“ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ “ଆସନ୍ତାକାଲିର ଓଡ଼ିଆ ସିନେମା ହେବ ବାସ୍ତବତା ଓ ଜୀବନ ଆଧାରିତ’ : ସିନେ ଗବେଷକ ସୂର୍ଯ୍ୟ ଦେଓ

ଆସନ୍ତାକାଲିର ଓଡ଼ିଆ ସିନେମା ହେବ ମନୋରଞ୍ଜନଧର୍ମୀ, କିନ୍ତୁ କେବଳ ମନୋରଞ୍ଜନ ନୁହେଁ ଏହା ଭରସା ରଖ#ବ ବାସ୍ତବତା ଓ ଜୀବନଧର୍ମୀତା ଉପରୋ ଓଡ଼ିଆ ସିନେମାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ମାତ୍ର ଏଥ#ପାଇଁ ଆମ ସମସ୍ତଙ୍କୁ ସଚେତନତ ହେବାକୁ ପଡ଼ିବ ବୋଲି ବିଶିଷ୍ଟ ସିନେ ଗବେଷକ ଓ ଲେଖକ ସୂର୍ଯ୍ୟ ଦେଓ ମତ ଦେଇଛନ୍ତିା ଆଜି ସନ୍ଧ୍ୟାରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ “ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖ# ଶ୍ରୀ ଦେଓ “ଓଡ଼ିଆ ସିନେମା, କାଲି:ଆଜି:କାଲି’ ପ୍ରସଙ୍ଗ ଉପରେ ତର୍ଜମା କରିଛନ୍ତିା
ସ୍ଥାନୀୟ ଅଭିଲେଖାଗାର କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦେଓ କହିଲେ ଯେ ୧୯୩୬ରୁ ୧୯୫୦ ପର୍ଯ୍ୟନ୍ତ ଓଡ଼ିଆରେ ମାତ୍ର ଦୁଇଟି ପୌରାଣିକ ଚିତ୍ର ପ୍ରସ୍ତୁତ ହୋଇଥ#ଲାବେଳେ ପରବର୍ତ୍ତୀ ଦଶକରେ ଓଡ଼ିଆ ସିନେମା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଥ#ଲାା ଷାଠିଏ ଦଶକରେ ଓଡ଼ିଆ ସିନେମାର ଉତ୍ଥାନ ସାଙ୍ଗକୁ ସାହିତ୍ୟ ସାଙ୍ଗରେ ଏହାର ସଂଯୋଗୀକରଣ ହେଲାା ସତୁରି ଦଶକରେ ଓଡ଼ିଆ ସିନେମାରେ ଟେକ୍ନୋଲୋଜିର ପ୍ରଭାବ ପରିଲକ୍ଷିତ ହେଲା ଏବଂ ନବେ ଦଶକରେ ରିମିକ୍ସ ଧାରା ଆରମ୍ଭ ହୋଇ ଅନ୍ୟ ଭାଷାର ଫିଲ୍ମକୁ ଓଡ଼ିଆରେ ଦର୍ଶକଙ୍କୁ ପରିବେଷଣ କରାଗଲାା ନବେ ଦଶକ ପରେ ତେଲୁଗୁ ଫିଲ୍ମର ନକଲ ଆସିଲେ ମଧ୍ୟ ସମାନ୍ତରାଳ ଭାବରେ ଓଡ଼ିଆ ସିନେମା ଉପରେ ବିତର୍କ ଓ ସଚେତନତା ଆରମ୍ଭ ହୋଇଗଲାା ତେଣୁ ବିଗତ ୨୦ ବର୍ଷ ଧରି ଓଡ଼ିଆ ସିନେମାରେ ପରୀକ୍ଷା ସହିତ ଓଡ଼ିଆତ୍ୱର ପ୍ରମାଣ ପରିଲକ୍ଷିତ ହେଉଛିା ଓଡ଼ିଆ ସିନେମାର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଏଥ#ପାଇଁ ଚିତ୍ରପ୍ରେମୀମାନଙ୍କୁ ଅଧ#କ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ଦେଓ ଉଲ୍ଲେଖ କରିଥ#ଲୋ
ଏହି କାର୍ଯ୍ୟକ୍ରମ ଆରମ୍ଭରେ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେବା ସହିତ ଅତିଥ#ଙ୍କ ପରିଚୟ ପ୍ରଦାନ କରିଥ#ଲୋ ସଂସ୍କୃତି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କବି ଶ୍ରୀ ଧନଞ୍ଜୟ ସ୍ୱାଇଁ ସଭାସୀନ ଥ#ଲୋ ଶ୍ରୀ ଦେଓଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥ#ଲାା
ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗବେଷକ ରଜତ କର, ବିଶିଷ୍ଟ ସାହିତି୍ୟକ ଦେବଦାସ ଛୋଟରାୟ, ପ୍ରାକ୍ତନ ପ୍ରଶାସକ ସୁରେଶ ମନ୍ତ୍ରୀ, ଗାୟିକା ସୁସ୍ମିତା ଦାସ, ଶିକ୍ଷାବିତ୍ ଅଭିରାମ ବିଶ୍ୱାଳ ଓ ସିନେ ବ୍ୟକ୍ତିତ୍ୱ ପ୍ରେମାଞ୍ଜନ ପରିଡ଼ାଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ଚିତ୍ରପ୍ରେମୀ ଓ ସଂସ୍କୃତିକର୍ମୀ ଉପସ୍ଥିିତ ଥ#ଲୋ

Share in top social networks!