ଆମାଜନ୍ କେଡିପି ସହାୟତାରେ ଶତାଧିକ ଫାଷ୍ଟ୍ ଟାଇମ୍ ଲେଖକଙ୍କ ଲେଖା ‘ୱାଡସ୍ୱର୍ଥର୍ି’ରେ ପ୍ରକାଶିତ

ଆମାଜନ ପକ୍ଷରୁ ଆରମ୍ଭ ହୋଇଥିବା ଅଲ୍- କିଣ୍ଡଲେ ଡାଇରେକ୍ଟ ପବ୍ଲିସିଂ ଅନନ୍ୟ ପ୍ରୟାସ ମାଧ୍ୟମରେ ଶତାଧିକ ଫାଷ୍ଟା-ଟାଇମ୍ ଲେଖକ ସେମାନଙ୍କର ଲେଖା ‘ୱାଡସ୍ୱର୍ଥର୍ି’ ସର୍ଟ ଷ୍ଟୋରୀ କଂଟେଟ୍ରେ ପ୍ରକାଶିତ କରାଇ ପାରିଛନ୍ତି । ଏହା ଦି ହିନ୍ଦୁ ଲିଟ୍ ଫର୍ ଲାଇଫ୍ ସାହିତ୍ୟ ଅନୁÂାନ ସହାୟତାରେ ମିଳିତ ଭାବେ କାର୍ଯ୍ୟ କରୁଛି । ବାଙ୍ଗାଲୋର୍ର ଜଣେ ବିକ୍ରେତା ଲେଖକର ମାନ୍ୟତା ହାସଲ କରିବା ସହିତ ତାଙ୍କ ପୁସ୍ତକ ଜାଇରା ପ୍ରକାଶିତ କରାଇ ପୁରସ୍କାର ଜିଣି ପାରିଛନ୍ତି । ଏହି ଅବସରରେ ଶତାଧିକ ଲିଟ୍ରେଚର, ଫିକସନ୍, ସାଇନ୍ସ୍ ଓ ଫାଂଟାସି, ରୋମାନ୍ସ ଆଦି ପୁସ୍ତକ ପ୍ରକାଶିତ ହୋଇପାରିଛି । ଖ୍ୟାତି ସମ୍ପନ୍ନ ଲେଖକ ରଶ୍ମୀ ବଂସାଲ୍ ଚୂଡ଼ାନ୍ତ ବିଜେତାଙ୍କୁ ଚୟନ କରିବା ସହିତ କିଣ୍ଡଲେ ଓଏସିସ୍ ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ସର୍ଟ ଷ୍ଟୋରୀ କଂଟେଟ୍ରେ ୨୭ ବର୍ଷ ବୟସ୍କ କୋଜିକାଡେ ଆଇଆଇଏମ୍ ଶିକ୍ଷାର୍ଥୀ ଜାଏରେ ପୁସ୍ତକ ଲେଖି ବିଜେତା ଘୋଷିତ ହୋଇଛନ୍ତି । ହଜାର ହଜାର ପୁସ୍ତକକୁ ୪.୫ ଷ୍ଟାର ରେଟିଂ ମିଳିଥିବାବେଳେ କେଡିପିରେ ୨୦୧୮ ଜାନୁୟାରୀ ୧୪ଠାରୁ ୨୦୧୮ ଫେବୃୟାରୀ ୧୩ ମଧ୍ୟରେ ୨,୦୦୦ରୁ ୫,୦୦୦ ଶବ୍ଦ ମଧ୍ୟରେ ଅନେକ ଷ୍ଟୋରୀ ପ୍ରକାଶିତ ୪୯ ଟଙ୍କାରେ ଇ-ବୁକ୍ ମଧ୍ୟରେ ପଞ୍ଜିକୃତ ହୋଇଛି ।

ଏହି ଆପ୍କୁ ଆଇ-ଫୋନ୍, ଆଇ-ପ୍ୟାଡ୍, ଆଣ୍ଡ୍ରଏଡ୍ ଫୋନ୍, ଟ୍ୟାବଲେଟ୍, ପିସି, ମ୍ୟାକ୍, କିଣ୍ଡଲେ ଇ-ରିଡର ଦ୍ୱାରା ପ୍ରକାଶିତ କରିହେବ ।

ଏହି ଅବସରରେ ଜାଏରାର ଲେଖକ ଜିଥିନ୍ କହିଲେ, “କେଡିପି ୱାଡସ୍ ୱର୍ଥି କଂଟେଟ୍ରେ ସ୍ଥାନ ପାଇଥିବାରୁ ମୁ ଁବେଶ୍ ଆନନ୍ଦିତ । ଏହି ପ୍ଳାଟଫର୍ମ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରି ପାରିଛି ।” ସର୍ଟ ଷ୍ଟୋରୀ ଏଂଟ୍ରି ମଧ୍ୟରେ ଏମ୍. କାର୍ତିକ ସନ୍ତୋଷଙ୍କ ପୁସ୍ତକ ଦୌପଦୀ ଇନ୍ ବ୍ରଥେଲ୍ ହାଉସ୍, ନୃପାଲ ଦାସଙ୍କ ଦି ବୟ, ବିଜୟ ଦାସଙ୍କ ପୁସ୍ତକ ଦି ପିଜନସ୍ ନେଷ୍ଟ ଆଦି ସ୍ଥାନ ପାଇଛି ।

କିଣ୍ଡଲେ ଡାଇରେକ୍ଟ ପବ୍ଲିଶିଂ(କେଡିପି) ମାଧ୍ୟମରେ ସର୍ଟ ଷ୍ଟୋରୀ ପବ୍ଲାସ୍ କରାଯିବା ସହିତ ଏହାର ୭୦ ପ୍ରତି ରୟାଲିଟି ଲେଖକଙ୍କ ପାଚୁ ଯାଇପାରୁଛି । ଏହାଦ୍ୱାରା ଲେଖକ ଅଧିକ ପାଠକଙ୍କ ନିକଟରେ ପହଂଚି ପାରୁଛନ୍ତି । ଆମାଜନର ନିଜସ୍ୱ ଉପôାଦ ମଧ୍ୟରେ ଏଡବ୍ଲୁ୍ରଏସ୍, କିଣ୍ଡଲେ, ଫାୟାର୍, ଟ୍ୟାବଲେଟ୍, ଫାୟାର୍ ଟିଭି, ଅମାଜନ୍ ଇକୋ, ଆଲେକ୍ସା ପ୍ରଭୃତି ବିଶେଷ ଖ୍ୟାତି ହାସଲ କରିପାରିଛି ।

Share in top social networks!
Powered By Indic IME