ଚଳିତ ବଜେଟ୍‍ ଏକ ଦୂରଦୃଷ୍ଟିସଂପନ୍ନ ବଜେଟ୍‍: ବିଜେଡି

ଚଳିତ ରାଜ୍ୟ ବଜେଟ୍‍ ଏକ ଦୂରଦୃଷ୍ଟିସଂପନ୍ନ ବଜେଟ୍‍ । ଏଥିରେ ସବୁବର୍ଗର କଲ୍ୟାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହାସହିତ ରାଜ୍ୟର ଶକ୍ତି ଓ ସାମର୍ଥ୍ୟର ଉପଯୁକ୍ତ ବିନିଯୋଗ ନିମନ୍ତେ କାର୍ଯ୍ୟକ୍ରମ ରଖାଯାଇଛି । ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଏହା ଆହୁରି ତ୍ୱରାନ୍ୱିତ କରିବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

ରାଜ୍ୟ ସରକାର ଚଳିତ ଆର୍ଥôକ ବର୍ଷ ପାଇଁ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍‍ ବିଧାନସଭା ଗୃହରେ ଉପସ୍ଥାପନ କରିଛନ୍ତି, ଯାହା ଗତ ଆର୍ଥôକ ବର୍ଷର ବଜେଟ୍‍ ତୁଳନାରେ ୧୨.୩% ଅଧିକ । ଓଡ଼ିଶାକୁ ସାମଗ୍ରିକ ଭାବେ ସଶକ୍ତ କରି ଗଢ଼ି ତୋଳିବା ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଆଗତ କରିଥିବା ଏହି ବଜେଟ୍‍ର ମୂଳ ଲକ୍ଷ୍ୟ ହେଉଛି, ରାଜ୍ୟରେ ଆର୍ଥôକ ଅଭିବୃଦ୍ଧି ଓ ରାଜ୍ୟ ତଥା ରାଜ୍ୟବାସୀଙ୍କ ଆର୍ଥôକ ବିକାଶ ଘଟାଇବ । ବିଜୁ ଜନତା ଦଳ ପୂର୍ବରୁ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେ ସମସ୍ତ ପ୍ରତିଶ୍ରୁତି ବିଗତ ବଜେଟ୍‍ମାନଙ୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାହା
ପ୍ରତିଫଳିତ ହୋଇଆସିଛି । ଚଳିତ ବଜେଟ୍‍ର ରୂପରେଖରୁ ସ୍ପଷ୍ଟ ଜଣାପଡୁଛି ଯେ ଏଥର କୃଷି ଓ କୃଷକ, ଓଡ଼ିଆ ଭାଷା ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଛି । କୃଷି ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । କୃଷି ଉପରେ ଓଡ଼ିଶାର ପ୍ରାୟ ୭୦ ଭାଗ ଲୋକ ନିର୍ଭର କରନ୍ତି ।

ଏଣୁ କୃଷିକୁ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମେ ସ୍ୱତନ୍ତ୍ର କୃଷି ବଜେଟ୍‍ ୭୧୬୨ କୋଟି ଟଙ୍କାର ଉପସ୍ଥାପିତ ହୋଇଥିଲା । ଚଳିତ ଆର୍ଥôକ ବର୍ଷ ପାଇଁ ୧୩୦ ପ୍ରତିଶତ ବୃଦ୍ଧି କରି ୧୬,୭୬୫ କୋଟି ଟଙ୍କାର ସ୍ୱତନ୍ତ୍ର କୃଷି ବଜେଟ୍‍ ଉପସ୍ଥାପିତ ହୋଇଛି । ମାତ୍ର ୧ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଓ ତା’ଠାରୁ ଅଧିକ ପରିମାଣ ଋଣ ଲାଗି ୨ ପ୍ରତିଶତ ସୁଧ କୃଷକମାନେ ଦେବାକୁ ବଜେଟ୍‍ରେ ସରକାରଙ୍କ ଘୋଷଣା ପ୍ରତି କୃଷକଙ୍କ ମନୋବଳ ଦୃଢ଼ କରିବ । କୃଷି କ୍ଷେତ୍ରର ଆଧୁନିକୀକରଣ ସହ ଜଳସେଚନ ପାଇଁ ବିଶେଷ ବ୍ୟବସ୍ଥା ହୋଇଥିବାରୁ ଏହା ରାଜ୍ୟ ଅର୍ଥନୀତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ । ଉପସ୍ଥାପିତ
ବଜେଟ୍‍ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ କଲ୍ୟାଣ ନିମନ୍ତେ ବହୁତ ବ୍ୟୟବରାଦ କରାଯାଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ୩୦ଟି ଅଧିକ ଆଦର୍ଶ ସ୍କୁଲ ସ୍ଥାପନ କରିବା ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରିବା, ପ୍ରାୟ ୫୭ ଲକ୍ଷ କୃଷକଙ୍କ ସ୍ୱାସ୍ଥ୍ୟବୀମା ପାଇଁ ୯୦ କୋଟି ଟଙ୍କାର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବାଲେଶ୍ୱର ଓ ବଲାଙ୍ଗୀରରେ ୨ଟି ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲ ପାଇଁ ୩୬୫ କୋଟି ଟଙ୍କା ବରାଦ କରିବା ନିଶ୍ଚିତ ଭାବେ ପ୍ରମାଣ କରୁଛି ଯେ ଏହି ବଜେଟ୍‍ ଯେତିକି ଲୋକାଭିମୁଖୀ ସେତିକି ରାଜ୍ୟାଭିମୁଖୀ ଏବଂ ସମାନ ପରିମାଣରେ ରାଜ୍ୟବାସୀଙ୍କ ଅର୍ଥନୈତିକ ବିକାଶ ଅଭିମୁଖୀ ବଜେଟ୍‍ ।

ଏହା ଏକ ସ୍ୱୟଂସଂପୂର୍ଣ୍ଣ ବଜେଟ୍‍ । ଆମ ଗାଁ ଆମ ବିକାଶ ଯୋଜନା, ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା, ଛାତ୍ରବୃତ୍ତି, ମତ୍ସ୍ୟଚାଷ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲାଗି ବଜେଟ୍‍ରେ ଉଦ୍ୟମ କରାଯାଇଛି । ବିଶେଷକରି ମହିଳାଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟସେବା ଏବଂ ଯୁବତୀଯୁବକମାନଙ୍କ ଦକ୍ଷତା ବୃଦ୍ଧି ଓ ନିୟୋଜନିୟତା ବଢ଼ାଇବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କରିବା କ୍ଷେତ୍ରରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ବିଜୁ ଜନତା ଦଳ ସରକାର ଗଠନ ହେବା ପରେ ଦଳର ଇସ୍ତାହାରକୁ ରାଜ୍ୟ ସରକାର ସଂକଳ୍ପଭାବେ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରାଇବାକୁ କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି । ସବୁ କ୍ଷେତ୍ରରେ ଓଡ଼ିଶାକୁ ସଶକ୍ତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ, ଯାହା ଆଜି ଆଗତ ହୋଇଥିବା ବଜେଟ୍‍ରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!
Powered By Indic IME