ସ୍ୱଚ୍ଛ ଆଇକନିକ୍ ପ୍ରକଳ୍ପ ଅଧିନରେ ପୁରୀ ରେଲ୍ୱେ ଷ୍ଟେସନ୍ରେ ବ୍ୟାଟେରୀ-ଚାଳିତ ବାହନ ସେବାର ଶୁଭାରମ୍ଭ

IMG-20180324-WA0016ଏକ ସ୍ୱଚ୍ଛ ଆଇକନିକ୍ ସ୍ଥାନ ଭାବେ ପୁରୀ ସହରର ସାମଗ୍ରିକ ବିକାଶ ଉଦେ୍ଧଶ୍ୟରେ ନାଲ୍କୋ ପକ୍ଷରୁ ଖୋର୍ଦ୍ଧା ରେଲ୍ୱେ ଡିଭିଜନ୍ ସହ ମିଳିତ ଭାବେ ଆଜି ପୁରୀ ରେଲ୍ୱେ ଷ୍ଟେସନ୍ରେ ବିନା ମୂଲ୍ୟରେ ବ୍ୟାଟେରୀ-ଚାଳିତ ବାହନ ସେବାର ଶୁଭାରମ୍ଭ କରାଯାଇଛି । ବରିÂ ନାଗରିକ, ଭିନ୍ନକ୍ଷମ ତଥା ରୋଗୀ ଯାତ୍ରୀମାନଙ୍କ ପାଇଁ ଏହି ସେବା ଉଦ୍ଧିଷ୍ଟ ।
ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଖୋର୍ଦ୍ଧାର ଡିଭିଜନାଲ୍ ରେଲ୍ୱେ ମ୍ୟାନେଜର୍ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲ ପତାକା ଦେଖାଇ ଏହି ମାଗଣ ବ୍ୟାଟେରୀ-ପରିଚାଳିତ ବାହନ ସେବାର ଶୁଭାରମ୍ଭ କରିଥିଲେ । ପୁରୀକୁ ଆସୁଥିବା ଯାତ୍ରୀମାନଙ୍କୁ ଏହି ସେବା ଲାଭାନ୍ୱିତ କରିବ ।
ଏହି ଅବସରରେ, ନାଲ୍କୋର ଅଧ୍ୟକ୍ଷ ଡଃ ଚାନ୍ଦ କହିଲେ ଯେ, ନାଲ୍କୋ ଓଡ଼ିଶା ତଥା ସମଗ୍ର ଭାରତର ଗୌରବର ପ୍ରତୀକ । ବିନା ମୂଲ୍ୟରେ ବରିÂ ନାଗରିକ, ଭିନ୍ନକ୍ଷମ ତଥା ରୋଗୀ ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସେବା ପ୍ରଦାନ କରାଯିବ । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ୍ ନାଗରିକ ଭାବେ ନାଲ୍କୋ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଆଇକନିକ୍ ଯୋଜନା ଅଧିନରେ ପୁରୀର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁଛି । ଏହି ପଦକ୍ଷେପକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦେଇ ଡଃ ଚାନ୍ଦ କହିଲେ ଯେ ଭବିଷ୍ୟତରେ ଜଗନ୍ନାଥ ବଲ୍ଲଭ ରୋଡ୍ ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବ୍ୟାଟେରୀ-ଚାଳିତ ବାହନ ସେବାର ବ୍ୟବସ୍ଥା କରାଯିବ, ଯାହା କି ବଡ଼ ଦାଣ୍ଡରେ ଭିଡ଼ କମ କରିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ମନ୍ଦିର ଦର୍ଶନ ସୁଗମ କରିବ ।
ନାଲ୍କୋର ଏହି ମହତ ପଦକ୍ଷେପର ପ୍ରଶଂସା କରି ଖୋର୍ଦ୍ଧାର ଡିଭିଜନାଲ୍ ରେଲ୍ୱେ ମ୍ୟାନେଜର୍ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲ ଡଃ ତପନ କୁମାର ଚାନ୍ଦଙ୍କୁ ପୁରୀ, ଭୁବନେଶ୍ୱର ଓ କଟକ ରେଲ୍ୱେ ଷ୍ଟେସନ୍କୁ ବ୍ୟାଟେରୀ-ଚାଳିତ ବାହନ ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିଥିବାରୁ ସାଧୁବାଦ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଲେ ଯେ ଏହି ପଦକ୍ଷେପ ଦ୍ୱାରା ପୁରୀକୁ ଆସୁଥିବା ଲକ୍ଷାଧିକ ପର୍ଯ୍ୟଟକ ଲାଭାନ୍ୱିତ ହେବେ । ନାଲ୍କୋ ଅନେକ ସିଏସ୍ଆର୍ ପଦକ୍ଷେପ ଗ୍ରହଣ କରିବା ସହ ପୁରୀର ବିକାଶ ପାଇଁ ଅବଦାନ ଦେଉଥିବାରୁ ସେ କମ୍ପାନୀର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ, ରେଲ୍ୱେର ବରିÂ ଅଧିକାରୀ ଏବଂ ନାଲ୍କୋର ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ନାଲ୍କୋ ଏବଂ ରେଲ୍ୱେ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ସ୍ୱଚ୍ଛ ଆଇକନିକ ସ୍ଥାନ ପ୍ରକଳ୍ପ ଅଧିନରେ ନାଲ୍କୋ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥି ମଧ୍ୟରେ ଗାନ୍ଧୀ ପାର୍କ୍ର ବିକାଶ ଓ ସୌନ୍ଦର୍ଯ୍ୟକରଣ, ସମୂଦ୍ର କୂଳରେ ବହୁତଳ ପାର୍କିଂ ବ୍ୟବସ୍ଥା, ଜଗନ୍ନାଥ ମନ୍ଦିର ପରିସରରେ ନିଳାଦ୍ରୀ ବିହାର ସଂଗ୍ରହାଳୟର ନବୀକରଣ, ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା, ହେରିଟେଜ୍ କରିଡର୍ର ବିକାଶ ଆଦି ଅନ୍ତର୍ଭୂକ୍ତ ।

Share in top social networks!
Powered By Indic IME