ଶିକ୍ଷା ଓ ସାଂସ୍କୃତିକ ସହଯୋଗିତା ପାଇଁ ବ୍ରିଟିଶ୍ କାଉନ୍ସିଲ୍ ସହ ଏମ୍ଓୟୁ ସ୍ୱାକ୍ଷର କଲା ଓଡ଼ିଶା

VIV_6235 ଶିକ୍ଷାଗତ ଓ ସାଂସ୍କୃତିକ ସହଯୋଗିତା ସୁଦୃଢ଼ ଉଦେ୍ଧଶ୍ୟରେ ବ୍ରିଟିଶ୍ କାଉନ୍ସିଲ୍ ଆଜି ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି । ଭୁବନେଶ୍ୱରସ୍ଥିତ ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟଠାରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭାରତରେ ଅବସ୍ଥାପିତ ବ୍ରିଟିଶ୍ ହାଇ କମିସନର୍ ସାର୍ ଡୋମିନିକ୍ ଆସ୍କ୍ୱିଥ୍ କେସିଏମ୍ଜିଙ୍କ ଉପସ୍ଥିତିରେ ବ୍ରିଟିଶ୍ କାଉନ୍ସିଲ୍ ଇଣ୍ଡିଆ ନିଦେ୍ର୍ଧଶକ ଆଲାନ୍ ଗେମେଲ୍ ଓବେ ଏବଂ ଜି.ବି ରେଡି, ଓଏସ୍ଡି ଏବଂ ସ୍ପେଶାଲ ସେକ୍ରେଟେରୀ ଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
ଚଳିତ ବର୍ଷ ଭାରତରେ ବ୍ରିଟିଶ୍ କାଉନ୍ସିଲ୍ର ୭୦ତମ ବର୍ଷ ପୂରଣ ହୋଇଛି । ଏ ଉପଲକ୍ଷେ ବ୍ରିଟିଶ୍ କାଉନ୍ସିଲ୍ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଓ ଜ୍ଞାନ ବିକାଶ, ଯୁବଗୋÂୀଙ୍କ ପାଇଁ ସୁଯୋଗରେ ସୁଧାର, ଗୁଣାତ୍ମକ ଶିକ୍ଷା ଓ ଉଚ୍ଚଶିକ୍ଷା, ଯୁବଗୋÂୀ, କଳାକାର ଓ ସାଂସ୍କୃତିକ ସମୁଦାୟଙ୍କ ଦକ୍ଷତା ବିକାଶ ଭଳି ଦିଗରେ ସହାୟତା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଶା ରଖିଛି ।
ଆଲାନ୍ ଗେମେଲ୍ ଓବେ, ନିଦେ୍ର୍ଧଶକ, ବ୍ରିଟିଶ୍ କାଉନ୍ସିଲ୍ ଇଣ୍ଡିଆ କହିଲେ, “ଆମ ସଂସ୍ଥା ଭାରତରେ ୭୦ତମ ବର୍ଷ ପାଳନ କରୁଥିବା ସମୟରେ ଓଡ଼ିଶାରେ ବ୍ରିଟିଶ୍ କାଉନ୍ସିଲ୍ର କାର୍ଯ୍ୟକୁ ଏକ ଦୀର୍ଘସ୍ଥାୟୀ ପଥରେ ତ୍ୱରାନ୍ୱିତ କରିବା ପାଇର୍ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧର ପ୍ରତୁ୍ୟତର ଦେବାକୁ ମୁଁ ଆନନ୍ଦିତ । ଗତ ୭୦ ବର୍ଷ ମଧ୍ୟରେ ପ୍ରତିଦିନ ଆମେ ଭାରତ ଓ ବିଶ୍ୱର ଅନ୍ୟ ରାଷ୍ଟ୍ର ଦ୍ୱାରା ପ୍ରୋତ୍ସାହିତ ହୋଇଛୁ । ଭାରତୀୟ ଅର୍ଥନୀତିକୁ ସମୃଦ୍ଧ କରିଥିବା ଓଡ଼ିଶାର କଳାକାର, ଯୁବଗୋÂୀ, ଶିକ୍ଷକ ଏବଂ ଏହାର ଶିକ୍ଷାନୁÂାନର କ୍ରିଏଟିଭିଟି ଓ ପ୍ରତିଭାଙ୍କ ଦ୍ୱାରା ପ୍ରେରଣା ପାଇବାକୁ ଲକ୍ଷ୍ୟ ରଖିଛୁ । ଆଜି ସ୍ୱାକ୍ଷରିତ ହୋଇଥିବା ଏହି ଏମ୍ଓୟୁ ଜରିଆରେ ଆମେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉତମ ପାଠପଢ଼ା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗିତା ଏବଂ ଓଡ଼ିଶା ଓ ଇଂଲଣ୍ଡ ମଧ୍ୟରେ ସାଂସ୍କୃତିକ ସହଯୋଗିତା ମାଧ୍ୟମରେ ରାଜ୍ୟର ଯୁବଗୋÂୀଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଯୁକ୍ତିକ୍ଷମ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ରଖିଥିବା ଭିଜନ୍ ଦିଗରେ ସହାୟକ ହେବୁ ବୋଲି ଆଶା କରୁଛୁ ।’’
ସରକାରୀ ସ୍କୁଲ୍ ସମେତ ଅନ୍ୟ ସ୍କୁଲ୍ର ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରି ବ୍ରିଟିଶ୍ କାଉନ୍ସିଲ୍ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ (ମାଇଁ ସ୍କୁଲ୍) କାର୍ଯ୍ୟକ୍ରମକୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଏମ୍ଓୟୁର ଫଳସ୍ୱରୂପ ବ୍ରିଟିଶ୍ କାଉନ୍ସିଲ୍ ରାଜ୍ୟରେ ନିଜର ପୁରୁଣା କାର୍ଯ୍ୟକୁ ସମ୍ପ୍ରସାରଣ କରିବାକୁ ଆଶା ରଖିଛି । ନିକଟ ଅତୀତରେ ଏହା ୨୩ ସ୍କୁଲ୍କୁ ଆନ୍ତର୍ଜାତିକ ସ୍କୁଲ୍ ଲିଙ୍କ୍ ପ୍ରଦାନ କରି ପ୍ରାୟ ୧୮,୦୦୦ରୁ ଅଧିକ ବିଦ୍ୟାର୍ଥୀ ଏବଂ ୧୦୦ରୁ ଅଧିକ ଶିକ୍ଷକଙ୍କୁ ଉପକୃତ କରାଇଛି । ଓଡ଼ିଶାର ୩ଟି ସହରର ପ୍ରମୁଖ ବିଶ୍ୱବିଦ୍ୟାଳୟ, କଲେଜ୍, ସ୍ୱୟଂଶାସିତ ଅନୁÂାନ, ଦକ୍ଷତା ପ୍ରତିÂାନ ଓ ସ୍କୁଲ୍ରେ ୨,୫୦୦ ଆନ୍ତର୍ଜାତିକ ପରୀକ୍ଷା ପରିଚାଳନା କରିଛି । ୟୁକେ ଇଣ୍ଡିଆ ଏଜୁକେସନ୍ ରିସର୍ଚ୍ଚ ଇନିସିଏଟିଭ୍ (ୟୁକେଆଇଇଆର୍ଆଇ), ନୁ୍ୟଟନ୍ ଭାବା ଆଣ୍ଡ ସୋସିଆଲ୍ ଏଟଂରପ୍ରାଇଜ୍ ପ୍ରୋଗ୍ରାମ୍ ଜରିଆରେ ଓଡ଼ିଶାର (ଉଭୟ ସରକାରୀ ଓ ଘରୋଇ) ଉଚ୍ଚଶିକ୍ଷା ଅନୁÂାନରୁ ୧୪ ଜଣ ରିସର୍ଚ୍ଚ ପାର୍ଟନରସିପ୍ ପୁରସ୍କୃତ ହୋଇଛନ୍ତି ।
ଉଚ୍ଚଶିକ୍ଷା ଏବଂ କମନ୍ୱେଲ୍ଥ ଚେଭେନିଂ, ଗ୍ରେଟ୍ ଓ ଜୁବିଲି ଭଳି ସ୍କଲାରସିପ୍ ଜରିଆରେ ପେସାଦାର କୋର୍ସ ପାଇଁ ରାଜ୍ୟର ଯୁବ ଗବେଷକ ଓ ବିଦ୍ୟାର୍ଥୀମାନେ ନିୟମିତ ଭାବେ ୟୁକେ ଯାତ୍ରା କରୁଛନ୍ତି । ୟୁକେ ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ବି୍ରଟିଶ୍ କାଉନ୍ସିଲ୍ ଇଣ୍ଡିଆ ମାର୍କେଟିଂ କରୁଛି ଏବଂ ୨୦୧୫ରେ ଏହା ଓଡ଼ିଶାକୁ ଏକ ପ୍ରାଥମିକ ରାଜ୍ୟ ଭାବେ ପ୍ରଦର୍ଶିତ କରିଛି ।
ରାଜ୍ୟର ବିଦ୍ୟାର୍ଥୀଙ୍କ ଇଂରାଜୀରେ ସୁଧାର ଆଣିବା ପାଇଁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ର ଇଂରାଜୀ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଶିକ୍ଷକ ବିକାଶ ଶିକ୍ଷାନୁÂାନ ଭଳି କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ସମ୍ଭାବ୍ୟ ସହଯୋଗିତା ହୋଇପାରିବ ।

Share in top social networks!
Powered By Indic IME