ସରକାରଙ୍କ ବିଫଳତା ଏବଂ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

BJP_LP_Meeting_19-03-2018 (2) ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସ୍ୱର ଉଠାଇବ । ମୁଖ୍ୟତଃ ରାଜ୍ୟରେ ଚାଷ ଓ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରି ବିଜେପି ବିଧାୟକ ମାନେ ରାଜ୍ୟସରକାରଙ୍କୁ ଘେରିବେ । ରାଜ୍ୟରେ ଦିନକୁ ଦିନ ଋଣଭାର ଏବଂ ଫସଲ ହାନୀ ହେବା କାରଣରୁ ଅନେକ ଚାଷୀ ଆତ୍ନହତ୍ୟା କରୁଛନ୍ତି । ସେହିପରି ଚାଷୀ ମାନଙ୍କୁ ଇନପୁଟ ସବସିଡି ସଠିକ ଭାବେ ବଂଟନ କରାଯାଉନାହିଁ । ପ୍ରଧାନମନ୍ତ୍ରଙ୍କ ଚାଷୀ ବୀମା ଯୋଜନାରେ ଅର୍ନ୍ତଭୃକ୍ତ ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଶସ୍ୟବୀମା ମିଳିନାହିଁ । ଏହି ସବୁ ପ୍ରସଙ୍ଗର ସ୍ଥାୟୀ ସମାଧାନ ପାଇଁ ବିଜେପି ପକ୍ଷରୁ ଗୃହରେ ପ୍ରସ୍ତାବ ରଖାଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଧାୟକଦଳ ବୈଠକ ପରେ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ରାଜନୈତିକ ଉଦେ୍ଧଶ୍ୟ ରଖି ଶାସକ ଦଳର ନେତାମାନେ ବିରୋଧୀଙ୍କ ଉପରେ ହିଂସ୍ର ମନୋଭାବ ପ୍ରଦର୍ଶନ କରୁଛନ୍ତି । ଏମିତିିକି ଶାସକ ବିଜେଡି କେବଳ ହୀନ ରାଜନୀତି କରିବା ପାଇଁ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଚାଲିଛି । ରାଜ୍ୟରେ ମହିଳାମାନେ ନିଜକୁ ସୁରକ୍ଷିତ ମଣୁଛନ୍ତି । ଖୋଦ୍ ଶାସକ ଦଳର ନେତାମାନେ ହିଁ ମହିଳାଙ୍କ ସହ ଅସଦାଚରଣ କରିବାକୁ ଆଗେଇ ଆସୁଛନ୍ତି । ଦଳିତ ନିରୀହ ଆଦିବାସୀ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହି ସମସ୍ତ ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବ । ଗୃହରେ ଗୁମଡୁମାହା ଘଟଣାର ତଦନ୍ତ ରିପୋର୍ଟ ଏବଂ କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି କରାଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟରେ ପାନୀୟ ଜଳର ସମସ୍ୟା ଏକ ଉକ୍ରଟ ରୂପ ଧାରଣ କରିଛି । ଖରାର ତାପମାତ୍ରା ବୃଦ୍ଧି ପାଇବାରୁ ଲେକେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାନୀୟ ଜଳ ବିତରଣ ପାଇଁ ସରକାର କୈାଣସି ଯୋଜନା କରିନଥିବାରୁ ପାଣି ପାଇଁ ସାଧାରଣ ଲୋକମାନେ ମାଇଲ ମାଇଲ ଦୂରକୁ ଯାଉଛନ୍ତି । ଏମିତିକି ଖୋଦ୍ ରାଜଧାନୀରେ ମଧ୍ୟ ପାଣିର ସମସ୍ୟା ଦେଖାଦେଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ବିଜୁଯୁବ ବାହିନୀ ନାମରେ ରାଜନୈତିକ ସଂଗଠନ ଗଠନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯୁବକମାନଙ୍କ ପାଇଁ କୈାଣସି ନିଯୁକ୍ତି ସୃଷ୍ଟି ନକରି କେବଳ ରାଜନୈତିକ ଫାଇଦା ପାଇଁ ସରକାର ଶିକ୍ଷିତ ଯୁବକମାନଙ୍କୁ ବିଭ୍ରାନ୍ତି କରାଉଛନ୍ତି । ଏହାର ବିରୁଦ୍ଧରେ ବିଜେପି ନିଜର ପକ୍ଷ ରଖିବ ।
ସେହିପରି ଅସାଧୁ ବାଲି ମାଫିଆ, ନକଲି ଲିଜ୍ ଧାରୀ ଖଣି ମାଫିଆ, ଟେଂଡର ଫିକ୍ସିଙ୍ଗ ଓ ପିସି କାରବାର ବିରୁଦ୍ଧରେ ସରକାରଙ୍କୁ ପ୍ରଶ୍ନ ପଚାରିବ ବିଜେପି ବିଧାୟକ ଦଳ ।
ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ଅନିୟମିତତା, ବିରୋଧୀ ଜିଲ୍ଲାପରିଷଦମାନଙ୍କୁ ଅବହେଳା କରିବା, ହକି ସ୍ପନସରସିପ୍ ପାଇଁ ୧୫୦ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବା ଆଦି ପ୍ରସଙ୍ଗରେ ଗୃହରେ ଆଲୋଚନା ହେବ ବୋଲି ଶ୍ରୀ ପୁରୋହିତ ସୁଚନା ଦେଇ କହିଛନ୍ତି ।
ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଅନୁÂିତ ହୋଇଥିବା ବିଧାୟକ ଦଳ ନେତା ବୈଠକରେ ବିଧାୟକ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା, ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ନିତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME