ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ୮୩ତମ ଉକôଳ ଦିବସ ପାଳିତ

ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉକôଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ଭବନ ପରିସରରେ ଥିବା ଉକôଳର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଭାଷାଭିତ୍ତିରେ ଉକôଳ ପ୍ରଦେଶ ଗଠନ ପାଇଁ ତତ୍କାଳୀନ ଉକôଳ ସମ୍ମିଳନୀ ତରଫରୁ କରାଯାଇଥିବା ଆନେ୍ଦାଳନରେ ନେତୃତ୍ୱ ନେଇଥିବା ଓଡ଼ିଶାର ବରପୁତ୍ର ମାନଙ୍କ ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ଓଡ଼ିଶାର ମାନ ଦେଶରେ ଅକ୍ଷୁର୍ଣ୍ଣ ହୋଇରହିଛି । କିନ୍ତୁ ସେମାନଙ୍କ ଉକôଳ ପ୍ରଦେଶ ବିକାଶର ସ୍ୱପ୍ନ ଏବେବି ଅଧୁରା ରହିଛି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଉକôଳ ଜାତିର ଗୌରବକୁ ବଜାୟ ରଖିବା ପାଇଁ ଆଶାନୁରୂପ ପଦକ୍ଷେପ ଗ୍ରହଣ କରିନାହାନ୍ତି । କେବଳ ଭୋଟ ପାଇଁ ସେମାନେ ଲୋକଦେଖାଣିଆ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଯୁଧିÂୀର ଜେନା, ସନ୍ଧ୍ୟା ମହାପାତ୍ର, ମନୋରଞ୍ଜନ ଦାଶ, କିଶୋର ଜେନା, ଅମୀୟ ପଟ୍ଟନାୟକ, ସୌଗତ ମହାନ୍ତି, ହଳଧର ସେଠୀ, ଜ୍ୟୋତିଷ ସାହୁ, ଜୟଶ୍ରୀ ପଟ୍ଟନାୟକ, ବିଜୟ ଦ୍ୱିବେଦୀ, ସୁଂଧାଶୁ ମହାନ୍ତି, ମାନସ ରଞ୍ଜନ ଆ•ର୍ଯ୍ୟ, ବୃନ୍ଦାବନ ଖଟେଇ, ସୁଶାନ୍ତ ତ୍ରୀପାଠୀ, ଦେବିପ୍ରସାଦ ବାହାଲିଆ, ଜିଆଉଲ ହକ୍, ମନୋରଞ୍ଜନ ରାଉତରାୟ, ଜାନକୀ ମଲ୍ଲିକ, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ମଲିଆ, ପ୍ରକାଶ ମିଶ୍ର, ଦେବେନ୍ଦ୍ର ପ୍ରତାପ ଦାସ, ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Share in top social networks!