ମୁଖ୍ୟମନ୍ତ୍ରୀ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି : ବିଜେପି

PC_Bhrugu Baxipatra_23-03-2018 (2)

ନବୀନ ପଟ୍ଟନାୟକ ନିଜ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ କୋଟି କୋଟି ଟଙ୍କା ବ୍ୟୟରେ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣପତ୍ର ଦେଇଥିବା ପୁନେର ଏମ୍ଆଇଟି ବିଶ୍ୱ ଶାନ୍ତି ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ରାହୁଲ ବିଶ୍ୱନାଥ କରଡ ଗତକାଲି ନିଜର ରାଜନୈତିକ ନେତୃତ୍ୱ ଶିକ୍ଷାନୁÂାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରସ୍ତାବ ରଖିବା ଘଟଣାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ମୁଖ୍ୟମନ୍ତ୍ରୀ କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବା ଉଦେ୍ଧଶ୍ୟରେ ମିଥ୍ୟାର ସାହାରା ନେଇ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିଛନ୍ତି । ଆଦର୍ଶ ମୁଖ୍ୟମନ୍ତ୍ରୀର ପ୍ରମାଣପତ୍ର ଗୋଟାଇ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଡ. ରାହୁଲ ରାଜ୍ୟର ଯୁବପିଢୀମାନଙ୍କୁ ରାଜନୀତିର ପାଠ ପଢାଇବା ପାଇଁ ଏକ ଶିକ୍ଷାନୁÂାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଏଥିସହ ୧୦୦ ଏକର ଜାଗା ସହ ସରକାରଙ୍କ ସହାୟତା ଲୋଡିଛନ୍ତି । ଆଦର୍ଶ ମୁଖ୍ୟମନ୍ତ୍ରୀର ପ୍ରମାଣପତ୍ର ଦେଇଥିବା ପୁନେର ଏମ୍ଆଇଟି ବିଶ୍ୱ ଶାନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଉଲ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଡିଲ୍କୁ ମନେପକାଇଛନ୍ତି । ଏହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲିଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
କେବଳ ବ୍ୟବସାୟ ପାଇଁ ନିଜ ଶିକ୍ଷାନୁÂାନକୁ ଏସିଆର ପ୍ରଥମ ବୋଲି କହି ଏହି ଅନୁÂାନ ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ବାସ୍ତବରେ ଭାରତ ବର୍ଷର ପ୍ରଥମ ରାଜନୈତିକ ପ୍ରଶିକ୍ଷଣ ଶିକ୍ଷାନୁÂାନ ପାଇଁ ସ୍ୱର୍ଗତଃ ବିଜେପି ନେତା ପ୍ରମୋଦ ମହାଜନଙ୍କ ଉଦ୍ୟମରେ ହୋଇଥିଲା । ଶ୍ରୀ ମହାଜନ ଯୁବପିଢୀମାନଙ୍କୁ ରାଜନୈତିକ ପ୍ରଶିକ୍ଷଣ ଦେବା ପାଇଁ ରାମଭାଉ ମହ୍ଲାଗୀ ପ୍ରବୋଧିନୀ ଅନୁÂାନ ଖୋଲି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । କିନ୍ତୁ ଗତ କାଲି ଡ. ରାହୁଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ପତ୍ର ଦେବା ପ୍ରତିବଦଳରେ ନିଜ ବ୍ୟବସାୟ ପାଇଁ ଅନୁÂାନ ଖୋଲିବାକୁ ଏବଂ ରାଜ୍ୟ ସରକାରଙ୍କ ଜମି ନିଜ ନାଁ ରେ କରିବା ପାଇଁ ପ୍ରୟାସ କରିଛନ୍ତି । ଏହା ଦ୍ୱାରା ଡ.ରାହୁଲ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭିତରେ ହୋଇଥିବା ଡିଲ୍ ଧରା ପଡିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Share in top social networks!
Powered By Indic IME