ଜି ସାର୍ଥକ ଆୱାର୍ଡ ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ

Zee Sarthak Award 2018_Logo

ଜି ସାର୍ଥକ ଓଡ଼ିଆ ଟେଲିଭିଜନ ଇଷ୍ଟଷ୍ଟ୍ରି ପାଇଁ ନେଇ ଆସିଛନ୍ତି ଏକ ଅନନ୍ୟ ମୂହୂର୍ତ । ମାର୍ଚ୍ଚ ୨୫ ତାରିଖ ରବିବାର ସନ୍ଧ୍ୟା ୭ଟାରେ ଜି ସାର୍ଥକ ଆୱାର୍ଡ ଜି ସାର୍ଥକ ଟିଭିରେ ପ୍ରସାରିତ ହେବ ।

ଓଡ଼ିଆ ଜେନେରାଲ ଏଂଟ୍ରଟେନ୍ମେଂଟ୍ ଚ୍ୟାନେଲ ଜି ସାର୍ଥକ ଦର୍ଶକଙ୍କ ବହୁବିଧ ମନୋରଞ୍ଜନ କରିଥାଏ । ଏଥି ମଧ୍ୟରେ ଫିକସନ୍, ନନ୍-ଫିକସନ୍, ରିୟଲିଟି ଶୋ’ ଆଦି ଅନ୍ତର୍ଭୁକ୍ତ । ଦର୍ଶକଙ୍କ ସହିତ ଏହାର ସମ୍ପର୍କକୁ ବଳିÂ କରିବା ପାଇଁ ଜି ସାର୍ଥକ ପକ୍ଷରୁ ପ୍ରଥମ ଥର ପାଇଁ ଜି ସାର୍ଥକ ଆୱାର୍ଡର ଶୁଭାରମ୍ଭ କରାଯାଉଛି । ଏହି ପୁରସ୍କାରର ଚଳିତ ଥରର ଟ୍ୟାଗ୍ ଲାଇନ୍ ରହିଛି ‘ଆମ ପରିବାର, ଆମ ସମ୍ମାନ’ । ଏହାର ପ୍ରଥମ ସଂସ୍କରଣ ଗତ ମାସରେ କଟକଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଜି ସାର୍ଥକ ପରିବାରର ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଚରିତ୍ରଙ୍କୁ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିି, ଓଲିଉଡ଼୍ ତଥା ବଲିଉଡ୍ର ଖ୍ୟାତି ସମ୍ପନ୍ନ ନିର୍ମାତା, ନିଦେ୍ର୍ଧଶକ ଏବଂ ମୁ୍ୟଜିକ୍ କଳାକାର ଅତିଥିଭାବେ ଯୋଗଦେବେ । ଜି ସାର୍ଥକ ଆୱାର୍ଡରେ ଅତି ଚମକଦାର ସହିତ ଏଥିରେ ଅନେକ ଉଲ୍ଳେଖନୀୟ ଆମୋଦଦାୟକ ମନୋରଞ୍ଜନ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲିପ୍ସା, ଅନୁଭବ, ଅର୍ଚ୍ଚିତା, ଦୀପକ, ସ୍ୱରାଜ ଏବଂ ସବ୍ୟସଚ୍ଚୀ ଭଳି ଖ୍ୟାତି ସମ୍ପନ୍ନ କଳାକାରଙ୍କ ସମେତ ଟେଲି ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ କଳାକାର ଅଂଶଗ୍ରହଣ କରିବେ । ଏହି ଆକର୍ଷଣୀୟ ଆମୋଦଦାୟକ କାର୍ଯ୍ୟକ୍ରମକୁ ବହୁଗୁଣିତ କରିବା ପାଇଁ ଏହି ଅବସରରେ ବଲିଉଡ୍ ରଙ୍ଗିଲା ଗାର୍ଲ ଉର୍ମିଲା ମାତୋଣ୍ଡକର ଯୋଗଦେବେ । ଉର୍ମିଳା କାର୍ଯ୍ୟକ୍ରମର ଶୋଭା ମଣ୍ଡନ କରି ଦର୍ଶକଙ୍କୁ ଆମୋଦିତ କରିବେ ।

୫୦ରୁ ଅଧିକ ଫିକ୍ସନ୍ ଏବଂ ନନ୍-ଫିକ୍ସନ୍ ବର୍ଗରେ ଜି ସାର୍ଥକ ପକ୍ଷରୁ ପ୍ରତିଭା ଚୟନ କରାଯିବା ସହିତ ପ୍ରଡକସନ୍ ତଥା ବୈଷୟିକ ଜ୍ଞାନକୌଶଳକୁ ସବିଶେଷ ସୃଜନଶୀଳତା ଆଧାରରେ ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ପପୁଲାର ଭିୟୁର ଆୱାର୍ଡ ଏବଂ ଜୁରୀ ଆୱାର୍ଡ ପ୍ରଦାନ କରାଯିବ । ଏହି ପୁରସ୍କାର ପ୍ରଦାନ ସନ୍ଧ୍ୟା ସମଗ୍ର ଓଡ଼ିଶା ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ଏକତ୍ରିତ କରିବା ସହିତ ଅତି ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟ ପ୍ରଦର୍ଶନ କରିବାକୁ ସକ୍ଷମ ହେବ ।

ଜି ସାର୍ଥକ ଆୱାର୍ଡ କେବଳ ଜି ସାର୍ଥକରେ ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ ।

Share in top social networks!