୨୦୧୯ରେ ସାଧାରଣ ନିର୍ବାଚନ ଲଢିବ ‘ମିଶନ୍ ଜଷ୍ଟିସ୍’

IMG_6166
ରାଜ୍ୟରେ ସାମାଜିକ, ଆର୍ଥନୈତିକ ଓ ରାଜନୈତିକ ଅନ୍ୟାୟ ବିରୋଧରେ ଦୀର୍ଘ ଛଅ ବର୍ଷ ଧରି ସ୍ୱର ଉଠାଉଥିବା ରାଜନୈତିକ ସଂଗଠନ ‘ମିଶନ ଜଷ୍ଟିସ୍’ ଆଜି ଠାରୁ ଏକ ରାଜନୈତିକ ଦଳ ଭାବେ ଉଭା ହୋଇଛି । ଆଜି ଶହୀଦ ଦିବସ ଅବସରରେ ଭୂବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହା ବିଧିବଦ୍ଧ ଭାବେ ମିଶନ ଜଷ୍ଟିସ୍ ର ପ୍ରତିÂାତା ତପନ ପାଢୀ ଘୋଷଣା କରିଛନ୍ତିା
ଦେଶର ବର୍ତମାନର ସାମାଜିକ, ଆର୍ଥନୈତିକ ଓ ରାଜନୈତିକ ଅନ୍ୟାୟର ବାତାବରଣ ଭିତରେ ସାଧାରଣ ନାଗରିକ ଘାଂଟି ହୋଇଗଲାଣି । ଏଥିରୁ ନିସ୍ତାର ଓ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ଏକ ରାଜନୈତିକ ଦଳର ଆବଶ୍ୟକତା ରହିଛି ବୋଲି ମିଶନ ଜଷ୍ଟିସ ପ୍ରତିÂାତା ତପନ ପାଢୀ କହିଛନ୍ତି । ଏହି ଦଳ ଜାତୀୟସ୍ତରରେ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରିଛି । ମିଶନ ଜଷ୍ଟିସ୍ର ପାଂଚଟି ମୁଖ୍ୟ ଲକ୍ଷ୍ୟ ରହିଛି । ଶହୀଦ ଭଗତ ସିଂହ ଓ ନେତାଜୀ ସୁଭାଷ ବୋଷ୍ଙ୍କ ସ୍ୱପ୍ନର ଭାରତ ପ୍ରତିÂା, ସମସ୍ତଙ୍କ ପାଇଁ ନ୍ୟାୟ, ଉତରଦାୟୀ ରାଜନୀତି, ପ୍ରୟୋଗାତ୍ମକ ଗଣତନ୍ତ୍ର ଓ ସ୍ୱେଚ୍ଛାସେବୀ ଲଢୁଆ କର୍ମୀଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଆଦି ଲକ୍ଷ୍ୟରେ କାମ କରିବ ।
ଆସନ୍ତା ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମିଶନ ଜଷ୍ଟିସ୍ ତାର ନିଜର ପ୍ରାର୍ଥୀ ଦେବ । ଖୁବ ଶୀଘ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ପଂଜିକରଣ ପାଇଁ ଦରଖାସ୍ତ କରାଯିବ ବୋଲି ଶ୍ରୀ ପାଢୀ ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME