତୀ ଶପଥ ପାଠ କରି ନୂଆ ଓଡିଶା ନିର୍ମାଣ ଅଭିଯାନରେ ସାମିଲ ହେବା ପାଇଁ କଲେ ନିଷ୍ପତି
Nua Odisha Nirman Abhijan-1
ସାମାଜିକ ସଙ୍ଗଠନ ପ୍ରାଚୀ ଟ୍ରଷ୍ଟ ତରଫରୁ ପବିତ୍ର ଉକ୍ରଳ ଦିବସର ବ୍ରାହ୍ମ ମହୂର୍ତରେ ଚନ୍ଦ୍ରଭାଗା ବେଳାଭୂମିରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେବଳ ଅତୀତର ଗୌରବଶାଳୀ ଇତିହାସକୁ ନେଇ ଗର୍ବ ନୁହେଁ ଓଡିଶାର ଆଗାମୀ ପୀଢୀ ଆମ ରାଜ୍ୟକୁ ବିଶ୍ୱର ଏକ ସମୃଦ୍ଧ ଓ ଉନ୍ନତ ଭୂଖଣ୍ଡ ଭାବେ ଗଢି ତୋଳିବା ପାଇଁ ଆଗେଇ ଆସିବାକୁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି ଶ୍ରୀ ପ୍ରଧାନ ।
ସାରା ଓଡିଶାରୁ ସୂର୍ଯେ୍ୟାଦୟ ପୂର୍ବରୁ ଏକତ୍ରିତ ହଜାର ହଜାର ଯୁବ ପୀଢୀଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଜନ ସଂଖ୍ୟା ଦୃଷ୍ଟିରୁ ଓଡିଶାକୁ ହିସାବ କଲେ ସମଗ୍ର ବିଶ୍ୱରେ ଓଡିଶା ୩୫ ତମ ସ୍ଥାନରେ ଆସୁଛି ବୋଲି କହିବା ସହ ବିକାଶର ମାପଦଣ୍ଡରେ ଓଡିଶା କାହିଁକି ପଛରେ ରହିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ କେତେ ଜଣଙ୍କର ନିର୍ଣୟ ଉପରେ ରାଜ୍ୟର ଭାଗ୍ୟ ଓ ଭବିଷ୍ୟତକୁ ଛାଡିବା ବଦଳରେ ଓଡିଶାର ଭବିଷ୍ୟତ ଗଢିବା ପାଇଁ ଓଡିଆ ଯୁବକ ମାନେ ନିଜେ ଆଗେଇ ଆସିବା ସହ ସମାଜକୁ ଏହି ଜନ ଆନେ୍ଦାଳନରେ ସାମିଲ କରିବା ପାଇଁ ଆହ୍ୱାନ ଜଣାଇଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ସମାଜ ଶତାବ୍ଦୀ – ଶତାବ୍ଦୀ ଧରି ସରକାରଙ୍କ ଉପରେ ନିର୍ଭରଶୀଳ ନ ହୋଇ ସମାଜ ପାଇଁ ସମ୍ବେଦନଶୀଳ ହୋଇ କାମ କରି ଆସିଛି । ଉକ୍ରଳର ରାଜା ନ ଥିଲେ ମଧ୍ୟ କଳିଙ୍ଗ ଯୁଦ୍ଧରେ ଦୟାନଦୀର ରକ୍ତରଂଜିତ ପାଣି ଓଡିଆ ସମାଜର ବୀରତ୍ୱ ଓ ସମର୍ପଣର ପ୍ରତୀକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଯୁବକ ମାନଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ ନୂଆ ଓଡିଶାକୁ ସ୍ୱଚ୍ଛ କରିବାକୁ ହେଲେ ଗାଁ ଓ ସହରର ପରିମଳ ସ୍ୱଚ୍ଛ ରହିଲେ ଲୋକ ମାନେ ସୁସ୍ଥ ହେବେ, ପରିଶ୍ରମ କରିବେ ଓ ରୋଜଗାର କରିବେ ।
ରାଜ୍ୟରେ ଗର୍ଭାବସ୍ଥାରୁ ଶିଶୁର ହଜାରେ ଦିନ ପର୍ଯ୍ୟନ୍ତ ଶିଶୁର ବୟସସୀମା ମଧ୍ୟରେ ମା ଓ ଶିଶୁର ପୁଷ୍ଟିହୀନତା ଶୀକାର ହେବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ୨୦ଟି ଜିଲ୍ଲାରେ ଅପପୁଷ୍ଟିର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ଅଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଇଥି ପାଇଁ ଶିଶୁ ମାନଙ୍କର ବୟସ ଅନୁସାରେ ଶାରୀରିକ ଓ ମାନସିକ ବିକାଶ ହୋଇ ପାରୁ ନାହିାଁ ଗର୍ଭବତୀ ମା ମାନଙ୍କୁ ସାଇ ପଡିଶା ବନ୍ଧୁବାନ୍ଧବ ସାଦ ନାମରେ ପୁଷ୍ଟିକର ଖାଦ୍ୟ ଯୋଗାଇବାର ସାମାଜିକ ବ୍ୟବସ୍ଥାକୁ ଆଜି ବି ଗୁରୁତ୍ୱ ଦେଇ ଯୁବ ସମାଜ ଆଗେଇ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି । ଯଦି ରୁଗ୍ଣ ମା କମ ଓଜନର ଶିଶୁକୁ ଜନ୍ମ ଦେବେ ୨୦୩୬ ମସିହାରେ ଉକ୍ରଳ ପ୍ରଦେଶ ଗଠନର ଶହେ ବର୍ଷ ବେଳେ ଓଡିଆ ଜାତି କେମିତି ଶ୍ରେÂ ହେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୪ ବର୍ଷ ଭିତରେ ରାଜ୍ୟର ୧ କୋଟି ୨୦ ଲକ୍ଷ ଶିଶୁ ଅଛନ୍ତି । ଆଜି ପୀଢୀର ପିଲା ଖେଳ ପଡିଆକୁ ନ ଯାଇ ମୋବାଇଲ ଫୋନରେ ମନୋରଂଜନର ରାସ୍ତା ବାଛୁଛନ୍ତି । ଏହି ପିଲା ମାନଙ୍କୁ ଦିନରେ ଅନ୍ୟୁନ ଦୁଇ ଘଂଟା ଖେଳ ପଡିଆକୁ ନେଇ ଶାରୀରିକ ପରିଶ୍ରମର ଖେଳ ଖେଳାଇବାକୁ ଯୁବ ଶକ୍ତି ସଂକଳ୍ପ ନେଉ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୫ରୁ ୧୯ ବର୍ଷ ଭିତରେ ୪୨ ଲକ୍ଷ ଓଡିଆ ପିଲା ଅଛନ୍ତି । ଏମାନେ କଣ ପଢୁଛନ୍ତି, ଭବିଷ୍ୟତ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀ କଣ । ଏମାନଙ୍କର ମତି ଗତି, ଆଚାର ବ୍ୟବହାର ଠିକ ରାସ୍ତାରେ ଯାଉଛି ନା ନାହିଁ ଏ ସମ୍ପର୍କରେ ସେମାନଙ୍କ ସହ ବଡ ଭାଇ ଭଳି କଥା ହୋଇ ସେମାନଙ୍କର ମନୋସ୍ଥିତି ଓ ଉତ୍ସାହକୁ ଆଗକୁ ବଢାଇବା ପାଇଁ ସମୟ ଦେବା ପାଇଁ ଯୁବପୀଢୀକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଭାଷା ଆଗାମୀ ପୀଢୀ ମଧ୍ୟରେ ସଂଚରିତ ନ ହେଲେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ସେନାନୀ ମାନଙ୍କର ସ୍ୱପ୍ନ ପରାଜିତ ହେବ । ଆଜି ଦିନରେ ଇଂରାଜୀ ମିଡିୟମ ସ୍କୁଲରେ ପଢୁଥିବା ପିଲା ମାନଙ୍କର ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି କିପରି ସମ୍ବେଦନଶୀଳତା ରହିବ ସେଥି ପାଇଁ ଯୁବଶକ୍ତି ଆଗକୁ ଆସିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।
ଏହି ଉତ୍ସବରେ ବିଶୁ ମହାରଣ ଓ ଧର୍ମପଦଙ୍କର ଦାୟାଦ ଉପେନ୍ଦ୍ର ମହାରଣା ଶପଥ ପାଠ କରାଇ ଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଉପାସନା ମହାପାତ୍ର ମଂଚ ଉପରେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME