ଚଳିତ ରାଜ୍ୟ ବଜେଟ୍ ଏକ ଅସ୍ତଗାମୀ ବଜେଟ୍: ବିଜେପି

PC_Bhrugu Baxipatra_23-03-2018 (2)
 ଅର୍ଥମନ୍ତ୍ରୀ ରାଜ୍ୟ ସରକାରଙ୍କର ବିଫଳତାର ପ୍ରମାଣର ଦସ୍ତାବିଜ ବିଧାନସଭାରେ ଉପସ୍ଥାପିତ କରିଛନ୍ତି
 ରାଜ୍ୟର ବଜେଟ ବଢୁଥିଲା ବେଳେ ଓଡିଶାର ନିଜସ୍ୱ ରୋଜଗାର ବା ନିଜସ୍ୱ ଅବଦାନ କମୁଛି ଯାହା ଏକ ଚିନ୍ତାଜନକ ବିଷୟ
 ଗତ ବଜେଟରେ କେନ୍ଦ୍ରୀୟ ଅନୁଦାନ ଏବଂ ଟିକସ ଅଂଶ ୫୨,୬୩୨ କୋଟି ଥିଲାବେଳେ ଚଳିତ ବଜେଟରେ ଏହା ବଢି ୬୧,୩୫୦ କୋଟିରେ ପହଂଚିଛି
 ରାଜ୍ୟର ନିଜସ୍ୱ ଆୟ ୩୮,୮୫୦ କୋଟି ହୋଇଥିଲାବେଳେ ଏହା ଦରମା ପେନସନ ଏବଂ ଋଣ ପଇଠ ବାବଦରେ ହେଉଥିବା ଖର୍ଚକୁ ବି ନିଅଂଟ

ଓଡିଶା ସରକାରଙ୍କ ଆଜିର ବଜେଟ ଅସ୍ତଗାମୀ ବଜେଟ୍ । ଏହି ବଜେଟ୍ ଅତ୍ୟନ୍ତ ଦିଶାହୀନ ଏବଂ ନୈରାଶ୍ୟଜନକ । ରାଜ୍ୟ ସରକାର ଚଳିତ ବଜେଟ ଦ୍ୱାରା ସାଧାରଣ ଜନତାଙ୍କୁ ପୁଣି ଥରେ ବିଭ୍ରାନ୍ତି କରାଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷର ବଜେଟରେ ବି କୌଣସି ନୂତନତ୍ୱ ନାହିଁ । ଏହି ବଜେଟ୍ରେ ରାଜ୍ୟରେ ଚାଷୀମାନଙ୍କର ସମସ୍ୟା ଦୂର ହେବ ନାହିଁ । ରାଜ୍ୟ ରେ ଶିକ୍ଷିତ ବେକାର ଯୁବକ ଯୁବତୀ ଥିବା ସତ୍ୱେ କୈ÷ାଣସି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ନାହିଁ । ଏପରିକି ଏହି ବଜେଟ୍ରେ ସାମାଜିକ ନିରାପତା ବାବଦରେ କୈଣସି ଅର୍ଥ ଦିଆଯାଇ ନାହିଁ । ରାଜ୍ୟର ମହିଳା, ଯୁବକ ,ଚାଷୀ , ଅନୁସୂଚିତ ଜାତି ଓ ଜନଜାତି ତଥା ସାଧାରଣ ଜନତାଙ୍କ ପାଇଁ ଏହା ଅତ୍ୟନ୍ତ ନୈରାଶ୍ୟଜନକ । ରାଜ୍ୟ ସରକାର ଯାହା ପ୍ରତିଶୃତ ଦେଇଥିଲେ ତାହା ପୂରଣ କରିବା ପାଇଁ ପ୍ରୟାଶ ନକରି କେବଳ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥୀକ ବର୍ଷକୁୁ ତୁଳନା କଲେ ଜଣାଯିବ ଯେ, ଗତବର୍ଷ ୧ଲକ୍ଷ ୬ ହଜାର ୯ ଶହ ୧୧ କୋଟି ଟଙ୍କାର ବଜେଟ ଥିବା ବେଳେ ଚଳିତ ବର୍ଷର ବଜେଟ୍ ୧ ଲକ୍ଷ ୨୦ହଜାର ୨୮ କୋଟି ଟଙ୍କା ରହିଛି । ଏହି ବଜେଟ୍ ମଧ୍ୟରୁ କେନ୍ଦ୍ର ସରକାରଙ୍କ ସେୟାର ହେଉଛି ୫୧.୧୧ ପ୍ରତିଶତ ଅର୍ଥାତ୍ ୬୧ ହଜାର ୩୫୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ସେୟାର ହେଉଛି ୩୨.୩୬ ଅର୍ଥାତ୍ ୩୮ ହଜାର ୮୨୫ କୋଟି ଟଙ୍କା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାର କେବଳ କେନ୍ଦ୍ର ସରକାରଙ୍କ ଅର୍ଥରେ ନିଜ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଗତବର୍ଷ ରାଜ୍ୟ ଭାଗ ୩୪ ପ୍ରତିଶତ ଥିବାବେଳେ ଚଳିତ ବର୍ଷର ୩୨ ପ୍ରତିଶତକୁ ଖସିଯାଇଛି । ରାଜ୍ୟର ବଜେଟ୍ ବଢୁଥିବା ବେଳେ ରାଜ୍ୟର ଭାଗ ମଧ୍ୟ ତଳକୁ ଖସୁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟର ରାଜସ୍ୱ ଖସ୍ୁଛି ଏବଂ ଏହାକୁ ସଜାଡିବା ପାଇଁ ସରକାରଙ୍କ ପାଖରେ କୌଣସି ରଣନୀତି ନାହିଁ ।
ରାଜ୍ୟର ଋଣ ଭାର ବଢୁଛି । ସମୁଦାୟ ରୁଣ ଭାର ହେଉଛି ୮୦ହଜାର କୋଟି ଟଙ୍କା । ରାଜ୍ୟର ଲୋକସଂଖ୍ୟା ୪ କୋଟି ହୋଇଥିବାବେଳେ ମୁଣ୍ଡ ପିଛା ରୁଣ ଆସି ୨୦ ହଜାର ଟଙ୍କା ଛୁଇଁଲାଣି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
(ପୃÂା: ୧/୨)
ସାଧାରଣ ବଜେଟରେ ଅନ୍ୟରାଜ୍ୟମାନଙ୍କରେ ରୋଜଗାର ଅଧିକ ସେୟାର ବଢିବାବେଳେ ଓଡିଶାର ରୋଜଗାର କମୁଛି । ରାଜ୍ୟରେ ବଜେଟ୍ ବଢୁଛି କିନ୍ତୁ ସେୟାର କମୁଛି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକରାଙ୍କ ସେୟାର ୫୨ ହଜାର ୬୩୨ କୋଟି ଟଙ୍କାରୁ ବୃଦ୍ଧି ପାଇ ଚଳିତ ବର୍ଷ ୬୧ ହଜାର ୩୫୦ କୋଟିରେ ପହଂଚିଛି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ବଡ ଦୁଃଖର କଥା ଯେ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବଜେଟ ରାଶିରୁ ୫୧ ହଜାର କୋଟି ଟଙ୍କା ହେଉଛି ଦରମା, ପେନସନ ଏବଂ ଋଣ ପଇଠବାବଦରେ ଖର୍ଚ । ରାଜ୍ୟର ନିଜସ୍ୱ ଆୟ ୩୮,୮୫୦ କୋଟି ହୋଇଥିଲାବେଳେ ଏହା ଦରମା ପେନସନ ବାବଦରେ ହେଉଥିବା ଖର୍ଚକୁ ବି ନିଅଂଟ ।
ଗତ ବର୍ଷ ରାଜ୍ୟ ସରକାରଙ୍କ ନିଜସ୍ୱ । ୩୧ଟି ଯୋଜନରେ ବ୍ୟୟ ବରାଦ କେବଳ ମାତ୍ର ୩ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଏହି ଯୋଜନା ମାନଙ୍କ ପାଇଁ କେତେ ଅର୍ଥ ବିନିଯୋଗ କରାଯିବ ଅର୍ଥମନ୍ତ୍ରୀ ତାହା ସ୍ପଷ୍ଟକଲେ ନାହିଁ । ଏନେଇ ରାଜ୍ୟସରକାର ନିଜସ୍ୱ ଯୋଜନା ଏବଂ ଏହାର ବ୍ୟୟ ବରାଦ ବାବଦରେ ତୁରନ୍ତ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।
ଓଡିଶା ଏକ କୃଷିଭିତିକ ରାଜ୍ୟ ବୋଲି ରାଜ୍ୟ ସରକାର ଗତକାଲି ଅର୍ଥନ÷÷ତିକ ସର୍ଭେ ରିପୋର୍ଟରେ ପ୍ରକାଶ କରି୍ଥିବାବେଳେ ରାଜ୍ୟର କୃଷିଭିତିକ ରୋଜଗାରରେ ୬୨ ପ୍ରତିଶତରୁ ହ୍ରାସ ପାଇ ୨୦ ପ୍ରତିଶତରେ ଆସି ପହଂଚିଛି । ସେହିପରି ଉପôାଦନ (ଗବଦ୍ଭଙ୍କଲବମଗ୍ଧଙ୍କrସଦ୍ଭଶ) ୪୦ ପ୍ରତିଶତ ଅଂଶଧନରୁ ୩୪ ପ୍ରତିଶତକୁ ହ୍ରାସ ପାଇଛି । ଓଡିଶାରେ ୧୦ଲକ୍ଷ ହେକ୍ଟର ଜଳସେଚନ କରିବାର ପ୍ରତିଶୃତିରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ଦେଶରେ ୪୮ ପ୍ରତିଶତ ଚାଷ ଜମି ଜଳସେଚିତ ହୋଇଥିବାବେଳେ ଓଡିଶାରେ କେବଳ ୨୯ ପ୍ରତିଶତ ଜମି ଜଳସେଚିତ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଶୀତଳଭଣ୍ଡାର ପ୍ରତିÂା କରିବାର ବହୁ ବାର ପ୍ରତିଶୃତି ଦେବା ପରେ ବି ରାଜ୍ୟ ସରକାର ଚଳିତ ବଜେଟରେ କୈାଣସି ଅର୍ଥ ବ୍ୟୟବରାଦ କରିନାହାଁନ୍ତି । ଶାସକ ବିଜେଡି ପ୍ରତି ବକ୍ଲରେ ଶୀତଳ ଭଣ୍ଡାର ପ୍ରତିÂା ନେଇ ଘୋଷଣା କରିଥିବା ସତ୍ୱେ କେବଳ ୭ଟି ବ୍ଲକରେ ଏହା ସମ୍ଭବ ହୋଇପାରିଛି । ସେହିପରି ସବୁ ଗ୍ରାମ ପଂଚାୟତରେ ଶସ୍ୟାଗାର ଖୋଲିବାର ପ୍ରତିଶୃତି ଆଜି କେବଳ ଘେଷଣାରେ ସୀମିତ ରହିଛି । ୨୦୧୪ ନିର୍ବାଚନୀ ଶ୍ୱେତପତ୍ରରେ ଘୋଷଣା କରାଯାଇଥିବା କେବିକେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ୫ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ବ୍ୟୟ ବରାଦ ହେଲା ନାହିଁ ।
ବିଜୁପକ୍କା ଘର ନିମନ୍ତେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର କୌଣସି ଅର୍ଥ ଅଟକଳ ନକରି ଓଡିଶାର ଗରୀବ ଜନସାଧାରଣଙ୍କୁ ପୁର୍ନବାର ଧୋକା ଦେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME