ସିଫା ଦ୍ୱାରା ଜନଜାତି ବିଦ୍ୟାର୍ଥୀଙ୍କ ନିମନ୍ତେ ମାଛ ସମ୍ବନ୍ଧୀୟ ଆଲୋଚନା ଶିବିର

Awareness programmeକେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଜନଜାତି ଉପଯୋଜନା କାର୍ଯ୍ୟକ୍ରମ ଏବଂ ରାଜ୍ୟ ମତ୍ସ୍ୟ ବିଭାଗ, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ଓ ଗ୍ରାମ ବିକାଶ ପ୍ରକଳ୍ପ ର ମିଳିତ ସହଯୋଗରେ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ନେଇ “ମାଛ ଏକ ସ୍ୱାସ୍ଥେ୍ୟାପଯୋଗୀ ଖାଦ୍ୟ” ଆଲୋଚନା ଶିବିର ଗ୍ରାମ ବିକାଶ ବିଦ୍ୟାଳୟ, ଗାୟାଗଣ୍ଡା ଠାରେ ୨୪ ମାର୍ଚ୍ଚ, ୨୦୧୮ ରେ ଅନୁÂିତ ହୋଇଯାଇଛି ।

ଏହି ଆଲୋଚନା ଶିବିରରେ ଚାରିଗୋଟି ବିଦ୍ୟାଳୟ ଯଥା: ଗ୍ରାମ୍ୟ ବିକାଶ ବିଦ୍ୟାବିହାର, ଗାୟାଗଣ୍ଡା; ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗାୟାଗଣ୍ଡା; ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗାୟାଗଣ୍ଡା ଏବଂ ଆଶ୍ରମ ବିଦ୍ୟାଳୟ, ରୁଦ୍ଧପଦର ରୁ ସମୁଦାୟ ୪୨୦ ଜଣ ଛାତ୍ରଛାତ୍ରୀ ଏବଂ ୧୦୦ ଜଣ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ । ପ୍ରାତଃ ସମୟରେ ପିଲାମାନଙ୍କୁ ବୈଜ୍ଞାନିକ ଏବଂ ବୈଷୟିକ ଅଧିକାରୀଗଣ ମୁଖ୍ୟ ବିଷୟ ବସ୍ତୁ ଉପରେ ସଚେତନ କରାଇଥିଲେ । ସିଫାର ଏ.ପି.ଇଡ଼ି ବିଭାଗୀୟ ମୁଖ୍ୟ ତଥା ସିଫା ନିଦେ୍ର୍ଧଶକଙ୍କର ପ୍ରତିନିଧି ଡ଼ଃ ବିନ୍ଦୁ. ଆର୍ ପିଲ୍ଲାଇ ଏହି ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ । ମାଛ ଏକ ଶସ୍ତା ପ୍ରାଣୀଜ ପୃଷ୍ଟିକର ଖାଦ୍ୟର ଉତ୍ସ ଏବଂ ମତ୍ସ୍ୟଚାଷ କିପରି ଭାବେ ଜନଜାତି ମାନଙ୍କର ବୃତିର ପ୍ରଧାନ ଉତ୍ସ ପାଲଟିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ସଭାରେ ମାନ୍ୟବର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରି “ମାଛ ଏକ ସ୍ୱାସ୍ଥେ୍ୟାପଯୋଗୀ ଖାଦ୍ୟ” ର ବାର୍ତାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ସିଫା ଏପରି ଏକ ବିଚ୍ଛିନ୍ନାଂଚଳ ଯଥା ଗାୟାଗଣ୍ଡା, ଗଞ୍ଜାମ ଜିଲ୍ଲାକୁ ବାଛିଥିବାରୁ ଏଥିପାଇଁ ସେ ପ୍ରଶଂସା କରିଥିଲେ । ଏହି ବିଷୟ ବସ୍ତୁଟିକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଏକ ଉଚ୍ଚକୋଟୀର କାର୍ଯ୍ୟ ବୋଲି ମଧ୍ୟ ସେ କହିଛନ୍ତି । ମାଛକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିବାପାଇଁ ଏହି ସଭାରେ ଉପସ୍ଥିତ ସମସ୍ତ ଅତିଥିଗଣ ଏକମତ ହୋଇଥିଲେ । ସିଫାର ପ୍ରମୁଖ ବୈଜ୍ଞାନିକ ତଥା ଜନଜାତି ଉପଯୋଜନା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡ଼ଃ ବିକାଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସମସ୍ତ ଅତିଥିବୃନ୍ଦ ଓ ଅଂଶଗ୍ରହଣକରିଙ୍କୁ ସ୍ୱାଗତ କରିଥିଲେ । ସେ ଆଦିବାସୀ ଜନଜାତି ମାନଙ୍କୁ ଜଳକୃଷି ଜ୍ଞାନ କୌଶଳ ପ୍ରଶିକ୍ଷଣ ନିମନ୍ତେ ସିଫାର ମୁଖ୍ୟ ଭୂମିକା ଓ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ପହଂଚାଇବାର ଅଭିପ୍ରାୟ ଉପରେ ଆଲୋକପାତ କରିଥିଲେ । ଗାୟାଗଣ୍ଡା ର ଏହି କାର୍ଯ୍ୟକ୍ରମକୁ ସିଫାର ଏକ ଅଦ୍ୱିତୀୟ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ଜଗନ୍ନାଥ ପ୍ରସାଦ ବ୍ଲକଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମୁର୍ମୁ ତାଙ୍କ ବକ୍ତବ୍ୟରେ ବ୍ଲକରେ ଏଭଳି ଏକ କାର୍ଯ୍ୟକ୍ରମ ସିଫା ତରଫରୁ ଆୟୋଜନ କରାଯାଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ମାଛକୁ ପୁଷ୍ଟିସାରର ସ୍ରୋତ ରୂପେ ଗ୍ରହଣ କରିବାପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଭଞ୍ଜନଗର ସହକାରୀ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀଯୁକ୍ତ ଏସ୍.ଏନ୍.ନାୟକ ଏଭଳି ଏକ ଅଭିନବ ଉପାୟକୁ ରାଜ୍ୟର ସମସ୍ତ ଜିଲ୍ଲାରେ ପହଂଚାଇବା ପାଇଁ କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି କହିଥିଲେ । ଗଞ୍ଜାମ ଜିଲ୍ଲାର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତି ସୁଚିସ୍ମିତା ପ୍ରିୟଦର୍ଶୀନୀ ସିଫା ସହ ରାଜ୍ୟ ମତ୍ସ୍ୟବିଭାଗ ହାତରେ ହାତ ମିଳାଇ ମତ୍ସ୍ୟପାଳନର ଉନ୍ନତି କରିଆସିଛି ବୋଲି ପ୍ରକାଶ କରିଥିଲେ । ଗାୟାଗଣ୍ଡା ଗ୍ରାମ ବିକାଶର ପ୍ରକଳ୍ପ ସମନ୍ୱୟ ଅଧିକାରୀ ଶ୍ରୀଯୁକ୍ତ ଦୟାନିଧି ମିଶ୍ର ଏହି କାର୍ଯ୍ୟକ୍ରମ ଗାୟାଗଣ୍ଡା ବିଦ୍ୟାଳୟ ରେ ହୋଇଥିବାରୁ ସିଫାକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସିଫା ର ପ୍ରମୁଖ ବୈଜ୍ଞାନିକ ଡ଼ଃ ସୁରେଶ ଚନ୍ଦ୍ର ରଥ ଏହି କାର୍ଯ୍ୟକ୍ରମ ର ଉପସ୍ଥାପନା କରିଥିଲେ । ଗ୍ରାମ ବିକାଶ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରୁପା ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସଭାରେ ଏକ ଓଡ଼ିଆ ଭାଷାର ପ୍ରଚାରପତି୍ରକା “ମାଛ ଏକ ସ୍ୱାସ୍ଥେ୍ୟାପଯୋଗୀ ଖାଦ୍ୟ” ଉନ୍ମୋଚୀତ ହୋଇଥିଲା । ଏହି ସଭାର ଅତିଥିବୃନ୍ଦ ଚିତ୍ରାଙ୍କନ ଓ ରଚନା ଲିଖନ ପ୍ରତିଯୋଗୀତା ରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସିଫା ରୁ ଡ଼ଃ ସଂଗ୍ରାମ କେଶରୀ ସାହୁ, ଡ଼ଃ ବିଭୁଦତତ୍ତମିଶ୍ର, ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ରଥ, ଶ୍ରୀଯୁକ୍ତ ଶିଶିର କୁମାର ମହାନ୍ତି, ଶ୍ରୀଯୁକ୍ତ ଦୁଖିଆ ମାଝି ଓ ଶ୍ରୀଯୁକ୍ତ ଭାଗବତ ଦାଶ ଏବଂ ରାଜ୍ୟ ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟଅଧିକାରୀ (ଦିଗପହଣ୍ଡି) ଓ ସହକାରୀ ମତ୍ସ୍ୟଅଧିକାରୀ (ପୁରୁଷୋତମପୁର) ଏହି କାର୍ଯ୍ୟକ୍ରମର ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ।

Share in top social networks!
Powered By Indic IME