ରାଜ୍ୟର ସମସ୍ତ ୧୦୦୧ ମଣ୍ଡଳରେ ବିଜେପି ପାଳନ କରିବ ଉକ୍ରଳ ଦିବସ

PC_Bhrugu Baxipatra_23-03-2018 (2)
ଆସନ୍ତା ଉକ୍ରଳ ଦିବସରେ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତା ୧୦୦୧ ମଣ୍ଡଳରେ ଉକ୍ରଳ ଦିବସ ପାଳନ କରିବେ । ରାଜ୍ୟର ସମସ୍ତ ମଣ୍ଡଳରେ ଦଳୀୟ ନେତା ଏବଂ କାର୍ଯ୍ୟକର୍ତାମାନେ ସାଧାରଣ ଜନତାଙ୍କ ସହ ଉକ୍ରଳ ଦିବସ ପାଳନ କରିବେ । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଂଚାଇ ରଖିବା ପାଇଁ କବିସୂର୍ଯ୍ୟ ବଳଭଦ୍ର ରଥ, ଗୋପବନ୍ଧୁ ଦାସ, ଉପେନ୍ଦ୍ର ଭଂଜ, ଭକ୍ତ କବି ମଧୁସୂଦନ ଦାଶ, ବଳରାମ ଦାସ, ଜଗନ୍ନାଥ ଦାସ, ପୁରୁଷୋତମ ଦେବ, ଶାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗୈାରୀ ଶଙ୍କର ରାୟଙ୍କ ସମେତ ଅନେକ କବି ଓ ଲେଖକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଓଡିଆ ଭାଷାର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜା କୃଷ୍ନଚନ୍ଦ୍ର ଗଜପତି, ଶ୍ରୀ ରାମଚନ୍ଦ୍ର ଭଞ୍ଜ, ବାମଣ୍ଡା ରାଜା ସୁଢୋଲ ଦେବ ପ୍ରମୁଖଙ୍କୁ ଉକ୍ରଳ ଦିବସ ଅବସରରେ ବିଜେପି କାର୍ଯ୍ୟକର୍ତାମାନେ ସ୍ମରଣ କରିବା ସହ ସେମାନଙ୍କ ଯଶକୁ ଜନମାନସରେ ପହଂଚାଇବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
କେନ୍ଦ୍ର ସରକାର ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରକାରର ସହେଯାଗ ଏବଂ ସହାୟତାର ହାତ ବଢାଇଛନ୍ତି । ମାତ୍ର ରାଜ୍ୟ ବିକାଶର ସବୁଠୁ ବଡ ବାଧକ ସାଜିଥିବା ଶାସକ ବିଜେଡି କାରଣରୁ ଓଡିଶା ଆଜି ଅନ୍ୟ ରାଜ୍ୟ ତୁଳନାରେ ପଛୁଆ ରହିଛି । ଅନ୍ୟପଟେ ରାଜ୍ୟର ବିକାଶ ଦିଗରେ ଯୁବପିଢୀଙ୍କୁ ଏକାଠୀ କରିବା, ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦିଙ୍କ ଆହ୍ୱନକ୍ରମେ ଯୁବପିଢୀଙ୍କୁ ଯୋଡିବା ସହ ନୂତନ ସଂକଳ୍ପ ମାଧ୍ୟମରେ ଏକ ନୂତନ ଓଡିଶା ଗଠନ ତଥା ବିକାଶର ପଥରେ ଆଗେଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ବିଭିନ୍ନ ସରକାରୀ ମିଶନ ଫେଲ୍ ମାରିବା, ସରକାରୀ ସହାୟତା ସଠିକ୍ ହିତାଧିକାରୀଙ୍କ ପାଖରେ ନପହଂଚିବା, ବିଭିନ୍ନ ଜନକଲ୍ୟାଣ ଯୋଜନାର ବାଟମରଣା ହେବା, କେନ୍ଦ୍ରର ଅର୍ଥକୁ ବିନିଯୋଗ ନକରିବା, ବ୍ୟାପକ ପିସି କାରବାର, ରାସନକାର୍ଡ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ବ୍ୟାପକ ଦୁର୍ନିୀତି, ଚାଷ ଓ ଚାଷୀମାନଙ୍କୁ ମୈାଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହେବା, ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗକୁ ତୃଣମୃଳସ୍ତରରେ ପହଂଚାଇ ଲୋକଙ୍କୁ ସଚେତନ କରାଯିବାର ସଂକଳ୍ପ ନିଆଯିବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME