ନବରଙ୍ଗପୁରରେ ଓଡିଶାର ପ୍ରଥମ ମକା ସାଇଲେଜ କାରଖାନା

• ପୂର୍ବ ଭାରତର ପ୍ରଥମ କମର୍ସିଆଲ ସାଇଲେଜ୍ କାରଖାନା ନବରଙ୍ଗପୁର ଠାରେ
• ବାର୍ଷିକ ୪୦,୦୦୦ ମେଟ୍ରିକ୍ ଟନ୍ ଉପôାଦନ କ୍ଷମତା ବିଶିଷ୍ଟ ସାଇଲେଜ୍ କାରାଖାନା
• ଦୈନିକ ୨୦,୦୦୦ ଗାଈଙ୍କୁ ଖୁଆଇବାର କ୍ଷମତା
WhatsApp Image 2018-03-26 at 3.24.14 PM

ଗାଈମାନଙ୍କ ପାଇଁ ସର୍ବୋକ୍ରୃଷ୍ଟ ଚାରା ଭାବେ ଜଣାଶୁଣା ମକା ସାଇଲେଜର କାରଖାନା ଆରମ୍ଭ ସହିତ ରାଜ୍ୟରେ ଗୋଚାଷ ଏକ ନୂତନ ଦିଗ ପାଇବାକୁ ଯାଉଛି । ଓଡିଶା ସାଇଲେଜ୍ ନାମରେ ଆରମ୍ଭ ହୋଇଥିବା ଏହି ଉପôାଦ ଏକ ଯୁବ ଦୁଗ୍ଧଚାଷୀ ଅନନ୍ତ ବାସୁଦେବଙ୍କର ଏକ ପ୍ରଚେଷ୍ଟା । ମକା ସାଇଲେଜ ଏକ ଉଚ୍ଚ ଗୁଣବତା ବିଶିଷ୍ଟ ଚାରା ଯହାକି ସମଗ୍ର ବିଶ୍ୱର ବିଭିନ୍ନ ଡେରୀ ସଂସ୍ଥାମାନଙ୍କରେ ବ୍ୟବହାର କରାଯାଇଥାଏ । ସହଜ ପାଚନଶୀଳ, ଶକ୍ତି ବର୍ଦ୍ଧକ ଓ ଗାଈର ସ୍ୱାସ୍ଥ୍ୟ ବର୍ଦ୍ଧକ ତଥା ସହଜରେ ଏହାକୁ ଯନ୍ତ୍ରପାତି ଦ୍ୱାରା ଅମଳ କରିବା ଓ ଖୁଆଇବା ପାଇଁ ଏହା ଅତ୍ୟନ୍ତ ଲୋକପ୍ରିୟ ଅଟେ
ଆମ ଜିଲ୍ଲ୍ାରେ ଏପରି ଏକ ସ୍ୱୟଂଚାଳିତ ୟୁନିଟ୍ ଦେଖିବା ମୋ ପାଇଁ ଏକ ସ୍ୱତନ୍ତ୍ର ଅନୁଭୁତି । ଶିଘ୍ର ଅମଳ ତଥା ଅଧିକ ଲାଭ ସହିତ ଚାଷୀ ଲାଭାନ୍ୱିତ ହେବା ବେଳେ ଏହା ମକା ଚାଷୀଙ୍କ ପାଇଁ ଏକ ଉତମ ସୁଯୋଗ ବୋଲି ନବରଙ୍ଗପୁରର କଲେକ୍ଟର ଅଜିତ ମିଶ୍ର ଏହି କାରଖାନାକୁ ଉଦ୍ଧଘାଟନ କରି କହିଥିଲେ ।
୨୦୧୩ ମସିହା କୋରାପୁଟରେ ନିଜର ଡେରୀ ସଂସ୍ଥାର ପ୍ରସାରଣ କରିବା ସମୟରେ ଏହାର କଳ୍ପନା ଭୁବନେଶ୍ୱରର ଜଣେ ୩୧ ବର୍ଷିୟ ଉଦ୍ୟୋଗୀ ବାସୁଦେବ କରିଥିଲେ । “୨୦୧୨ରେ ଆମେ ୨୦ ଟି ଗାଈରୁ ଆରମ୍ଭ କରିଥିଲୁ କିନ୍ତୁ ଏହି ପ୍ରକଳ୍ପକୁ ୧୦୦ଟି ଗାଈରେ ପହଂଚାଇବା ବେଳକୁ , ୩୬୫ ଦିନ ସବୁଜ ଘାସ ଗାଇଙ୍କ ପାଇଁ ଯୋଗାଡ କରିବା କଷ୍ଟସାଧ୍ୟ ଥିଲା । ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ୟ ଉପାୟ ପ୍ରୟୋଗ କରି ମଧ୍ୟ ଆମେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ପ୍ରକ୍ରିୟାରେ ଆମେ ଜାଣିବାକୁ ପାଇଲୁ ଯେ ସମଗ୍ର ବିଶ୍ୱର ଡେରୀ ସଂସ୍ଥାମାନେ ମକା ସାଇଲେଜକୁ ଗୋଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି” ବୋଲି ଅନନ୍ତ କହିଥିଲେ ।
ପ୍ରଥମିକ ଭାବେ ସେମାନେ ଆନ୍ଧ୍ର ପ୍ରଦେଶ ଓ ପଞ୍ଜାବରୁ ମକା ସାଇଲେଜ କିଣିବା ଆରମ୍ଭ କଲେ କିନ୍ତୁ ସେଠାରେ ଏହାର ପ୍ରଚୁର ଚାହିଦା ଥିବା କାରଣରୁ ନିୟମିତ ରୂପେ ମାକା ସାଇଲେଜ ଉପଲବ୍ଧ ହୋଇପାରୁନଥିଲା ତଥା ପରିବହନ ଦର ମଧ୍ୟ ସେଥିରେ ମିଶୁଥିଲା । ଏହିପରି ଭାବେ ସାଇଲେଜ ଉପôାଦନ କରିବାର କଳ୍ପନା କରାଯାଇଥିଲା ଯାହା ସେମାନଙ୍କୁ ସହାଯ୍ୟ କରିବା ସହିତ ସମଗ୍ର ରାଜ୍ୟର ଦୁଗ୍ଧଚାଷୀଙ୍କୁ ମଧ୍ୟ ସହାୟକ ହେବ । “ଓଡିଶାରେ ଗାଈମାନଙ୍କର ସଂଖ୍ୟା ୧୫ ମିଲିୟନ୍ ଥିବାବେଳେ ଏବେ ମଧ୍ୟ ଗୋଖାଦ୍ୟରେ ୪୮ ପ୍ରତିଶତ ନିଅଣ୍ଟ ରହୁଛି । ଏହି ପରି ପରିସ୍ଥିତି ଆମକୁ ଦୁଗ୍ଧର ମାନ ବଢାଇପାରୁଥିବା ଏକ ଶୁଲଭ ତଥା ଲାଭପ୍ରଦ ଉପାୟର ଆବଶ୍ୟକତା ଥିଲା” ବୋଲି ଅନନ୍ତ କହିଥିଲେ ।
ଏହି କାରଖାନା ଓଡିଶାର ବୃହତମ ମକା ବାଜାର ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ । ଏହି କାରଖାନା ବର୍ଷକୁ ପ୍ରାୟ ୪୦,୦୦୦ ମେଟ୍ରିକ୍ ଟନ୍ ମକା ସାଇଲେଜ୍ ପ୍ରସ୍ତୁତ କରିପାରିବ ଯାହା ୩୬୫ ଦିନ ଦୈନିକ ୨୦,୦୦୦ ଗାଈଙ୍କୁ ଚାରା ଯୋଗାଇପାରିବ । “ଗତ ୩ ଦଶନ୍ଧି ଧରି ମକା ଚାଷ କରୁଥିବା ସ୍ଥାନୀୟ ଚାଷୀଙ୍କ ଠାରୁ ଆମେ ମକା କିଣୁଛୁ କିନ୍ତୁ ସଠିକ ବଜାରୀକରଣ ଓ କମ୍ ଦର ପାଇଁ ସେମାନେ ହଇରାମ ହେଉଛିନ୍ତି । ଏହି କାରଣ ପାଇଁ ଚାଷୀମାନେ ଅନ୍ୟ ଜିବିକୀ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ବୋଲି” ଏହି ପ୍ରକଳ୍ପରେ ସାମିଲ ଥିବା ଉମରକେଟର ଏକ ମାକା ଚାଷୀ ଚିତରଞ୍ଜନ ପରିଡା କହିଥିଲେ ।
ଏହି ପ୍ରକଳ୍ପରୁ ୫୦୦ ମକା ଚାଷୀ ଲାଭାନ୍ୱିତ ହେବା ସହିତ ୩୦-୪୦ ପ୍ରତିଶତ ଅଧିକ ଲାଭ ପାଇବେ ବେଲି ସେମାନ ଦାବି କରିଛିନ୍ତି । ଉପôାଦନରେ ବ୍ୟବହୃତ ଯନ୍ତ୍ରପାତି ଯଥା ହାଜ୍ସେଷ୍ଟର ଓ ବଲେର ଆଦି ଜର୍ମାନି ଓ ନରୱେ ପରି ୟୁରୋପିଆନ ଦେଶମାନଙ୍କରୁ ଆଣାଯାଇଛି । ପ୍ରରମ୍ଭରେ ଏହି ଉପôାଦ ସମଗ୍ର ରାଜ୍ୟରେ ଉପଲବ୍ଧ ହେବ ଓ ପରବର୍ତି ପର୍ଯ୍ୟାୟରେ ଏହା ସମଗ୍ର ପୂର୍ବ ଭାରତରେ ଉପଲବ୍ଧ ହେବ ।

Share in top social networks!
Powered By Indic IME