ଆମେରିକୀୟ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ଓଡ଼ିଆ ଛାତ୍ରୀ

IMG-20180315-WA0002

ଆମେରିକାର ମିନେସୋଟା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ସିମ୍ରନ ମିଶ୍ର । ସିମ୍ରନ ବର୍ତ୍ତମାନ ଉକ୍ତ ବିଶ୍ୱବିଦ୍ୟାଳୟ ଅଧ#ନ ମିନୋସୋଟା କାର୍ଲସନ ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଅଧ୍ୟୟନରତ ଅଛନ୍ତି । ୨୦୧୮-୧୯ ବର୍ଷ ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ସିମ୍ରନ ୭୯% ଭୋଟ ପାଇ ନିର୍ବାଚିତ ହୋଇଥ#ବା ଜଣାପଡ଼ିଛି । ଫଳରେ ସେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ୪୦ ଜଣ କର୍ମକର୍ତ୍ତା ଏବଂ ୩୦ ହଜାର ଛାତ୍ରଛାତ୍ରୀଙ୍କ ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି । ଗତ ତିନି ବର୍ଷ ଧରି ସେ ମିନେସୋଟା ଛାତ୍ର ସଂଘରେ ବିବିଧ ଏବଂ ଅନ୍ତର୍ଭୂକ୍ତୀକରଣ ନିର୍ଦ୍ଦେଶକ ତଥଶ ମଞ୍ଚର ବକ୍ତା ଭାବେ କାର୍ଯ୍ୟ କରିଆସିଛନ୍ତି । ବଞ୍ଚିତ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସଶକ୍ତ କରିବା ଏବଂ ବିଶ୍ୱବିଦ୍ୟାଳୟ ପରିଚାଳନା ନୀତି ଏବଂ ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବା ତାଙ୍କର ଉଦ୍ଦେଶ୍ୟ । ଅଧ୍ୟୟନ ସହିତ ସେ ବିଶ୍ୱବିଦ୍ୟାଳୟରେ ଅନେକ ଛାତ୍ର କଲ୍ୟାଣ କାର୍ଯ୍ୟ, ଶିକ୍ଷାଦାନ ଉନ୍ନତି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସିମ୍ରନ ଭବିଷ୍ୟତରେ ମ୍ୟାନେଜମେଣ୍ଟ ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟ କରିବା ଲାଗି ଲକ୍ଷ୍ୟ ରଖିଥ#ବାବେଳେ ଆମେରିକାର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ନେତୃତ୍ୱ ନେବାର ସୁଯୋଗ ମିଳିଥ#ବାରୁ ସେ ବେଶ ଉତ୍ସାହିତ ଅଛନ୍ତି । ସେ ବୋଷ୍ଟନ କନସଲïିଂ ଗ୍ରୁପରେ ଗ୍ରୀଷ୍ମକାଳୀନ ତାଲିମ ନେବେ ବୋଲି ଜଣାପଡ଼ିଛି । ସିମ୍ରନ ଅଜା ଏବଂ ଜେଜେ ପ୍ରଫେସର ନାରାୟଣ ଦାଶ ଏବଂ ପ୍ରଦୋଷ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ।

Share in top social networks!
Powered By Indic IME