ଟାଟା ଷ୍ଟିଲ୍ ନିର୍ମିତ ଆଦର୍ଶ ବିଦ୍ୟାଳୟ ସୁନ୍ଦରଗଡ଼ର ବଣାଇଗଡ଼ ଠାରେ ଉଦ୍ଘାଟିତ

୮ଟି ବିଦ୍ୟାଳୟ ହସ୍ତାନ୍ତର କରାଯାଇଛି, ଖୁବଶୀଘ୍ର ଆଉ ୯ଟି ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯିବ
Pic 3
ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବ୍ଲକ୍ର କେନ୍ଦ୍ରିକେଳା ଗ୍ରାମ ପଂଚାୟତ ଅଧିନସ୍ଥ ବାବୁ ନୂଆ ଗାଁøଠାରେ ଆଦର୍ଶ ବିଦ୍ୟାଳୟ (ମଡେଲ୍ ସ୍କୁଲ୍)କୁ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଉଦ୍ଘାଟନ କରିଛନ୍ତି । ଟାଟା ଷ୍ଟିଲ୍ ଦ୍ୱାରା ଏହି ବିଦ୍ୟାଳୟକୁ ନିର୍ମାଣ କରାଯାଇଛି ।
ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଉଛନ୍ତି ଶ୍ରୀମତି ସ୍ୱଧା ଦେବ ସିଂହ, ଉପ-ଜିଲ୍ଲାପାଳ, ବଣାଇ, ଶ୍ରୀଯୁକ୍ତ ଏମ୍ ସି ଥୋମାସ, ଏକ୍ଜିକୁ୍ୟଟିଭ୍ ଇନ୍ ଚାର୍ଜ, ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ ଡିଭିଜନ୍, ଟାଟା ଷ୍ଟିଲ୍, ଶ୍ରୀଯୁକ୍ତ ମଣିକାନ୍ତ ନାୟକ, ଚିଫ୍ ରେସିଡେଂଟ୍ ଏକ୍ଜିକୁ୍ୟଟିଭ୍, ଭୁବନେଶ୍ୱର, ଟାଟା ଷ୍ଟିଲ୍, ଶ୍ରୀଯୁକ୍ତ ସଂଜୀବ ଝା, ଏକ୍ଜିକୁ୍ୟଟିଭ୍ ଇନ୍ ଚାର୍ଜ, ଜୁସ୍କୋ, ଶ୍ରୀଯୁକ୍ତ ରାଜେଶ କୁମାର, ମୁଖ୍ୟ, ଗୋମରଡିହ ଡୋଲୋମାଇଟ୍ କ୍ୱେରି, ଟାଟା ଷ୍ଟିଲ୍ ଓ ଅନ୍ୟମାନେ ।

ଏହି ସ୍କୁଲ୍ ସମେତ ଫର୍ଣ୍ଣିସିଂ ଶ୍ରେଣୀ ଗୃହ ବାବଦକୁ ୪.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟାଟା ଷ୍ଟିଲ୍ ଗ୍ରୁପ୍ର ଏକ କଂପାନି ଜାମସେଦପୁର ୟୁଟିଲିଟିଜ୍ ଆର୍ଡ୍ ସର୍ଭିସେସ୍ କଂପାନି (ଜୁସ୍କୋ) ଦ୍ୱାରା ନିର୍ମାଣ କରଯାଇଛି । ଏହି ବିଦ୍ୟାଳୟଟି ହେଉଛି ଦୁଇ ମହଲା ବିଶିଷ୍ଟ କୋଠା ଯାହାକୁ ୨୪,୬୦୦ ବର୍ଗ ଫୁଟ ଅଂଚଳରେ ନିର୍ମାଣ କରାଯାଇଛି । ଏଥିରେ ୧୪ଟି ଶ୍ରେଣୀ ଗୃହ, ଫର୍ଣ୍ଣିସିଂ ପାଠାଗାର, କମ୍ପୁୃ୍ୟଟର କୋଠରୀ, ବିବିଧ ବ୍ୟବହାରଯୋଗ୍ୟ କୋଠରୀ, ଲାବୋରେଟୋରି, ଶିକ୍ଷକ କୋଠରୀ, ଷ୍ଟାଫ୍ କୋଠରୀ, ପ୍ରିନ୍ସିପାଲ୍ଙ୍କ କୋଠରୀ, ପ୍ରତି ମହଲାରେ ବାଳକ ଓ ବାଳିକା ଶୌଚାଳୟ ଓ ପ୍ରାର୍ଥନା ସଭା କକ୍ଷ ଇତ୍ୟାଦି ରହିଛି ।

ଟାଟା ଷ୍ଟିଲ୍ର ଏହି ପଦକ୍ଷେପକୁ ପ୍ରଶଂସା କରି ଶ୍ରୀଯୁକ୍ତ ଭରଦ୍ୱାଜ କହିଛନ୍ତି ଯେ, ବଣାଇଗଡ଼ ଭଳି ଅଭ୍ୟନ୍ତରିଣ ଅଂଚଳରେ ଏଭଳି ଉଚ୍ଚ ଶିକ୍ଷା ଭିତିଭୂମି ଥିବା ଆଦର୍ଶ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୀବାରେ ସହାୟକ ହେବ ଓ ଭବିଷ୍ୟତରେ ଏହି ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗକୁ ସମୃଦ୍ଧ କରିବ ।

ଏହି ଅବସରରେ ଶ୍ରୀଯୁକ୍ତ ଥୋମାସ କହିଛନ୍ତି ଯେ, “ବଣାଇଗଡ଼ରେ ବିଦ୍ୟାଳୟ ସମେତ, ରାଜ୍ୟର ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ପ୍ରତି ଯୋଗଦାନ କରିବାର ଉଦ୍ୟମ ସ୍ୱରୂପ ଟାଟା ଷ୍ଟିଲ୍ ଓଡ଼ିଶାର ଲୋକମାନଙ୍କ ସହିତ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂପର୍କ ଜାରି ରଖିବାକୁ ପ୍ରତିଶ୍ରୂତିବଦ୍ଧ । କଂପାନି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ୯ଟି ବିଦ୍ୟାଳୟ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୧୩ଟି ବିଦ୍ୟାଳୟର କାମ ଜାରି ଯାହା ହେଉଛି ଟାଟା ଷ୍ଟିଲ୍ ପକ୍ଷରୁ ନିର୍ମାଣ କରାଯିବାକୁ ଥିବା ମୋଟ ୩୦ଟି ସ୍କୁଲ୍ର ଏକ ଅଂଶ ବୋଲି ସେ କହିଛନ୍ତି । ।

ରାଜ୍ୟର ଦୂରଦୂରାନ୍ତ ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଭିତିଭୂମି ଉପଲବ୍ଧ କରାଇବା ନିମନ୍ତେ ସାରା ରାଜ୍ୟରେ ୧୩୬ କୋଟି ଟଙ୍କା ଆକଳିତ ମୂଲ୍ୟରେ ୩୦ଟି ମଡେଲ୍ ସ୍କୁଲ୍ ନିର୍ମାଣ କରିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ଶା ସରକାରଙ୍କ ସହିତ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି । ରାଜ୍ୟର ପ୍ରତିଟି ବ୍ଲକ୍ରେ ଓଡ଼ିଶା ସରକାର ଆଦର୍ଶ ବିଦ୍ୟାଳୟ (ମଡେଲ୍ ସ୍କୁଲ୍) ପ୍ରତିÂା କରିବା ପାଇଁ ରଖିଥିବା ବଡ଼ ଯୋଜନାର ଏକ ଅଂଶ ହେଉଛି ଏହି ବୃହତ ଇସ୍ପାତ କଂପାନିର ଏହି ଉଦ୍ୟମ । ପୂର୍ବରୁ ଦାନଗଦି, କାମାକ୍ଷାନଗର, ନୟାଗଡ଼, କୋରେଇ, ଦଶରଥପୁର, ଧର୍ମଶାଳା, ଯାଜପୁର ଓ ହାଟଡିହି ବ୍ଲକ୍ରେ ଟାଟା ଷ୍ଟିଲ୍ ଦ୍ୱାରା ନିର୍ମାଣ କରାଯାଇଥିବା ୮ଟି ମଡେଲ୍ ସ୍କୁଲ୍କୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଚଳିତ ଶିକ୍ଷା ବର୍ଷରେ କଂପାନି ଦ୍ୱାରା ପାଂଚଟି ସ୍ଥାନରେ ନିର୍ମାଣାଧୀନ ଥିବା ଆଉ ୮ଟି ବିଦ୍ୟାଳୟକୁ ହସ୍ତାନ୍ତର କରାଯିବ ଓ ଅନ୍ୟ ଆଠଟି ସ୍ଥାନରେ ସର୍ଭେ କାମ ଶେଷ ହୋଇଛି ।

ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଶ୍ରୀଯୁକ୍ତ ଧ୍ରୁବ ଚରଣ ବେହେରା, ଡିଇଓ, ସୁନ୍ଦରଗଡ଼, ଶ୍ରୀଯୁକ୍ତ ଅଜୟ ସହାୟ, ବିଇଓ, ବଣାଇ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀ