ଉକ୍ରଳ ଦିବସର ବ୍ରାହ୍ମ ମହୁର୍ତରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଚନ୍ଦ୍ରଭାଗାର ବେଳାଭୂମିରେ ସୂର୍ଯେ୍ୟାଦୟ ପୂର୍ବରୁ ଏକାଠି ହୋଇ ଶପଥ ନେବେ ଦଶ ହଜାରରୁ ଉର୍ଧ ଓଡିଆ ଯୁବ ପୀଢୀ
• ଶ୍ରୀଜଗନ୍ନାଥ ମନ୍ଦିର ସମେତ ଚାରି ସ୍ଥାନରୁ ଆଜ୍ଞାମାଳ ଆସିବା ପରେ ବ୍ରାହ୍ମ ମହୁର୍ତରେ ଅନୁÂିତ ହେବ ସୂର୍ଯ୍ୟପୂଜା
• ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବା ପାଇଁ ଯୁବ ପୀଢୀ ନେବେ ଶପଥ
• ବିିଶୁ ମହାରଣା ଓ ଧରମାର ପରିବାରର ଉପେନ୍ଦ୍ର ମହାରଣା କରାଇବେ ନୂଆ ଓଡିଶା ନିର୍ମାଣର ଶପଥ ପାଠ

Press meet for the launch of Nua Odisha Nirmana Abhijan-2

ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ସାମାଜିକ ସଙ୍ଗଠନ ପ୍ରାଚୀ ଟ୍ରଷ୍ଟ ତରଫରୁ ପବିତ୍ର ଉକ୍ରଳ ଦିବସର ବ୍ରାହ୍ମ ମହୁର୍ତରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରା ଯିବ ବୋଲି ସଂଗଠନର ସମ୍ପାଦକ ତଥା କାର୍ଯ୍ୟକ୍ରମ ସଂଯୋଜକ ଲଳିତ କୁମାର ରଥ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସାମ୍ବାଦିକ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ରଥ କହିଛନ୍ତି ଯେ ପବିତ୍ର ଉକ୍ରଳ ଦିବସର ସୂର୍ଯେ୍ୟାଦୟ ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମିରେ ୧୦ ହଜାରରୁ ଉର୍ଧ ଓଡିଆ ଯୁବ ପୀଢୀ ଏକାଠି ହୋଇ ସୂର୍ଯ୍ୟ ଓ ସମୁଦ୍ରକୁ ସାକ୍ଷୀ ରଖି ଉକ୍ରଳ ପ୍ରଦେଶ ଗଠନର ମହାନାୟକଙ୍କ ନାଁରେ ଶପଥ ପାଠ କରି ନୂଆ ଓଡିଶା ନିର୍ମାଣ ଅଭିଯାନରେ ସାମିଲ ହେବାର ଘୋଷଣା କରିବେ ।
ଏହି ଯୁବ ପୀଢୀର ଭବ୍ୟ ଓ ଅନନ୍ୟ କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ତଥା ଓଡିଆ ଆତ୍ମ ପରିଚୟକୁ ନୂଆ ଅଭିବ୍ୟକ୍ତି ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ ।
ଶ୍ରୀ ରଥ କହିଛନ୍ତି ଯେ ଉକ୍ରଳ ଦିବସର ପୂର୍ବ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପୁରୀ, ମା ମଙ୍ଗଳା ମନ୍ଦିର କାକଟପୁର, ସାକ୍ଷୀଗୋପାଳ, କୋଣାର୍କର ଭଗବତୀ ମନ୍ଦିର ଆଦି ଚାରିଟି ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଯୁବକ ଆଜ୍ଞାମାଳ ନେଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବେ । ସୂର୍ଯେ୍ୟାଦୟ ପୂର୍ବରୁ ଚନ୍ଦ୍ରଭାଗାର ବେଳାଭୂମିରେ ସୂର୍ଯ୍ୟ ପୂଜା ଅନୁÂିତ ହେବ । ଏହି ସୂର୍ଯ୍ୟପୂଜାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୋଧା ଭାବରେ ବସିବା ସହ ସହସ୍ରାଧିକ ଯୁବକ – ଯୁବତୀଙ୍କ ସହ ସମ୍ମିଳିତ ଭାବେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିବେ ।
ସୂର୍ଯ୍ୟପୂଜା ପରେ କୋଣାର୍କର ଐତିହ୍ୟ ସହିତ ଜଡିତ ବିଶୁ ମହାରଣା ଓ ଧରମାର ଉତର ଦାୟାଦ ଉପେନ୍ଦ୍ର ମହାରଣାଙ୍କ ଦ୍ୱାରା ନୂଆ ଓଡିଶା ନିର୍ମାଣ ଅଭିଯାନ ସଂକଳ୍ପ ପାଠ କରା ଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି ।
ଏହି ଉତ୍ସବରେ ଓଡିଆ ପ୍ରସିଦ୍ଧ କଂଠଶିଳ୍ପୀ ମାନେ ସଂଗୀତ ପରିବେଷଣ କରିବା ସହ ବିଶେଷ ଭାବେ ନିର୍ମିତ ନୂଆ ଓଡିଶା ବୃତଚିତ୍ରକୁ ପ୍ରଦର୍ଶିତ କରା ଯିବ ।
ପବିତ୍ର ଉକ୍ରଳ ଦିବସ । ୧୯୩୬ ମସିହାରେ ଦେଶର ସ୍ୱାଧୀନତା ପୂର୍ବରୁ ମଧ୍ୟ ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଭାବରେ ଓଡିଆଙ୍କ ଲମ୍ବା ଆନେ୍ଦାଳନ ପରେ ଗଠିତ ହୋଇଥିଲା ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ।
ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମହାନାୟକ ମଧୁବାବୁ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସ କବି ଫକୀରମୋହନ. ସ୍ୱଭାବ କବି ଗଙ୍ଗାଧର ମେହେର, ଉକ୍ରଳ ମଣି ଗୋପବନ୍ଧୁ ଦାସ ଯେଉଁ ଗୌରବଶାଳୀ ସଂସ୍କୃତି ସମ୍ପନ୍ନ ଓଡିଶାର ସ୍ୱପ୍ନ ଦେଖିଥିଲେ ଆଜି ତାକୁ ନୂଆ ରୂପରେ ସାକାର କରିବା ପାଇଁ ଓଡିଆ ଯୁବ ପୀଢୀ ଶପଥ ନେଇ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିବେ ।
ସେ କହିଛନ୍ତି ଯେ ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବା ସମ୍ଭବ । ଅମାପ ପ୍ରାକୃତିକ ସମ୍ପଦ, ଦେଶର ବୃହତ ଜଳ ସମ୍ପଦ, ପ୍ରଚୁର ଜଙ୍ଗଲ ସମ୍ପଦ, ସୁଦୀର୍ଘ ବେଳାଭୂମି ଓ ବହୁ ପରୀକ୍ଷିତ ପ୍ରବଳ ପରିଶ୍ରମୀ ଓଡିଆ ମାନବ ସମ୍ବଳ ସତ୍ୱେ ଦେଶର ପ୍ରଗତିର ପାହାଚର ଶେଷ ଧାଡିରେ ଥିବା ଉକ୍ରଳ ଜନନୀକୁ ପ୍ରଗତିର ଶୀର୍ଷରେ ପହଂଚାଇବା ପାଇଁ ନୂଆ ଓଡିଶା ନିର୍ମାଣ ଅଭିଯାନରେ ସାମିଲ ଯୁବ ଶକ୍ତି ଏହି କାର୍ଯ୍ୟକ୍ରମରେ ଯୁବ ପୀଢୀ ବଜ୍ର ଶପଥ ନେବେ ବୋଲି ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଅମାପ ସମ୍ପଦ ସତ୍ୱେ ଓଡିଆ କାହିଁକି ରହିବ ଦୁର୍ଦିନରେ । କାହିଁକି ଓଡିଆ ଚାଷୀ ଆର୍ଥିକ ସଂକଟରେ ? କାହିଁକି ଓଡିଆ ଯୁବକ ଦି ଟଙ୍କା ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବ ଖଟିବାକୁ ? କାହିଁକି ଓଡିଶାର ନଦ- ନଦୀର ପାଣି ବିଲକୁ ପହଂଚିବା ବଦଳରେ ବହି ଯିବ ସମୁଦ୍ରକୁ ? କାହିଁକି ଓଡିଶାର ହସ୍ତତନ୍ତ. ହସ୍ତଶିଳ୍ପ, ଭାସ୍କର୍ଯ୍ୟ ର ଅନନ୍ୟ ପ୍ରତିଭାଙ୍କର ପେଣ୍ଠ ଓଡିଶାର ଶିଳ୍ପୀ-କାରିଗର ମାନଙ୍କର ପେଟ ଅପୁରା ? ତୀର୍ଥ ସ୍ଥଳୀରୁ ପ୍ରକୃତିର ଅପରୂପ ସମ୍ଭାରର ପର୍ଯ୍ୟଟନ ସ୍ଥଳୀତ୍ତକାହିଁକି ଅବହେଳିତ ? ଦାରିଦ୍ର୍ୟର ଅତଳ ଗର୍ଭରୁ ପୃଥିବୀରେ ଉକ୍ରଳ ଜନନୀକୁ ସବୁଠୁ ସମ୍ପନ୍ନ ଭୂଖଣ୍ଡ ଭାବେ ଗଢି ତୋଳିବାର ଅନନ୍ୟ ସମ୍ଭାବନାକୁ ସାକାର କରିବାକୁ ଓଡିଆ ଯୁବ ଶକ୍ତି ନୂଆ ଓଡିଶା ନିର୍ମାଣର ସଂକଳ୍ପ ନେବେ ବୋଲି ସେ ସୂଚନା ଦେଇଛନ୍ତି ।

Share in top social networks!
Powered By Indic IME