ମାର୍ଚ୍ଚ ୨୯ରେ କୋରାପୁଟ ଭବନ ଉଦ୍ଘାଟିତ ହେବ

ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ୨୦୧୮ ମାର୍ଚ୍ଚ ୨୯ ତାରିଖ ଅପରାହ୍ନ ୪ ଘଟିକା
ସମୟରେ ଶହୀଦ ଲକ୍ଷ୍ମଣ ନାୟକ ଭବନ ପରିସରରେ ନୂଆପଲ୍ଲୀଠାରେ କୋରାପୁଟ ଭବନ ଉଦ୍ଘାଟିତ ହେବା
ଏହି କୋରାପୁଟ ଭବନକୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ ଉଦ୍ଘାଟନ କରିବୋ ଉଦ୍ଘାଟନ ସମାରୋହରେ
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ
ସଭାପତିତ୍ୱ କରିବୋ
ମାର୍ଚ୍ଚ ୨୯ ତାରିଖ ଦିନ କୋରାପୁଟର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କର ଶହୀଦ ଦିବସ
ଅବସରରେ ଏହି କୋରାପୁଟ ଭବନର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛିା ଏହି ଅବସରରେ ନୂତନ
କୋରାପୁଟ ଭବନରେ ଅନ୍ତର୍ଜାତୀୟସ୍ତରରେ “ରଗ୍ବି’ ଚମ୍ପିଅନ୍ ହୋଇଥ#ବା ସୀମାଦ୍ରି ମିଶ୍ର ଛାତ୍ରାବାସର ୧୨ ଜଣ
ଛାତ୍ର ଏବଂ କିଟ୍ ବିଶ୍ୱବିଦ୍ୟାଳୟର ଆନ୍ତଃ-ବିଶ୍ୱବିଦ୍ୟାଳୟ ରଗ୍ବି ଚମ୍ପିଅନ୍ ହୋଇଥ#ବା ୧୨ ଜଣ ଅନୁସୂଚିତ
ଜନଜାତି ଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା “ପଦ୍ମଶ୍ରୀ’ ଗୋବର୍ଦ୍ଧନ ପାନିକାଙ୍କୁ ଏହି ଅବସରରେ ଭବ୍ୟ ସମ୍ବର୍ଦ୍ଧନା
ପ୍ରଦାନ କରାଯିବ ବୋଲି ଶବରୀ ସଂସ୍କୃତି ସଂସଦର ସଂପାଦକ ସୁବାସ ଚନ୍ଦ୍ର ହୋତା ପ୍ରକାଶ କରିଛନ୍ତିା ଏହି
ଉତ୍ସବରେ ସଂସଦର ସମସ୍ତ ସଦସ୍ୟ ଓ ସର୍ବସାଧାରଣ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଛିା

Share in top social networks!
Powered By Indic IME