ଆରଏସ୍ଏସ୍ ତରଫରୁ ରାଷ୍ଟ୍ରୀୟ ନବବର୍ଷ

1ଚୈତ୍ର ଶୁକ୍ଲ ପ୍ରତିପଦା ହିଁ ହେଉଛି ସୃଷ୍ଟିର ସର୍ଜ୍ଜନା ଦିବସ ଓ କାଳ ଗଣନାର ପ୍ରାରମ୍ଭ । କାରଣ ଏହି ଦିନଠାରୁ ଯୁଗାବ୍ଦର ପରିବର୍ତ୍ତନ ସହିତ ଋତୁ ପରିବର୍ତ୍ତନ ମଧ୍ୟ ଅନୁଭୂତ ହୋଇଥାଏ । ଐତିହ୍ୟରେ ମଣ୍ଡିତ ଏହି ଦିବସକୁ ହର୍ଷୋଲ୍ଲାସର ସହିତ ନବବର୍ଷ ରୂପେ ସାରା ଦେଶରେ ପାଳନ କରାଯାଉଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ଲିଙ୍ଗରାଜ,ଖଣ୍ଡଗିରି,ଚନ୍ଦ୍ରଶେଖର, ଶ୍ରୀରାମ, ବାସନ୍ତିଦୂର୍ଗା ଆଦି ୫ଟି ଭାଗର ରାଷ୍ଟ୍ରୀୟ ନବବର୍ଷ ଚୈତ୍ର ଶୁକ୍ଲ ପ୍ରତିପଦା ଓ ସଂଘର ପ୍ରତିÂାତା ଡଃ.କେଶବ ବଳିରାମ୍ ହେଡ୍ଗେୱାରଙ୍କ ଜନ୍ମ ଦିବସ ଟଙ୍କପାଣୀ ରୋଡସ୍ଥିତ ଭାସ୍କରେଶ୍ୱର ମନ୍ଦିର, କୋଳଥିଆ ଗଜଲକ୍ଷ୍ମୀ ମଣ୍ଡପ, ଶୈଳେଶ୍ରୀ ବିହାର ଦୂର୍ଗାପୂଜା ପଡିଆ ,ସହିଦ ନଗରର ଇମ୍ପାପାର୍କ,ଝାରପଡାର ଭାରତୀ ବିଦ୍ୟାମନ୍ଦିର ଠାରେ ମହାସମାରୋହରେ ଅନୁÂିତ ହୋଇ ଯାଇଛି ।
ପ୍ରାତଃ ସମୟରେ ବିଭିନ୍ନ ସ୍ଥାନରେ ଶଙ୍ଖନାଦ ଦ୍ୱାରା ନବବର୍ଷକୁ ସ୍ୱାଗତ କରାଯିବା ସହିତ ପୂର୍ଣ୍ଣକୁମ୍ଭ ସ୍ଥାପନ,ଦୀପ ପ୍ରଜ୍ୱଳନ, ଘର ଉପରେ ଧ୍ୱଜ ସ୍ଥାପନ ଓ ଗୋମାତାକୁ ଖାଦ୍ୟ ଅର୍ପଣ ଆଦି କାର୍ଯ୍ୟକ୍ରମ ଅନୁÂିତ ହୋଇ ଯାଇଛି । ଏହି ଅବସରରେ ସଂଘର ଲିଙ୍ଗରାଜ ଭାଗ ତରଫରୁ ସ୍ଥାନୀୟ ଟଙ୍କପାଣି ରୋଡ ସ୍ଥିତ ଭାସ୍କରେଶ୍ୱର ମନ୍ଦିର ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଏହି ପବିତ୍ର ପୀଠରୁ ଶତାଧିକ ସ୍ୱୟଂସେବକ ପୂର୍ଣ୍ଣଗଣବେଶରେ ଘୋଷ ବଜାଇ ପଥ ସଂଚଳନରେ ନଗର ପରିକ୍ରମା କରିଥିଲେ । ଏହି ପଥ ସଂଚଳନ ଭାସ୍କରେଶ୍ୱର ମନ୍ଦିର ନିକଟରୁ ବାହାରି ଚାରିଛକ, ବଡଗଡବ୍ରୀଟ୍, ବଡଗଡ ହାଇସ୍କୁଲ ଛକ ଓ ବଡଗଡ ଗାଁ ଦେଇ ଭାସ୍କରେଶ୍ୱର ମନ୍ଦିର ନିକଟରେ ପହଁଚି ଥିଲା । ଏଠାରେ ସ୍ୱୟଂସେବକମାନେ ସରସଂଘଚାଳକ ପ୍ରଣାମ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭାଗ ସଂଘଛାଳକ ଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଡ.ସତ୍ୟ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତୀୟ ନବବର୍ଷର ମହତ୍ୱ ସଂପର୍କରେ ପ୍ରକାଶ କରିଥିଲେ ।
ଆରଏସ୍ଏସ୍ ଭୁବନେଶ୍ୱର ମହାନଗରର ବୌଦ୍ଧିକ ପ୍ରମୁଖ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଦୀର୍ଘ ବର୍ଷର ପରାଧୀନତା ଫଳରେ ଆମର ମହାନ୍ ସଂସ୍କୃତିକୁ ଭୁଲି ଆମେ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ବଶବର୍ତ୍ତୀ ହୋଇ ଇଂରେଜ ଚାଲିଯିବା ପରେ ମଧ୍ୟ ଜାନୁଆରୀ ୧ ତାରିଖକୁ ନବବର୍ଷ ରୂପେ ପାଳନ କରୁଛୁ ବୋଲି ପ୍ରକାଶ କରିଥିଲେ । ସେ କହିଲେ ଯେ, ଆମର ଭାରତୀୟ ସଂସ୍କୃତି ଅତି ପ୍ରାଚୀନ ଓ ମହାନ୍ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଓ ଧର୍ମରାଜ ଯୁଧିÂିରଙ୍କ ରାଜ୍ୟାଭିଷେକ, ସମ୍ରାଟ ବିକ୍ରମାଦିତ୍ୟଙ୍କ ସିଂହାସନ ଆରୋହଣ ଓ ବିକ୍ରମ ସମ୍ବତ ପ୍ରଚଳନ, ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିÂା, ସନ୍ଥ ଝୁଲେଲାଲ ଓ ଗୁରୁ ଅଙ୍ଗଦଦେବଙ୍କ ଜନ୍ମ ଆଜିର ଦିନରେ ହିଁ ହୋଇଥିଲା । ସୃଷ୍ଟିର ଆରମ୍ଭ ଦିନ ଚୈତ୍ର ଶୁକ୍ଲ ପ୍ରତିପଦାକୁ ବର୍ଷର ଆଦ୍ୟ ଦିବସ ରୂପେ ପାଳନ ନକରି ଜାନୁଆରୀ ୧କୁ ନୂଆବର୍ଷ ରୂପେ ପାଳନ କରିବା ଠିକ୍ ନୁହେଁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ବୁଦେ୍ଧଶ୍ୱରୀ ନଗର କାର୍ଯ୍ୟବାହ ଶ୍ରୀ ପଦ୍ମୁନ ଗୁଇ ମୁଖ୍ୟ ଶିକ୍ଷକ ଦାୟିତ୍ୱ ତୁଲାଇ ଥିବା ବେଳେ ଭାଗ କାର୍ଯ୍ୟବାହ ଶ୍ରୀ ତାପସ କୁମାର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ସେହି ପରି ଚନ୍ଦ୍ରଶେଖରପୁର ଭାଗରେ ଶୈଳେଶ୍ରୀ ବିହାର ଦୁର୍ଗାପୂଜା ପଡିଆ ଠାରୁ ଏକ ଭବ୍ୟ ପଥସଂଚଳନ ବାହାରି ଏଫ୍ଆର କଲୋନୀ, ଏଟିଏମ୍ଛକ, ନିଳାଦ୍ରୀବିହାର ଆଦି ଅଂଚଳ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆରକ୍ଷୀ ନିଦେ୍ର୍ଧଶକ ଶ୍ରୀ ନରସୁନ୍ଦର ମିଶ୍ର ମୁଖ୍ୟ ଅତିଥି ଓ ସଂଘର ମହାନଗର ସହକାର୍ଯ୍ୟବାହ ଶ୍ରୀ ସାଇ ପ୍ରସାଦ ଦାଶ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ।
ସହିଦନଗର ଇମ୍ଫା ପାର୍କରେ ଶ୍ରୀରାମ ଭାଗର କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏଥିରେ ବିଭିନ୍ନ ପ୍ରକାର ଶାରୀରିକ କାର୍ଯ୍ୟକ୍ରମ,ଦଣ୍ଡ ଓ ଯୋଗ ଆଦି ପଦର୍ଶନ ହୋଇଥିଲା । ଶତାଧିକ ସ୍ୱୟଂସେବକମାନଙ୍କର ଏକ ପଥ ସଂଚଳନ ସହିଦନଗର ଅଂଚଳ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଇଂ. କେଶବ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଥିବା ବେଳେ ସଂଘର ମହାନଗର ସହକାର୍ଯ୍ୟବାହ ଶ୍ରୀ ସୁବ୍ରତ ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।
ଝାରପଡା ସ୍ଥିତ ଭାରତୀ ବିଦ୍ୟାମନ୍ଦିର ପରିସରରେ ବାସନ୍ତୀ ଦୁର୍ଗା ଭାଗର କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ସ୍ୱୟଂସେବକମାନେ ଶାରିରୀକ ପ୍ରଦର୍ଶନ କରିସାରିବା ପରେ ମୁଖ୍ୟଅତିଥି ଭାରତୀୟ ଷ୍ଟେଟ୍ବ୍ୟାଙ୍କ ମ୍ୟାନେଜର ଜି ଏସ୍ କୁମାର ମୁଖ୍ୟ ଅତିଥି ଓ ସଂଘର ଭୁବନେଶ୍ୱର ମହାନଗର ସଂପର୍କ ପ୍ରମୁଖ ଶ୍ରୀ ଜୟକୃଷ୍ଣ ପୃଷ୍ଟି ମୁଖ୍ୟବକ୍ତା ରୂପେ ଯୋଗଦେଇ ଭାରତୀୟ ନବବର୍ଷ ଉପରେ ଆଲୋକପାତ କରିଥିଲେ ।
ଖଣ୍ଡଗିରିର ଭାଗରେ କୋଳଥିଆ ଗଜଲକ୍ଷ୍ମୀ ମଣ୍ଡପରେ ଭାରତୀୟ ନବବର୍ଷ ଉପଲକ୍ଷେ ଚିତାକର୍ଷକ କାର୍ଯ୍ୟକ୍ରମ ଅନୁÂିତ ହୋଇ ଯାଇଛି । ଏଥିରେ ସ୍ୱୟଂସେବକମାନେ ପିରାମିଡ, ବିଭିନ୍ନ ପ୍ରକାର କାଳାକୌଶଳ, ଶାରିରୀକ, ଯୋଗ ଆଦି କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ସ୍ୱୟଂସେବକମାନେ ବିଶାଳ ପଥସଂଚଳନରେ ବାହାରି ଖଣ୍ଡଗିରି ପାହାଡ ଚତୁଃପାଶ୍ୱର୍ ଘାଟିକିଆ,ଖଣ୍ଡଗିରିବାରୀ, ଆମରୀ ହସ୍ପିଟାଲ, ସତ୍ୟସାଇ ଏନ୍କ୍ଲେଭ, କୋଳଥିଆ ଆଦି ଅଂଚଳ ପରିକ୍ରମା କରିଥିଲେ । ବିଶିଷ୍ଟ ଚଳଚିତ୍ର ଅଭେନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି ମୁଖ୍ୟ ଅତିଥି ଏବଂ ସଂଘର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଭଗବାନ ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଚୈତ୍ର ଶୁକ୍ଲ ପ୍ରତିପଦାର ମହତ୍ୱ ସଂପର୍କରେ ପ୍ରକାଶ କରିଥିଲେ ।

Share in top social networks!
Powered By Indic IME