ବିଜୁଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିର ପୁରୀ ଠାରେ ଅନୁଷ୍ଠିତ ହେବ

28 ALL MINISTER OFFER FLPWER BUKE TO NABIN PATNAIAK.ASHOK (11)ବିଜୁଛାତ୍ର ଜନତା ଦଳର ରାଜ୍ୟ କମିଟିର ସୁପାରିଶ କ୍ରମେ ଜାନୁଆରୀ ୩୦ ଓ ୩୧ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଇନ୍ଡୋର ଷ୍ଟାଡିୟମ, ତାଳବଣିଆ, ପୁରୀ ଠାରେ ଅନୁଷ୍ଠିତ ହେବ | ବିଜୁ ଛାତ୍ର ଜନତା ଦଳର ସମର୍ଥନରେ ବିଜୟୀ ହୋଇଥିବା ଛାତ୍ର/ଛାତ୍ରୀମାନେ ଏବଂ ଛାତ୍ର ସଂଗଠନର ଜିଲ୍ଲା/ବ୍ଲକ/ପଞ୍ଚାୟତ ଏବଂ ପୌରପାଳ ୱାର୍ଡ ସ୍ତରରେ ସକ୍ରିୟ କର୍ମୀମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବେ | ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରି ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତ୍ୟେକ ଛାତ୍ରକର୍ମୀ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପୁରେ ଦଳ ଗୁରୁତ୍ଵ ଆରୋପ କରୁଛି |

ବିଜୁ ଛାତ୍ର ଜନତା ସଂଗଠନ ପ୍ରତି ଆଗ୍ରହୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିତ କରାଯାଇ
୧- ଜାତୀୟ ଦୃଶ୍ୟପଟ୍ଟରେ ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଏବଂ ବିଜୁ ଜନତା ଦଳର ଭୂମକା
୨- କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି କ୍ରମାଗତ ଅବିଚାର
୩- ଓଡିଶାରେ ଆନ୍ଦୋଳିତ ଦଳର ଅଭ୍ୟୁଥାନ୍ ଓ ବିଜେଡ଼ିର ଉତ୍ଥାନ
୪- ଓଡିଶାରେ ଛାତ୍ର ଆନ୍ଦୋଳନର ଇତିହାସ ଓ ବର୍ତ୍ତମାନ ବିଜୁ ଛାତ୍ର ଜନତା ଦଳର ଭୂମିକା
୫- ନବୀନ ପଟ୍ଟନାୟକଙ୍କ ଦର୍ଶନ, ଚିନ୍ତାଧାରା ଓ ରୂପାୟନ ପ୍ରମୁଖ ଏହି ୫ଟି ପ୍ରସଙ୍ଗରେ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ |
ଏହି ପ୍ରଶିକ୍ଷଣ ଶିବିରକୁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତା ୩୦.୦୧.୨୦୧୩ରିଖ ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ଆନୁଷ୍ଠାନିକ ଉଦ୍ଦ୍ଘାତନ କରି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି | ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ, ମାନ୍ୟବର ବିଧାୟକ, ସାଂସଦ ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷିତ କରାଇବେ |

Share in top social networks!
Powered By Indic IME